Vigilance ଜାଲରେ Berhampur JE ବଂଶୀଧର ସେଠ, ପୋଲିସର ଚଢାଉ ପରେ ବଂଶୀଧରଙ୍କ ପତ୍ନୀ ଯାହା କହିଲେ ଶୁଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ ! ଦେଖନ୍ତୁ Video

ବନ୍ଧୁଗଣ ଏହି ଦୁନିଆରେ ଅନେକ ଲୋକ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ଚାହିଁ ଥାନ୍ତି । ଏକ ସୁଖମୟ ଜୀବନ ପାଇଁ ଟଙ୍କାର ଆବଶ୍ୟକତା ରହିଥାଏ ତେବେ ଟଙ୍କା କମାଇବା ପାଇଁ ଲୋକମାନେ ଦିନ ରାତି କଷ୍ଟ କରିଥାନ୍ତି । ବନ୍ଧୁଗଣ ଏହି ଦୁନିଆରେ ଏମିତି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁ ମାନେ ବେଆଇନ କାମ କରି ଧନୀ ହୋଇଥାନ୍ତି । କିଛି ଲୋକମାନେ ସରକାରକୁ ଠିକ ଭାବରେ ଟ୍ୟାକ୍ସ ଦେଇ ନଥାନ୍ତି ସେମାନେ ନିଜ ପାଖରେ କଳା ଧନ ରଖିଥାନ୍ତି ।

ଲୋକ ମାନଙ୍କ ଠାରୁ କଳା ଧନ ଜବତ କରିବା ପାଇଁ ଭିଜିଲାନ୍ସ ଡିପାର୍ଟମେଣ୍ଟ ରହିଛି । ଯଦି କୌଣସି ଲୋକ ଉପରେ ସନ୍ଦେହ ହୁଏ ଓ ସେହି ଲୋକ ବିରୋଧରେ ସଠିକ ପ୍ରମାଣ ମିଳେ ତା ହେଲେ ଭିଜିଲାନ୍ସ ଡିପାର୍ଟମେଣ୍ଟର କର୍ମଚାରୀ ମାନେ ସେହି ଲୋକର ଘର, ଅଫିସ ଓ ଅନ୍ୟାନ୍ୟ କାର୍ଯ୍ୟନୁଷ୍ଠାନ ଉପରେ ଚଢାଉ କରି କଳା ଧନ ଜବତ କରିଥାନ୍ତି ।

ବନ୍ଧୁଗଣ ଆମ ଓଡିଶାରେ ମଧ୍ୟ ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନଙ୍କ ଘରେ କଳା ଧନ ଜବତ କରିବା ପାଇଁ ଭିଜିଲାନ୍ସ ରେଡ ହୋଇଛି । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଭିଜିଲାନ୍ସ ରେଡର ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ତା ହେଲେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ମିଡିଆ ରିପୋର୍ଟସ ଅନୁସାରେ ବ୍ରହ୍ମପୁରର ଜେଇ ରେସିଡେନ୍ସରେ ଭିଜିଲାନ୍ସ ଚଢାଉ ହୋଇଛି । ବର୍ତ୍ତମାନ ଘର କାଗଜ ପତ୍ରର ତଦାରଖ ଚାଲିଛି ଓ ସୁନା ଓଜନ ମଧ୍ୟ ସେହି ସ୍ଥାନରେ ଚାଲିଛି । ତେବେ ବନ୍ଧୁଗଣ ସେହି ଘର ମାଳିକିଆଣୀ ଗଣମାଧ୍ୟମ ସାମ୍ନାରେ ସୁନା ରଖିବାକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ଘର ମାଳିକିଆଣୀ କହିଛନ୍ତି-‘ମୁ କହିବା କଥା ବାହାଘରର ୧୮ ରୁ ୧୯ ବର୍ଷ ହେବା ପରେ ଗୋଟେ ପରିବାର ପାଖରେ ଯେତିକି ଟଙ୍କା ଥିବା ଦରକାର ସେତିକି ଅଛି ମୁ ତ କହୁଛି ତା ଠାରୁ କମ ଅଛି’ ।

ଆଗକୁ ସେ କହିଛନ୍ତି-‘ସୁନା ଓଜନ ବର୍ତ୍ତମାନ କରାଯାଉଛି । ଚାରୋଟି ପାଞ୍ଚଟି କାନର, ସାତ ରୁ ଆଠଟି ରିଙ୍ଗ ଓ ଦୁଇଟି ମଙ୍ଗଳସୂତ୍ର ଅଛି । ଏତିକି ଜିନିଷ ୨୦ ରୁ ୨୨ ବର୍ଷ ମଧ୍ୟରେ ରହିବା ସ୍ଵାଭାବିକ କଥା । କେଉଁ କାରଣ ପାଇଁ ଚଢାଉ ହୋଇଛି ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଜାଣି ପାରୁ ନାହୁଁ ହେଲେ ଆମେ ୧୧୦ ପ୍ରତିଶତ ସତ୍ ରାସ୍ତାରେ ଅଛୁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଘରେ ଚଢାଉ ହୋଇଥିବାରୁ ଘର ମାଳିକିଆଣୀ ବୟାନ ଦେଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *