ପଦାକୁ ଆସିଲା ବର୍ଷା ଙ୍କ ଅସଲି ଚେହେରା ! Varsha ଙ୍କ ନାମରେ ଆସିଲା ସାଂଘାତିକ ଅଭିଯୋଗ, ପୁଣି କାହାକୁ ଧୋକା ଦେଲେ ବର୍ଷା ?

ବନ୍ଧୁଗଣ, ସୂଚନା ଅନୁଯାୟୀ ପୁଣି ଚର୍ଚ୍ଚାରେ ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ବର୍ଷା ପ୍ରିୟଦର୍ଶନୀ ଙ୍କୁ ନେଇ ବର୍ତ୍ତମାନ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ସେ ପୁଣି ଧୋକା ଦେଇଛନ୍ତି, ତେବେ ଆସନ୍ତୁ ଜାଣିନେବା ଏ ନେଇ ସଂପୂର୍ଣ୍ଣ ବିବରଣୀ । ତେବେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ସବୁବେଳେ କୁହନ୍ତି ଯେ ବର୍ଷା ତାଙ୍କୁ ଧୋକା ଦେଇଛନ୍ତି ତଥା ତାଙ୍କ ପରିବାର କୁ ଧୋକା ଦେଇଛନ୍ତି ବୋଲି ।

ବର୍ତ୍ତମାନ ବର୍ଷା ଆଉ କାହାକୁ କୁଆଡେ ସତରେ ଧୋକା ଦେଇଛନ୍ତି । ଏହାକୁ ନେଇ ସହିଦ ନଗର ଥାନାରେ ଏତଲା ମଧ୍ୟ ହୋଇଛି । ସହିଦ ନଗର ଥାନାରେ ଜଣେ ମହିଳା ଯାହାଙ୍କ ନାମ କଲ୍ୟାଣୀ ନାୟକ ସେ ଠକେଇର ଶିକାର ହୋଇଛନ୍ତି ଆଉ ଏହି ଠକେଇ କୁ ନେଇ ସହିଦ ନଗର ଥାନାରେ ଏତଲା ମଧ୍ୟ ଦେଇଛନ୍ତି । ବର୍ଷା ଙ୍କ ବିରୋଧରେ ଆଇପିଇସି ର ଧାରା ଦଫା 294, 420, 506 ରେ ରୁଜୁ କରାଯାଇଛି ମାମଲା ।

ବର୍ତ୍ତମାନ ପୋଲିସ ଏହି ଅଭିଯୋଗର କରୁଛି ତଦନ୍ତ । ଅଭିଯୋଗ ହେଉଛି ଯେ ସହିଦ ନଗର ଅଞ୍ଚଳର ମହିଳା ଭୁବନେଶ୍ଵର ଜନତା ମଇଦାନକୁ ମେଳା ଦେଖିବାକୁ ଯାଇଥିଲେ । ଏହି ସମୟରେ କଟକରୁ ଆସିଥିବା ଆୟୁଶୀ ପ୍ରିୟଦର୍ଶନୀ ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଙ୍କ ସହିତ ଦେଖା ହୋଇଥିଲା କଲ୍ୟାଣୀ ଙ୍କର । କଲ୍ୟାଣୀ ବର୍ଷାଙ୍କର ବଡ ଫ୍ୟାନ ହୋଇଥିବାରୁ ତାଙ୍କ ସହିତ ଫଟୋ ଉଠାନ୍ତି ଏବଂ ତାଙ୍କ ନମ୍ବର ମାଗନ୍ତି ।

ଏହାପରେ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ମଧ୍ୟ ହୁଏ । ଯେହେତୁ ବର୍ଷା ଏକ ଅଭିନେତ୍ରୀ ଏବଂ ସେ ରାଜନୀତି ଆଡକୁ ମୁହାଁଊଛନ୍ତି, ଏହି ସମୟରେ ସେ ବର୍ତ୍ତମାନ ବ୍ୟସ୍ତ ରହୁଛନ୍ତି । ଏଥିପାଇଁ କଲ୍ୟାଣୀ କୁଆଡେ ଆୟୁଶୀ ଦାହିତ ଯୋଗାଯୋଗ କରିବେ ବୋଲି କଥା ଛିଡିଗଲା । ଆଉ ଆୟୁଶୀ ଏବଂ ବର୍ଷା ଯେତେବେଳେ ଭୁବନେଶ୍ଵର ଆସନ୍ତି କଲ୍ୟାଣୀ ସହିତ ଦେଖା ସାକ୍ଷାତ ହୁଏ । ଏହା ଭିତରେ ଉଭୟଙ୍କ ମଧ୍ୟରେ ଅନେକ ଥର ଦେଖା ସାକ୍ଷାତ ମଧ୍ୟ ହୋଇଛି ।

ଆଉ ସେହିଥିରେ କଲ୍ୟାଣୀ ଙ୍କୁ ସେ କୁଆଡେ ଚାକିରି କରାଇ ଦେଇଥାନ୍ତେ ବୋଲି କଥା ଦେଇଥିଲେ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଏକ ସୁନା ଦୋକାନରେ କୁଆଡେ କଲ୍ୟାଣୀ କୁ ଚାକିରି କରାଇ ଦେବା ନିମନ୍ତେ କହିଥିଲେ । ଆୟୁଶୀ ମଧ୍ୟ କହିଥିଲେ ଯେ ବର୍ଷା ଙ୍କ ସହିତ କଥା ହେଲେ ବର୍ଷା ତାଙ୍କ ମାଲିକଙ୍କ ସହିତ କଥା ହୋଇ ତାଙ୍କୁ ଚାକିରି କରାଇଦେବେ । ଆଉ ଏଥି ନିମନ୍ତେ ୫୦ ହଜାର ଟଙ୍କା ସିକ୍ୟୁରିଟିମନି ଦାବୀ କରିଥିଲେ ଆୟୁଶୀ ।

କଲ୍ୟାଣୀ ଏତେ ଟଙ୍କା ଦେଇ ପାରିବେ ନାହିଁ ବୋଲି କହିଥିଲେ । ଧାରା କରଜ କରି ସମୁଦାୟ ୩୦ ହଜାର ଟଙ୍କା ଆୟୁଶୀ ଙ୍କୁ ଦେଇଥିଲେ କଲ୍ୟାଣୀ । ମାତ୍ର ଏହାପରଠାରୁ ନା ବର୍ଷା ଫୋନ ଉଠାଇଲେ ନା ଆୟୁଶୀ । ଟଙ୍କା ନେଇ ବର୍ଷା ଚୁପ ବସିଗଲେ ଏହାପରେ ଭୁବନେଶ୍ଵର ଛକ ନିକଟରେ ଦେଖାହୋଇଥିଲେ ଆୟୁଶୀ ଏବଂ ବର୍ଷା ।

ମାତ୍ର ସେଠାରେ କଲ୍ୟାଣୀ ଙ୍କୁ ଗାଳିଗୋଲଚ କରି ସେଠାରୁ ପଳାଇଥିଲେ । ଏ ନେଇ କଲ୍ୟାଣୀ ବର୍ତ୍ତମାନ ଥାନାରେ ଏତଲା ଦେଇଛନ୍ତି କିନ୍ତୁ ବର୍ଷା ଙ୍କର କୌଣସି ପ୍ରକାରର ପ୍ରତିକ୍ରିୟା ମିଳିପାରିନାହିଁ । ପୋଲିସ ଙ୍କ ତଦନ୍ତ ପରେ ସଂପୂର୍ଣ୍ଣ ସତ ଜଣା ପଡିବ । ବନ୍ଧଗଣ ଏହି ବିଶେଷ ବିବରଣୀ କୁ ନେଇ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *