ଏବେ ଭାରତୀୟ ରେଲୱେ ସାଧାରଣ ଜନତାଙ୍କୁ ଦେଲା ଏକ ବଡ ଝଟକା, ଏହି ତାରିଖ ପର୍ଯ୍ୟନ୍ତ ରଦ୍ଦ କରାଗଲା ସମସ୍ତ ଟ୍ରେନ

ଭାରତୀୟ ରେଲୱେ କୋଭିଡ-୧୯ ଭାଇରସ ଜନିତ ସମସ୍ତ ରେଳ ସେବାକୁ ୧୨ ଅଗଷ୍ଟ ପର୍ଯ୍ୟନ୍ତ ବନ୍ଦ କରିଛନ୍ତି । ରେଲୱେ ବୋର୍ଡ ଏହି ସମ୍ବନ୍ଧରେ କିଛି ସୂଚନା ପ୍ରଦାନ କରିଛନ୍ତି । ଯେଉଁଥିରେ କୁହାଯାଇଛି ଯେ ନିୟମିତ ସମୟ ସାରଣୀ ଥିବା ସମସ୍ତ ମେଲ-ଏକ୍ସପ୍ରେସ୍ସ ଓ ଇନ୍ଟରସିଟି ଟ୍ରେନ ୧୨ ଅଗଷ୍ଟ ପର୍ଯ୍ୟନ୍ତ ବନ୍ଦ ରହିବ । ଏହା ସହିତ ସମସ୍ତ ପ୍ୟାସେଞ୍ଜର ଟ୍ରେନ ମଧ୍ୟ ୧୨ ଅଗଷ୍ଟ ପର୍ଯ୍ୟନ୍ତ ବନ୍ଦ ରହିବ । ତେବେ ଆସନ୍ତୁ ଜାଣିବା ରେଳ ସମ୍ବନ୍ଧିତ ସମସ୍ତ ତଥ୍ୟ ବିଷୟରେ ।


ପୂର୍ବରୁ ଏହି ରେଳ ସେବା ଗୁଡିକ କୋଭିଡ-୧୯ ହେତୁ ୩୦ ଜୁନ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା । ହେଲେ ବର୍ତ୍ତମାନ ଏହାର ଅବଧି ୧୨ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ରେଲୱେ ବୋର୍ଡ ଏହା ସ୍ପଷ୍ଟ କରିଛି ଯେ, ୧୨ ମେ ଓ ୧ ଜୁନରେ ଚାଲିଥିବା ସମସ୍ତ ବିଶେଷ ଟ୍ରେନର ପରିଚାଳନା ଜାରି ରହିବ । ୧୨ ଅଗଷ୍ଟ ପର୍ଯ୍ୟନ୍ତ ଥିବା ସମସ୍ତ ଯାତ୍ରା ପାଇଁ ବୁକ୍ ହୋଇଥିବା ଟିକେଟ ଗୁଡିକୁ ରେଳ ବିଭାଗ ରଦ୍ଦ କରିଦେଇଛି । ସେହିପରି ପ୍ରଥମେ ରେଳ ବିଭାଗ ୧୪ ଏପ୍ରିଲ ବା ତା ପୂର୍ବରୁ ବୁକ କରାଯାଇଥିବା ସମସ୍ତ ଟିକେଟକୁ ରଦ୍ଧ କରିଦେଇଥିଲା ।


ରେଲୱେରେ ଅଧିକତମ ୧୨୦ ଦିନ ପୂର୍ବରୁ ଟିକେଟ ବୁକିଙ୍ଗ କରାଯାଇ ପାରିବ । ଏହି ପ୍ରକାରରେ ସେହି ଆଦେଶ ପାଇଁ ୧୨ ଅଗଷ୍ଟ ପର୍ଯ୍ୟନ୍ତ ଥିବା ସମସ୍ତ ଟିକେଟକୁ ରଦ୍ଧ କରାଯାଇଛି । ଭାରତୀୟ ରେଲୱେ ପ୍ରତିଦିନ ହାରାହାରି ୯ ହଜାର ପ୍ୟାସେଞ୍ଜର ଟ୍ରେନ ଓ ୩,୫୦୦ ଏକ୍ସପ୍ରେସ୍ସ ଟ୍ରେନ ପରିଚାଳନା କରିଥାଏ । ହେଲେ ଏହି ସବୁ ଟ୍ରେନ ବର୍ତ୍ତମାନ ରଦ୍ଦ କରାହୋଇଛି ।

କୋଭିଡ-୧୯ କୁ ସାମ୍ନାରେ ରଖି ପ୍ରିମିୟମ ଟ୍ରେନ ମଧ୍ୟ ବନ୍ଦ କରା ଯାଇଛି । ହେଲେ ରେଲୱେ ଜରୁରୀ କାଳୀନ ପରିସ୍ଥିତିରେ ଯାତ୍ରା କରିବା ପାଇଁ ୨୩୦ ଟି ବିଶେଷ ଟ୍ରେନ ଗୁଡିକର ସେବା ଆରମ୍ଭ କରିଛି, ଯାହା ବର୍ତ୍ତମାନ ଚାଲିବ । ମନ୍ତ୍ରଣାଳୟ ଅଧିକାରୀ ମାନଙ୍କ ମତରେ ଏହି ଟ୍ରେନ ଦେଶର ସବୁ ସ୍ଥାନକୁ ଯୋଡି ଥାଏ ।

ଏହିପରି ଦେଶଦୁନିଆ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *