ଗଣଶିକ୍ଷା ମନ୍ତ୍ରୀ Sameer Ranjan Das ଙ୍କ ବଡ ଘୋଷଣା ! ଜାନୁୟାରୀ ମାସର ଏହି ତାରିଖରୁ ଖୋଲିବ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପ୍ରାଥମିକ School !

ବର୍ତ୍ତମାନ ସ୍କୁଲ ଖୋଲିବାକୁ ନେଇ ଏକ ବଡ ନ୍ୟୁଜ ସାମ୍ନାକୁ ଆସୁଛି । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି କି ଆସନ୍ତା ୩ ତାରିଖରୁ ସବୁ ସ୍କୁଲ ଗୁଡିକ ଖୋଲିବାକୁ ଯାଉଛି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ସ୍କୁଲ ଆସିବେ । କହିଦେଉଛୁ କି ପାଖାପାଖି ବହୁତ ଦିନ ହେବ ସବୁ ସ୍କୁଲ ଓ କଲେଜ ଗୁଡିକ ବନ୍ଦ ରହିଥିଲା । ସମସ୍ତେ ଅନ୍ଲାଇନରେ କ୍ଳାସ କରୁଥିଲେ । ସରକାର କରୋନା ସଂକ୍ରମିତଙ୍କ ସଂଖ୍ୟା କମ ହେବା ପରେ ଧୀରେ ଧୀରେ ସବୁ କଲେଜ ଓ ବର୍ତ୍ତମାନ ସ୍କୁଲ ଗୁଡିକ ଖୋଲିବାକୁ ଯାଉଛନ୍ତି ।

ପ୍ରଥମେ ସବୁ କଲେଜ ଓ ୟୁନିଭର୍ସିଟି ଖୋଲିଲେ ସରକାର । ଏହା ପରେ ଷଷ୍ଠ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ସ୍କୁଲ ଖୋଲିଲେ । କିନ୍ତୁ ବର୍ତ୍ତମାନ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି କି ଆସନ୍ତା ୩ ତାରିଖରୁ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସ୍କୁଲ ଖୋଲିବ ।

ଓଡିଶାରେ ପାଖାପାଖି ୨୭ ହଜାର ସ୍କୁଲ ଖୋଲିବ । ସବୁ ପିଲାମାନେ ସ୍କୁଲ ଆସି ପାଠ ପଢିବେ । ପ୍ରାୟତଃ ପିଲାମାନେ ଅନ୍ଲାଇନରେ ପଢିବା ସମୟରେ ଅସୁବିଧାର ସମ୍ମୁଖୀନ ହେଉ ଥିଲେ । କିନ୍ତୁ ବର୍ତ୍ତମାନ ସମସ୍ତେ ସହଜରେ ସ୍କୁଲରେ ପଢି ପାରିବେ । ଏହା ମଧ୍ୟରେ ସମସ୍ତେ ଗାଇଡଲାଇନ ମାନିବା ପାଇଁ ବାଧ୍ୟ ଅଟନ୍ତି । ଯେମିତି କି ସମସ୍ତେ ମାସ୍କ ପିନ୍ଧିବେ ଓ ସ୍କୁଲ ଗୁଡିକୁ ସ୍ୟାନିଟାଇଜ କରାଯିବ । ଦିନ ୯ ଟା ରୁ ଦିନ ୧୨ ଟା ଯାଏଁ କ୍ଳାସ ଚାଲିବ ।

କହିଦେଉଛୁ କି ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ପିଲାମାନଙ୍କ ପରୀକ୍ଷା ଚାଲିବ । ଯେଉଁ ସବୁ ସ୍କୁଲରେ ପରୀକ୍ଷା ଚାଲିବ ସେହି ସବୁ ସ୍କୁଲ ଗୁଡିକରେ ପ୍ରଥମ ଓ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ କ୍ଳାସ ଗୁଡିକ ସ୍ଥଗିତ ରହିବ ଓ ୧୦ ତାରିଖରୁ ସେମାନଙ୍କର କ୍ଳାସ ଆରମ୍ଭ ହେବ । କହିଦେଉଛୁ କି ଏହି ଖବର ଶୁଣିବା ପାଇଁ ଲୋକମାନେ ବହୁତ ଦିନ ହେବ ଅପେକ୍ଷା କରିଥିଲେ । ୨୦୨୦ରୁ ପିଲାମାନେ ଅନ୍ଲାଇନ କ୍ଳାସ କରୁଥିଲେ ।

କିନ୍ତୁ ବର୍ତ୍ତମାନ ପିଲାମାନେ ସହଜରେ ସ୍କୁଲ ଯାଇ ପଢିବେ । ସରକାର ନୂଆ ବର୍ଷରେ ନୂଆ ଗାଇଡଲାଇନ ଆଣିଛନ୍ତି । ଆସନ୍ତା ସମୟରେ ସ୍କୁଲର ସମୟ ୯ ରୁ ୧୨ ରହିଛି ତାହା ୧୦ ରୁ ୪ ମଧ୍ୟ ହୋଇପାରେ । ଯଦି ରାଜ୍ୟ ସରକାର କରୋନାକୁ କଣ୍ଟ୍ରୋଲରେ ରଖି ପାରିବେ ତେବେ ପୂର୍ବରୁ ଯେମିତି ସ୍କୁଲ ଚାଲିଥିଲା ୧୦ ଟା ରୁ ୪ ଟା ତାହା ଚାଲୁ ରହିବ ।

Leave a Reply

Your email address will not be published. Required fields are marked *