‘ମାରିବା ପୂର୍ବରୁ ଶାଳୀକୁ ହଷ୍ଟେଲରୁ ଆଣିଥିଲା ବିଜୟ ଆଉ ତା’ ପରେ ମୋବାଇଲକୁ ସ୍ୱିଚ୍ ଅଫ୍ କରି…’ ବ୍ୟକ୍ତି ଜଣକ ଯାହା କହୁଛନ୍ତୁ ଶୁଣିଲେ ଆପଣଙ୍କ ହୋସ ଉଡିଯିବ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ମୁଁ ହତୟଆ କରିଛି । ହତୟଆକାଣ୍ଡ ପାଇଁ ମୁଁ ଦାୟୀ । ସ୍ତ୍ରୀ ଓ ଶାଳୀ ମାନସିକ ନିର୍ଯାଆତନାଆ ଦେଉଥିବାରୁ ହତୟଆ କରିଛି । ’ ଏ ହେଉଛି ରାଜଧାନୀ ଡବଲ ମର୍ଡର ଯାଞ୍ଚରୁ ମିଳିଥିବା ନୂଆ ତଥ୍ୟ । ଶାଳୀ ଓ ସ୍ତ୍ରୀକୁ ହତୟଆ କରିବା ପରେ ପୋଲିସ ଉଦ୍ଦେଶ୍ୟରେ ଏମିତି ଚିଠି ଲେଖିଥିଲା ଅଭିଯୁକ୍ତ ବିଜୟ ସେଠୀ । ପୋଲିସ ଅଭିଯୁକ୍ତ ବିଜୟଙ୍କୁ ଗିରଫ କରିଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି ।


ରାଜଧାନୀରେ ଘଟିଥିବା ଏହି ବିଭତ୍ସ ହତୟଆ ପଛରେ ଏକାଧିକ କାରଣ ଥିବା ଅନୁମାନ କରା ଯାଉଛି । ଯାହାକୁ ଆଧାର କରି ପୋଲିସ ତା’ର ତଦନ୍ତ ଆଗକୁ ବଢାଇଛି । ତେବେ ଆଜି ସକାଳୁ ସାକଳୁ ରାଜଧାନୀର ଚନ୍ଦ୍ରଶେଖର ପୁର ଅଞ୍ଚଳରେ ପଡିଯାଇଥିଲା ହୋହାଲ୍ଲା । କାରଣ ଅଭିଯୁକ୍ତ ବିଜୟ ରହୁଥିବା ଘରୁ ବାହାରୁଥିଲା ଦୁର୍ଗନ୍ଧ ଓ ଗୁରୁବାର ଠାରୁ ତାଙ୍କ ପତ୍ନୀ ଗାୟତ୍ରୀ ଏବଂ ଶାଳୀ ସରସ୍ବତୀ ଥିଲେ ନିଖୋଜ ।

୪ ଦିନ ପୂର୍ବରୁ ଟାଙ୍ଗିଆରେ ହାଣି ବିଜୟ ଉଭୟଙ୍କୁ ହତୟଆ କରିଥିଲେ । ଘରୁ ପଚା ଗନ୍ଧ ବାହାରିବାରୁ ଶବକୁ ଗାଏବ କରିବାକୁ ଉଦ୍ୟମ କରୁଥିବା ବେଳେ ଧରାପଡି ଯାଇଥିଲେ । ମୃତ ଦୁଇ ଭଉଣୀଙ୍କ ବାପା ଓ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ । ଏହାପରେ ଜଣା ପଡିଥିଲା ସଇତାନ ବିଜୟର ହତୟଆ କାହାଣୀ ।

ତେବେ ହତୟଆକାଣ୍ଡ ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ସ୍ତ୍ରୀକୁ ହତୟଆ କରିବା ପରେ ଶାଳୀକୁ କାହିଁକି ହତୟଆ କରିଥିଲେ ବିଜୟ ତାହା ମଧ୍ୟ ରହସ୍ୟ ଘେରରେ ରହିଛି । ତେବେ ବିଜୟ ଲେଖିଥିବା ହାତ ଲେଖା ଚିଠିରେ କେତେ ସତ୍ୟତା ରହିଛି ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନା ଅନୁସାରେ, ମୃତ ଶାଳୀ ସରସ୍ବତୀ ସେଠୀ ଦୁଇ ମାସ ତଳେ ବିବାହ କରିଥିଲେ । ଘରୋଇ ହସ୍ପିଟାଲରେ ଚାକିରି କରୁଥିବାରୁ ସେ ଭୁବନେଶ୍ବରରେ ଏକ ହଷ୍ଟେଲରେ ରହୁଥିଲେ । ଗତ ଗୁରୁବାର ଦିନ ବିଜୟ ଯାଇ ତାଙ୍କୁ ଘରକୁ ଆଣିଥିଲେ ।

ଅପରାହ୍ଣରେ ସରସ୍ବତୀ ଏବଂ ତାଙ୍କ ଭଉଣୀ ଘର ଲୋକଙ୍କ ସହ ଶେଷ କଥା ହୋଇଥିଲେ । ଏହାପରଠାରୁ ଉଭୟଙ୍କ ଫୋନ ଅଫ୍ ଥିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା । ପତ୍ନୀ ନିଖୋଜ ଥିବା ନେଇ ସରସ୍ବତୀଙ୍କ ସ୍ବାମୀ ଥାନାରେ ନିଖୋଜ ଏତଲା ଦେଇଥିଲେ । ପରିବାର ଲୋକେ ଆସି ବିଜୟଙ୍କ ପଡୋଶୀଙ୍କୁ ପଚରାଉଚରା କରି ନିରାଶ ହୋଇଥିଲେ । ଏହା ପରେ ସେମାନେ ବିଜୟଙ୍କ ଘର ଉପରେ ନଜର ରଖିଥିଲେ ।


ଆଜି ବିଜୟ ଘରକୁ ଆସିଥିବା ବେଳେ ତାଙ୍କ ଶ୍ବଶୁର ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଧରିଥିଲେ । ତେବେ ପାରିବାରିକ କଳହରୁ ବିଜୟ ସ୍ତ୍ରୀ ଓ ଶାଳୀଙ୍କୁ ହତୟଆ କରିଥିବା ଅନୁମାନ କରାଯାଉଛି । ବିବାହର ୧୧ ବର୍ଷ ପରେ ବି ବିଜୟ ବାପା ହୋଇ ପାରିନଥିଲେ । ଏହାକୁ ନେଇ ଉଭୟ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ସବୁ ସମୟରେ ଝଗଡା ହେଉଥିଲା । ଗୁରୁବାର ଦିନ ଏମିତି କିଛି ହୋଇଥିବା ଓ ରାଗରେ ବିଜୟ ଦୁଇ ଭଉଣୀଙ୍କୁ ହତୟଆ କରିଥିବା ଅନୁମାନ କରା ଯାଉଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *