Tapaswini-Sumit ଙ୍କ ବିବାଦ ମାମଲାରେ ମୁହଁ ଖୋଲିଲେ ସାମାଜସେବୀ Rasmita Panigrahi, ଆଉ କହିଲେ କିଛି ଏମିତି …ଦେଖନ୍ତୁ Video

ବନ୍ଧୁଗଣ ତପସ୍ଵିନୀ ଓ ସୁମିତ ପାରିବାରିକ ବିଚ୍ଛେଦ ମାମଲାଟି ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି । ତେବେ ଦୀର୍ଘ ଏକ ମାସ କାଳ ଏହି ମାମଲାଟି ଚାଲିଥିବା ବେଳେ ଏହାର କୌଣସି ସମାଧାନ ହୋଇ ନାହିଁ । ବର୍ତ୍ତମାନ ଏହି ମାମଲାଟି ବ୍ୟକ୍ତିଗତ ହୋଇଯାଇଛି । ବନ୍ଧୁଗଣ ଗତ କାଲି ଏହି ମାମଲାର ଶୁଣାଣି ଜିଲ୍ଲା କୋର୍ଟରେ ହେବାର ଥିଲା ତେବେ ଉଭୟ ପକ୍ଷଙ୍କ ତରଫରୁ ସବାଲ ଜବାବ ହୋଇଥିଲା ।

ମାନ୍ୟବର କୋର୍ଟ ସବୁ କଥାକୁ ଦ୍ରୁଷ୍ଟିରେ ରଖି ଆସନ୍ତା ଜାନୁୟାରୀ ୪ ତାରିଖରେ ଶୁଣାଣି ରଖିଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଚର୍ଚିତ ମାମଲାକୁ ନେଇ ଲୋକମାନେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି । ବନ୍ଧୁଗଣ ଏହି ମାମଲାକୁ ନେଇ ସମାଜସେବୀ ରଶ୍ମିତା ପାଣିଗ୍ରାହୀ ମଧ୍ୟ ଏକ ବଡ ପ୍ରତିକ୍ରିୟା ଦେଇଛନ୍ତି । ଗଣମାଧ୍ୟମ ସହିତ କଲ୍ ରେ କଥା ହୋଇ ରଶ୍ମିତା ଏହି ପ୍ରତିକ୍ରିୟା ଦେଇଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ରଶ୍ମିତାଙ୍କ ଏହି ବଡ ପ୍ରତିକ୍ରିୟା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ରଶ୍ମିତା ଗଣମାଧ୍ୟମ ସହ କଲ୍ ରେ କଥା ହୋଇ କହିଛନ୍ତି- ‘ତପସ୍ଵିନୀ ଯେଉଁ ଭଳିଆ ସ୍ଟେପ ନେଇଛନ୍ତି ନୋ ଡାଉଟ ସୁମିତଙ୍କ ସହ ତାଙ୍କର ବିବାହ ହୋଇଥିଲା । ପ୍ରତ୍ୟକ ଝିଅ ଓ ପୁଅଙ୍କ ମଧ୍ୟରେ ବାହାଘର ହୁଏ କିନ୍ତୁ ବାହାଘର ହେବା ପରେ ସେମାନଙ୍କର କିଛି ଦାୟିତ୍ଵ ଥାଏ’ ।

ଆଗକୁ ରଶ୍ମିତା କହିଛନ୍ତି- ‘ତେବେ ଏମାନଙ୍କ ଦାୟିତ୍ଵ ବିଷୟରେ ତ ଆମେ ମାନେ ଜାଣି ନାହୁଁ । ହେଲେ ସଂସାର ଯଦି ଗଢିବାର ଥିବ ତା ହେଲେ କିଛି ସହିବାକୁ ପଡିବ ସେ ପୁଅ ଘର ଉପରେ ୪୯୮ କେସ ଦେଲେ କେସ ଦେବା ପରେ ସେ ଯେଉଁ ହିସାବରେ ବାହାରେ ବସିଛନ୍ତି ତାହା ଠିକ ନୁହେଁ କାରଣ ସବୁ ଜିନିଷ ନ୍ୟାୟପାଳିକା ପାଖରେ ଅଛି । ନ୍ୟାୟପାଳିକା ଥିବା ବେଳେ ଆମ ନିଜ ହାତକୁ ଆଇନ ନେବା ଠିକ ନୁହେଁ’ ।

ଆଗକୁ ରଶ୍ମିତା କହିଛନ୍ତି-‘ତପସ୍ଵିନୀ ଭୁଲ କରିଛନ୍ତି ମୋତେ କହିବାକୁ ଲାଜ ଲାଗୁଛି ହେଲେ ତପସ୍ଵିନୀ ନାରୀ ସମାଜ ପାଇଁ କଳଙ୍କ । ଆଉ ଜବରଦସ୍ତ କାହା ଘର ଗେଟ ଭାଙ୍ଗି ପଶିବା ବିଲକୁଲ ଠିକ ନୁହେଁ । ସେ ଘରେ ରହିବେ ନା ନାହିଁ ଏହାର ନିଷ୍ପତ୍ତି କୋର୍ଟ ନେବେ କିନ୍ତୁ ସେ ଜବରଦସ୍ତ ପଶିବା ଠିକ ନୁହେଁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସମାଜସେବି ରଶ୍ମିତା ପାଣିଗ୍ରାହୀ ତପସ୍ଵିନୀଙ୍କୁ ସମାଜ ପାଇଁ କଳଙ୍କ କହିଛନ୍ତି । ତା ହେଲେ ରଶ୍ମିତାଙ୍କ ଏହି ପ୍ରତିକ୍ରିୟା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *