‘ମୁଁ ଜାପାନୀ ଭାଇଙ୍କୁ କୌଣସି ଧମକ ଦେଇ ନାହିଁ, ହେଲେ ମୁଁ ତାଙ୍କୁ…’ ଜାପାନୀଙ୍କୁ ଧମକ ଦେବା କଥାରେ କଣ କହିଲେ Humane Sagar ଙ୍କ ସହଯୋଗୀ, ଦେଖନ୍ତୁ ଏହି Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଶାର ଦିଗଜ ଗାୟକ ହ୍ୟୁମାନ ସାଗରଙ୍କୁ ବେସ ଭଲ ଭାବରେ ଜାଣିଥିବେ । ତେବେ ଗତ କିଛି ସମୟ ହେବ ଓଡିଶାର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବନ୍ଧୁଗଣ ହ୍ୟୁମାନ ସାଗର ସାଧାରଣତଃ ନିଜ ଲାଇଫ ଷ୍ଟାଇଲ ଓ ନିଜ ସୁପର ହିଟ ଗୀତ ଗୁଡିକ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ହେଲେ ବର୍ତ୍ତମାନ ସେ କିଛି ଅଲଗା କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ।

ବନ୍ଧୁଗଣ ହ୍ୟୁମାନ ସାଗରଙ୍କ ନାଁରେ ଏକ ସାଂଘାତିକ ଅଭିଯୋଗ ଆସିଛି ଆଉ ଏହି ଅଭିଯୋଗ ଆଣିଛନ୍ତି ଓଡିଶାର ଜଣାଶୁଣା ସଙ୍ଗୀତଜ୍ଞ ଜାପାନୀ ଭାଇ । ଜାପାନୀ ଭାଇଙ୍କ ବନ୍ଧୁ ତପୁ ନାୟକଙ୍କୁ ହ୍ୟୁମାନ ସାଗରଙ୍କ ପିଏ ବବୁଲ ଫୋନ କଲ୍ କରି ଧମକ ଦେଇଛନ୍ତି ବୋଲି ଜାପାନୀ ଅଭିଯୋଗ ଆଣିଛନ୍ତି । ତେବେ ଏବେ ବବୁଲ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ବୟାନ ଦେଇଛନ୍ତି ଆଉ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବବୁଲ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ଆମେ ତ ସାର କିଛି ଭୁଲ କରିନୁ ଆମେ କାହିଁକି ଲୁଚିବୁ । ଯିଏ ଭୁଲ କରିଛନ୍ତି ସେ ଛାତି ଫୁଲେଇକି ଚାଲି ଛନ୍ତି ଆମେ ସାର ଯଦି କିଛି ଭୁଲ କରିନୁ କାହିଁକି ଲୁଚିବୁ । ସେ ଅଭିଯୋଗ କରିବା ପୂର୍ବରୁ ଆମେ ସାଗର ସଂଗମ ବୋଲି ଏକ ଫେସବୁକ ପେଜ ଅଛି ଆମର ଆମେ ସେଠି ଗୋଟେ ପୋଷ୍ଟର ଆମେ ରିଲିଜ କରିଥିଲୁ ।

ଏହି ପୋଷ୍ଟରରେ ଥିଲା ହ୍ୟୁମାନ ସାଗର ଜଗନ୍ନାଥଙ୍କ ଗୀତ ଗାଇଲେ ପ୍ରଥମ ଥର ଆମେ ତାକୁ ରଥଯାତ୍ରା ଦିନ ରିଲିଜ କରିବୁ । ସେ ପୋଷ୍ଟରକୁ ଦେଖି ସେ ରାଗିଲେ ଯେ, ମୋ ଚ୍ୟାନେଲରେ ନ ଗାଇ ସେ ଅଲଗା ଚ୍ୟାନେଲରେ କାହିଁକି ଗାଇଲା କି ତାଙ୍କର ବ୍ୟକ୍ତିଗତ ଶତ୍ରୁତା ଅଛି ଆମେ ତ ସାର କିଛି ବି ବୁଝି ପାରୁନୁ । ମୁଁ ଜାପାନୀ ବାବୁଙ୍କ ସହ ଫୋନରେ ଯେଉଁ କଥାବାର୍ତ୍ତା କରିଛି ମୁଁ ତାଙ୍କୁ କୌଣସି ଧମକ ଦେଇ ନାହିଁ ।

ମୁଁ ତପୁ ନାୟକଙ୍କୁ କଲ୍ କରିଥିଲି ସେ କହିଲେ ଭାଇ ମୁଁ ଭୁଲରେ ଏମିତି ହୋଇଛି ସେ ମୋତେ ଫସେଇ ଦେଇଛନ୍ତି ମୁଁ ଆପଣଙ୍କୁ ଭଲ ପାଏ ହ୍ୟୁମାନ ଭାଇଙ୍କୁ ଭଲ ପାଏ ମୁଁ ଏହାର ସ୍ପଷ୍ଟୀ କରଣ କରିବି ଆପଣ ଚିନ୍ତା କରନ୍ତୁ ନାହିଁ । ଏହାର 10 ମିନିଟ ପରେ ସେ ଜାପାନୀ ଭାଇ ଭରିକା ମିସିକି ମୋତେ ଭିଡିଓ କଲ୍ କରି ଇଆଡୁ ସିଆଡୁ ପ୍ରଶ୍ନ କରିଲେ ଆଉ ଉସ୍କେଇଲେ କେମିତି ମୁଁ ତାଙ୍କୁ ଦୁଇ ପଦ କଥା କହିବି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *