ସଲମାନ ଖାନଙ୍କ ବିରୁଦ୍ଧରେ ‘ସୁଶାନ୍ତ ଭାଇ’ ଙ୍କ ପାଇଁ ଉଠିଲା ଆବାଜ, ଲୋକମାନେ କହିଲେ- ‘ଚାଲିବାକୁ ଦେବୁ ନାହିଁ ଫିଲ୍ମ’

ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ସୁଶାନ୍ତଙ୍କ ପରିବାର, ସାଙ୍ଗଙ୍କ ସହ ତାଙ୍କର ଫ୍ୟାନ୍ସ ମାନେ ମଧ୍ୟ ବଡ ଦୁଃଖ ରେ ଅଛନ୍ତି । ୧୪ ଜୁନ ସକାଳେ ସମୟରେ ସୁଶାନ୍ତ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ । ଏହି ଘଟଣାଟି ପୁରା ଦେଶକୁ ଆଶ୍ଚର୍ଯ୍ୟ କରିସାରିଛି । ଖାସ କରି ବିହାରରେ ଅଧିକ ପ୍ରଭାବ ପଡିଛି, କାରଣ ସୁଶାନ୍ତ ବିହାରର ଅଧିବାସୀ ଅଟନ୍ତି । ବଲିଉଡ୍ ର ଜଣେ ଚମକୁଥିବା ଷ୍ଟାର ସଫଳତାର ଚରମ ସୀମାରେ ଭାଙ୍ଗିଗଲା । ପରିବାର ଲୋକ ସମେତ ସୁଶାନ୍ତଙ୍କ ଫ୍ୟାନ୍ସ ମାନଙ୍କୁ ମଧ୍ୟ ବିଶ୍ଵାସ ହେଉନି ଯେ ସୁଶାନ୍ତ ମରିଗଲେ । ତାଙ୍କର ବହୁତ ଫ୍ୟାନ୍ସ ତାଙ୍କର ଫେରିଆସିବାର ଅପେକ୍ଷାରେ ଅଛନ୍ତି ।

ବିହାରରେ ସଲମାନ, ଆଲିଆ ଓ କରନ ଜୋହର ଫିଲ୍ମର ବିରୋଧ


ସୁଶାନ୍ତଙ୍କ ନିକଟତ୍ତମ ସାଙ୍ଗ ବର୍ତ୍ତମାନ ସୁଶାନ୍ତଙ୍କ ପାଇଁ ସୋସିଆଲ ମିଡିଆରେ ଭାବୁକ ପୋଷ୍ଟ ସେୟାର କରୁଛନ୍ତି । ହେଲେ ଅନ୍ୟ କେତେକ ଫ୍ୟାନ୍ସଙ୍କ ମତରେ ସୁଶାନ୍ତଙ୍କ ସହ ବଲିଉଡରେ ନେପୋଟିଜ୍ମ ହୋଇଛି । ଯାହାଫଳରେ ଏହି କିଛି ଦିନ ହେବ ନେପୋଟିଜ୍ମ ବିରୁଦ୍ଧରେ ବହୁତ ଗଣ୍ଡଗଳ ଲାଗିରହିଛି । ସୁଶାନ୍ତଙ୍କ ଆକସ୍ମିକ ନିଧନ ପରେ ଲୋକମାନଙ୍କ କ୍ରୋଧ ଚରମ ସୀମାରେ ଅଛି । ବିହାରରେ ସଲମାନ ଖାନ, ଆଲିଆ ଭଟ୍ ଓ କରନ ଜୋହାରର ପୂତଳାକୁ ଦହନ କରାଯାଉଛି । ଏହା ସହିତ ଏହି ସେଲିବ୍ରେଟି ମାନଙ୍କ ଫିଲ୍ମକୁ ମଧ୍ୟ ସମ୍ପୂର୍ଣ ରୂପରେ ବିରୋଧ କରିଛନ୍ତି ଲୋକ । ଲୋକମାନଙ୍କ ସଂକଲ୍ପ ହେଉଛି ଏହି ସେଲିବ୍ରେଟି ମାନଙ୍କ ଫିଲ୍ମ ଉପରେ ସଂପୂର୍ଣ୍ଣ ରୂପେ ପ୍ରତିବନ୍ଧକ ଲଗାଇବା ପାଇଁ ।

ବଲିଉଡର ବିଭିନ୍ନ ପରିସ୍ଥିତିକୁ ସହିଥିଲେ ସୁଶାନ୍ତ


ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରତିଭାକୁ ଭାରତ ବର୍ଷର ଲୋକ ଦେଖି ସାରିଛନ୍ତି । ହେଲେ ୩୪ ବର୍ଷର ସୁଶାନ୍ତଙ୍କ ମୃତ୍ୟୁ ପଛରେ ଡିପ୍ରେସନର କାରଣ ଅଛି ବୋଲି ମିଡିଆ ସାମ୍ନାକୁ ଆସିଛି । କୁହାଯାଉଛି ଯେ ସୁଶାନ୍ତ ବଲିଉଡରେ ହେଉଥିବା ନେପୋଟିସିମର ଶିକାର ଥିଲେ ଓ ଏହି ଚିନ୍ତା ସହ ସେ ଡିପ୍ରେସନରେ ରହୁଥିଲେ । ସୁଶାନ୍ତଙ୍କ ସହ ହୋଇଥିବା ଏହି ଅନ୍ୟାୟ ପଛରେ କରଣ ଜୋହାର, ଆଲିଆ ଭଟ୍ଟ ଓ ସଲମାନ ଖାନଙ୍କ ହାତ ରହିଛି ବୋଲି ରିପୋର୍ଟ୍ସରେ ଜଣା ପଡିଛି ।

ସେଥିପାଇଁ ଲୋକମାନେ ଏହି ସେଲିବ୍ରେଟି ମାନଙ୍କ ଫିଲ୍ମକୁ ସଂପୂର୍ଣ୍ଣ ରୂପରେ ବିରୋଧ କରୁଛନ୍ତି । ସୁଶାନ୍ତଙ୍କ ଫ୍ୟାନ୍ସ ମାନେ ଏହି ସେଲିବ୍ରେଟି ମାନଙ୍କ ପୂତଲାକୁ ଜଳେଇସାରିଛନ୍ତି । ସୁଶାନ୍ତଙ୍କ ଶେଷ ପୋଷ୍ଟ ମଟମ ରିପୋର୍ଟ ଆସି ସାରିଛି । ରିପୋର୍ଟ ଅନୁସାରେ ଜଣା ପଡିଛି ଯେ, ସୁଶାନ୍ତ ଆତ୍ମହତ୍ୟା କରିଥିଲେ । ହେଲେ ସୁଶାନ୍ତଙ୍କ ଆତ୍ମହତ୍ୟା ପୂର୍ବରୁ ସୁଶାନ୍ତଙ୍କ ଡିପ୍ରେସନ ବିଷୟରେ କେହି ଜାଣିନଥିଲେ କି ତାଙ୍କ ଜୀବନରେ କେତେ ସମସ୍ୟା ଥିଲା ଓ କେତେ ପରିସ୍ଥିତିକୁ ସାମ୍ନା କରିଥିଲେ ।

ଏଥିରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ବଲିଉଡର ସବୁ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *