‘ମୁଁ କାହାକୁ ଛାଡିବିନି, ସମସ୍ତଙ୍କ ଅସଲ ମୁଖା ଖୋଲିଦେବି, ସବୁ ଭିଡିଓ ଅଛି, ଏବେ ଖାଲି ତୁମେ…’ Archana Nag ଙ୍କ ଚେତାବନୀ

ବନ୍ଧୁଗଣ, ସୂଚନା ଅନୁଯାୟୀ ବିସ୍ଫୋରକ ବୟାନ ଦେଇଛନ୍ତି ସୁନ୍ଦରୀ ଅର୍ଚ୍ଚନା ନାଗ । ତାଙ୍କୁ ୩୦ ମିନିଟ ଦରକାର ସେ ସବୁ ଖୋଲିଦେବେ ବୋଲି କହିଛନ୍ତି । ସେ ଯେତେବେଳେ କହିବେ ସାରା ରାଜ୍ୟ ପରିବର୍ତ୍ତନ ହୋଇଯିବ ବୋଲି କହିଛନ୍ତି । ସବୁ ତଥ୍ୟ ପ୍ରମାଣ ସହିତ ସେ ଦେବେ ତାହାକୁ ଟିଭିରେ ବଜାଇ ପାରିଲେ ହେଲା ବୋଲି କହିଛନ୍ତି । ଆଉ ଏହାକୁ ବଜାଇଲା ପରେ ଏହି ରାଜ୍ୟ ସଂପୂର୍ଣ୍ଣ ଭବାରେ ପରିବର୍ତ୍ତନ ହୋଇଯିବ ।

କାହାକୁ ଛାଡିବେ ନାହିଁ ବୋଲି ଚେତାବନୀ ଦେଲେ ଅର୍ଚ୍ଚନା ନାଗ । ଇଡି ର ନୋଟିସ ପାଇବା ପରେ ଯେଉଁମାନଙ୍କୁ ନିଦ ହେଉ ନଥିଲା ସେମାନେ ଅର୍ଚ୍ଚନା ଙ୍କର ଏହି ବିସ୍ଫୋରକ ବୟାନ ଶୁଣିସାରିବା ପରେ ଚିନ୍ତାରେ କେଉଁଠି ମଧ୍ୟ ବସିପାରିବେ ନାହିଁ ବୋଲି ଏହିଭଳି କିଛି ଚର୍ଚ୍ଚା ଏବେ ଦାଣ୍ଡରେ ପଡି ହାତରେ ଗଡୁଛି । ତେବେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ କୁ ରିମଣ୍ଡରେ ନେଇ ବର୍ତ୍ତମାନ ପଚରାଉଚରା କରିବ ଇଡି ।

ଏହାରି ଭିତରେ ଯେତେବେଳେ କ୍ୟାପିଟାଲ ହସ୍ପିଟାଲ ପରିସରରେ ଗଣମାଧ୍ୟମକୁ ସାମ୍ନା କରିଥିଲେ ସୁନ୍ଦରୀ ଅର୍ଚ୍ଚନା ସେତେବେଳେ ଏଭଳି କିଛି କଥା କହିଥିଲେ ଯେ ଯାହାକୁ ଶୁଣିଲେ ସେହି ବଡ ବଡିଆ ବାବୁ ଙ୍କର ନିଦ ହଜିଯିବ । ଅର୍ଚ୍ଚନା ଗଣମାଧ୍ୟମ କୁ କହିଛନ୍ତି ଯେ ଜେଜେବାପା ଅକ୍ଷୟ ପାରିଜା ଶ୍ରଦ୍ଧାଞ୍ଜଳୀ ଭଉଣୀ ଦୁଇଜଣ ମିଶି ପଣସ ଖାଇଲେ ଆଉ ତାଙ୍କ ମୁଣ୍ଡରେ ଅଠା ବୋଲିଲେ ଏହା ସମସ୍ତଙ୍କୁ ଦେଖା ଯାଉଛି ।

ଲକ୍ଷ୍ମୀ ସାଗର ପୋଲିସ ଷ୍ଟେସନ ସେପ୍ଟେମ୍ବର ୨୨ ତାରିଖରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ତାହାକୁ ଦେଖିଲେ ଥିକ ବୁଝି ପାରିବେ । ବଡ ବଡିଆ ତାଜନେତା, ଠିକାଦାର, ଇଞ୍ଜିନିୟର, ବିଲଡର ତଥା ପ୍ରଯୋଜକ ସମସ୍ତଙ୍କ ନିଦ ସଂପୂର୍ଣ୍ଣ ଭାବରେ ହଜି ଗଲାଣି । ଏହି ସମୟରେ ଭାବୋବୋହୋଳ ହୋଇ ଅର୍ଚ୍ଚନା କହିଛନ୍ତି ଯେ ସେ ନିର୍ଦ୍ଧୋସ ଏବଂ ସେମାନେ ପଣସ ଖାଇ ତାଙ୍କ ମୁଣ୍ଡରେ ଅଠା ବୋଳିଛନ୍ତି ।

ଆଉ ମିଡିଆ ତାଙ୍କୁ କଳଙ୍କିନୀ ବନାଇ ଦେଇଛନ୍ତି । ତାଙ୍କର ଗୋଟିଏ ଛୋଟ ପିଲାଟିଏ ଅଛି, ତାଙ୍କ ଭବିଷ୍ୟତ କୁ ମଧ୍ୟ ଦେଖନ୍ତୁ, ଏହା ସହିତ ତାଙ୍କୁ ସମୟ ଦରକାର ଯଥେଷ୍ଟ ସମୟ ଦରକାର ଆଉ ସେ ଦେବେ ସଂପୂର୍ଣ୍ଣ ବିବରଣୀ । ତେବେ ଏହିଭଳି କିଛି ବିସ୍ଫୋରକ କଥା କହିଛନ୍ତି ଗଣମାଧ୍ୟମ ଆଗରେ ସୁନ୍ଦରୀ ଅର୍ଚ୍ଚନା ନାଗ ।

ଏହା ପରେ ଅର୍ଚ୍ଚନା କୁ ୭ ଦିନ ରିମାଣ୍ଡ ରେ ନିଆଯାଇଛି । ରିମାଣ୍ଡରେ ନେଇ ୧୩ ତାରିଖରେ ହାଜର କରିବାକୁ କୋର୍ଟ ର ନିର୍ଦ୍ଧେଶ ରହିଛି । ୧୫ ଦିନ ଅର୍ଚ୍ଚନା ଙ୍କୁ ରିମାଣ୍ଡ ରେ ନେବାକୁ ଆବେଦନ କରିଥିଲା ଇଡି । କିନ୍ତୁ ୭ ଦିନ ସମୟ ମିଳିଛି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *