ଝିଅର ଅଧିକାରକୁ ନେଇ Supreme Court ଦେଲେ ସବୁଠୁ ବଡ ରାୟ, ବାପାଙ୍କ ସମ୍ପତିରେ ଝିଅର କୌଣସି ଭାଗ ନାହିଁ ଯଦି ଝିଅ…

ବନ୍ଧୁଗଣ ଆଗ କାଳରେ ପୁଅ ଝିଅଙ୍କ ମଧ୍ୟରେ ଅନେକ ପାର୍ଥକ୍ୟ କରାଯାଉଥିଲା । ସାଧାରଣତଃ ଝିଅ ମାନେ ପୁଅ ମାନଙ୍କ ଭଳି ବାହାରେ ବୁଲି ପାରୁ ନଥିଲେ, ବାପ ସମ୍ପତ୍ତିକୁ ଭୋଗ କରିପାରୁ ନଥିଲେ ଓ ପାଠ ପଢି ପାରୁ ନଥିଲେ । ହେଲେ ବନ୍ଧୁଗଣ ଏବେ ଦୁନିଆ ବଦଳି ଯାଇଛି । ଝିଅ ମାନେ ଏବେ ପୁଅ ମାନଙ୍କ ଠାରୁ କମ ନାହାନ୍ତି । ସମସ୍ତ କ୍ଷେତ୍ରରେ ଝିଅ ମାନେ ନିଜ ଯୋଗ୍ୟତା ପଦର୍ଶନ କରି ପୁଅ ମାନଙ୍କ କାନ୍ଧରେ କାନ୍ଧ ମିଶାଇ ଛିଡା ହେଉଛନ୍ତି ।

ତେବେ ଗତ କିଛି ସମୟ ହେବ ଏକ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବନ୍ଧୁଗଣ ଝିଅ ମାନଙ୍କ ଅଧିକାରକୁ ନେଇ ସୁପ୍ରିମ କୋର୍ଟ ଏକ ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇ ଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ସୁପ୍ରିମ କୋର୍ଟଙ୍କ ଏହି ରାୟ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ସୁପ୍ରିମ କୋର୍ଟଙ୍କ କହିବା ମୁତାବକ, ଯଦି ଝିଅ ବାପାଙ୍କ ଠାରୁ ଅଲଗା ରହୁଥାଏ ବା ବାପାଙ୍କ ସହ କୌଣସି ସମ୍ପର୍କ ନରଖେ ତେବେ ବାପା, ଝିଅର କୌଣସି ଖର୍ଚ୍ଚ ବହନ କରିବାକୁ ବାଧ୍ୟ ନୁହଁନ୍ତି । ଜଷ୍ଟିସ୍ ସଂଜୟ କିଶନ୍ କୌଲ ଓ ଏମଏମ ସୁନ୍ଦରେଶଙ୍କୁ ନେଇ ଗଠିତ ବେଞ୍ଚ ଏକଦମ୍ପତ୍ତିଙ୍କର ଛାଡପତ୍ର ମାମଲାର ପିଟିସନ୍ ଶୁଣାଣି ସମୟରେ ଏପରି ରାୟ ଦେଇଛନ୍ତି ।

ଏହି ଛାଡପତ୍ର ମାମଲାରେ ପତ୍ନୀ ନିଜ ସ୍ୱାମୀଙ୍କ ଠାରୁ ଅର୍ଥ ଦାବି କରିଥିଲେ । ଅଦାଲତ ଉକ୍ତ ମହିଳାଙ୍କ ସ୍ୱାମୀଙ୍କୁ ସମସ୍ତ ଦାବି ପୂରଣ କରିବା ସହ ୧୦ ଲକ୍ଷ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨ ମାସ ଭିତରେ ଏହି ଟଙ୍କା କୋର୍ଟରେ ଜମା କରିବାକୁ କୋର୍ଟ କହିଥିବାବେଳେ ଏ ସମସ୍ତ ଅର୍ଥ କେବଳ ତାଙ୍କ ପତ୍ନୀଙ୍କୁ ଦିଆଯିବ ବୋଲି କହିଛନ୍ତି । ଏଥିରେ ବ୍ୟକ୍ତିଙ୍କ ଝିଅର କୌଣସି ଭାଗ ରହିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

ଝିଅର ଶିକ୍ଷା ଓ ବାହାଘର ଖର୍ଚ୍ଚକୁ ନେଇ ଅଭିଯୋଗକାରୀ ପତ୍ନୀ ପ୍ରଶ୍ନ ଉଠାଇଥିଲେ । ହେଲେ ଏହାର ଜବାବରେ କୋର୍ଟ କହିଥିଲେ ଯେ, ଝିଅର ବୟସ ଏବେ ୨୦ ବର୍ଷ । ଭବିଷ୍ୟତର ରାସ୍ତା ବାଛିବା ପାଇଁ ତା’ର ଅଧିକାର ଅଛି । ତେଣୁ ଝିଅର ଶିକ୍ଷା ପାଇଁ ସ୍ୱାମୀଙ୍କୁ ଅର୍ଥ ଦାବି କରିପାରିବେ ନାହିଁ ପତ୍ନୀ । ଝିଅ ବାପାଙ୍କ ଠାରୁ କୌଣସି ଅର୍ଥ ଦାବି କରିବାକୁ ହକଦାର ନୁହେଁ ।

କିନ୍ତୁ ବାପା ଯଦି ପତ୍ନୀଙ୍କ ଠାରୁ ଛାଡପତ୍ର ନେବା ପରେ ମଧ୍ୟ ନିଜ ଇଛାରେ  ଝିଅକୁ ଆର୍ଥିକ ସାହାଯ୍ୟ କରିବାକୁ ଚାହାଁନ୍ତି ତେବେ ସେଥିରେ କୌଣସି ସମସ୍ୟା ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *