Salman Khan ବନିବା ପଡିଗଲା ମହଙ୍ଗା ! ରିଲ୍ ବନାଉଥିବା ବେଳେ ଉଠାଇନେଲା ପୋଲିସ…ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓଟି ଦେଖିଲେ ବହୁତ ଖୁସି ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିର ସୁପର ଷ୍ଟାର ସଲମାନ ଖାନଙ୍କୁ ନିଶ୍ଚୟ ଜାଣିଥିବେ । ସଲମାନ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଆଉ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ସଲମାନ ଖାନ ନିଜ ଫିଲ୍ମ ଓ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ସଲମାନଙ୍କ ଫ୍ୟାନ ଫାଲୋଇଙ୍ଗ ମଧ୍ୟ ବେସ ଅଧିକ ରହିଛି ।

ବନ୍ଧୁଗଣ ସଲମାନ ଖାନଙ୍କ ଡୁପ୍ଳିକେଟ ମଧ୍ୟ ବହୁତ ଅଧିକ ଅଛନ୍ତି । ସୋସିଆଲ ମିଡିଆରେ ଫେମସ ହେବା ପାଇଁ ପ୍ରାୟତଃ ଲକ୍ଷ୍ନୌ ରାସ୍ତାରେ ଦେଖିବାକୁ ମିଳିଥାନ୍ତି ନକଲି ସଲମାନ ଖାନ । କିନ୍ତୁ ଏବେ ରାସ୍ତା ଉପରେ ରିଲ କରିବା ଡୁପ୍ଳିକେଟ ସଲମାନ ଖାନଙ୍କୁ ମହଙ୍ଗା ପଡିଛି । ଶାନ୍ତି ଭଙ୍ଗ ଅଭିଯୋଗରେ ତାଙ୍କୁ ଗିରଫ କରିଛି ପୋଲିସ । ବାସ୍ତବରେ କହିବାକୁ ଗଲେ ନକଲି ସଲମାନ ଖାନ ରାସ୍ତା ଉପରେ ରିଲ ସୁଟ କରୁଥିଲେ ।

ସେଠାରେ ନକଲି ସଲମାନ ଖାନଙ୍କୁ ଦେଖିବା ପାଇଁ ଭିଡ ଜମି ଥିଲା । ଯାହାଫଳରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଥିଲା । ଏହା ପରେ ସେଠାକାର କିଛି ଲୋକ ପୋଲିସକୁ ଅଭିଯୋଗ କରିବା ପରେ ପୋଲିସ ଆସି ନକଲି ସଲମାନ ଖାନଙ୍କୁ ଗିରଫ କରିଥିଲା । ଡୁପ୍ଳିକେଟ ସଲମାନ ଖାନଙ୍କ ବିରୋଧରେ ଶାନ୍ତି ଭଙ୍ଗ ପାଇଁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ଜୋରିମାନା ମଧ୍ୟ ଦିଆଯାଇଛି । କହିବାକୁ ଗଲେ ସୋସିଆଲ ମିଡିଆରେ ନକଲି ସଲମାନ ଖାନଙ୍କର ବହୁତ ପ୍ରଶଂସକ ଅଛନ୍ତି ।

ଆଉ ସେହି ପ୍ରଶଂସକ ମାନେ ତାଙ୍କ ସହ ରିଲ୍ସରେ ନଜର ଆସିଥାନ୍ତି । ନକଲି ସଲମାନ ଖାନଙ୍କ ୟୁଟ୍ୟୁବରେ ଏକ ଲକ୍ଷ ୭୦ ହଜାର ଫୋଲୋଅର୍ସ ମଧ୍ୟ ଅଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ନକଲି ସଲମାନ ଖାନ ଗିରଫ ହୋଇଛନ୍ତି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *