ମୁହଁରେ ଲାଜ ଥିଲେ ସିନା…ଦେଖନ୍ତୁ Video ସବୁ ବୁଝିଯିବେ…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରଚାର, ପ୍ରହସନ ଓ ଆତ୍ମବଡ଼ିମାର କେତେ କାହାଣୀ । ଉପକୂଳରୁ ଉପାନ୍ତ କୁ ଉଡିକି ଯାଆନ୍ତି ଡାକ୍ତରୀ ଦଳ । ନାଁ ରଖି ଦିଆ ଯାଇ ଏୟାର ଆମ୍ବୁଲାନ୍ସ ସେବା । ଘରୁ ଡାକ୍ତର ଖାନା ରୁ ଭାରରେ ବୁହା ହୋଇ ଆସନ୍ତି ରୋଗୀ । ଏହା ସହ ଅଧା ବାଟରେ ପ୍ରସବ କରନ୍ତି ଜଣେ ଗରିବ ମାଆ । ନା ଥାଏ ଚିକିତ୍ସା ସେବା ନା ପହଁଚି ପାରେ ଆମ୍ବୁଲାନ୍ସ ।
ତେବେ ରୋଗୀ ମାନଙ୍କୁ ମାଗଣାରେ ଚିକିତ୍ସାଳୟ ନେବା ପାଇଁ ସରକାର ଆମ୍ବୁଲାନ୍ସ ସେବା ଯୋଗାଇ ଦେଇଛନ୍ତି ।

ଶତ ପ୍ରତିଶତ ଆମ୍ବୁଲାନ୍ସ ସେବା ବିଫଳତାର ନମୁନା ଏବେ ମୁଖ୍ୟ ପ୍ରସଙ୍ଗ ପାଲଟିଛି । କେଉଁଠି ରୋଗୀଙ୍କୁ ଆଣିବାକୁ ଯାଉ ଯାଉ ରାସ୍ତାରେ ଅଚଳ ହୋଇପଡି ରହୁଛି ତ ଆଉ କେଉଁଠି ମରାମତି ପାଇଁ ଗ୍ୟାରେଜରେ ରହୁଛି । ବାସ୍ତବ କ୍ଷେତ୍ରରେ ଦେଖିବାକୁ ଗଲେ ସମସଗ୍ର ଆନନ୍ଦପୁର ଉପଖଣ୍ଡରେ ୧୦୮ ଆମ୍ବୁଲାନ୍ସ ସେବା ପ୍ରହସନ ପାଲଟିଛି କହିଲେ ଅତ୍ୟୁକ୍ତି ହେବନି ।

ତେବେ କେଉଁଠି ରାସ୍ତା ଠିକ ନଥିବାରୁ ଆମ୍ବୁଲାନ୍ସ ଯାଇ ପାରୁ ନାହିଁ । ଏହା ସହ ଶୀଘ୍ର ଚିକିତ୍ସା ପାଇଁ ଗୁରୁତର ରୋଗୀଙ୍କୁ ମିଳିବ ଏୟାର ଆମ୍ବୁଲାନ୍ସ ସେବା ।  ତେବେ କିନ୍ତୁ ଏସବୁ ପ୍ରଚାର ଏଠାରେ ଫେଲ ମାରି ଯାଇଥାଏ । ତେବେ କୋରାପୁଟ ଜିଲ୍ଲା ର ପଟାଙ୍ଗୀ ବ୍ଳକ୍ ର ଜଣେ ଗରିବ ମହିଳା ଙ୍କୁ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିଲା ।

ତେଣୁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସ କୁ ଡାକି ଥିଲେ । ତେବେ ଆମ୍ବୁଲାନ୍ସ ଆସିଥିଲା ସତ କିନ୍ତୁ ରାସ୍ତା ଖରାପ ଯୋଗୁଁ ଆସି ପାରି ନଥିଲା ଗାଁ ଭିତରକୁ ତେବେ କିଛି ଦୂରରେ ଛିଡା ହୋଇଥିଲା ଏବଂ ପ୍ରସୂତି କୁ ଭାର ବୁହା ଭଳି ବୋହା ହୋଇ ପରିବାର ଲୋକ ନେଇ ଯାଉଥିଲେ । ତେବେ ନେବା ସମୟରେ ରାସ୍ତାରେ ହିଁ ମହିଳା ଜଣଙ୍କର ପ୍ରସବ ହୋଇ ଯାଇଥିଲା । ତେବେ ପରେ ଆମ୍ବୁଲାନ୍ସ ଯୋଗେ ମହିଳା ଏବଂ ସନ୍ତାନ କୁ ହସ୍ପିଟାଲରେ ଚିକିତ୍ସା କରା ଯାଉଛି ।

ତେବେ ସରକାର ଏତେ ଯୋଜନା କରୁଛନ୍ତି ସ୍ୱାସ୍ଥ୍ୟ କାର୍ଡ଼ ରୁ ଏୟାର ଆମ୍ବୁଲାନ୍ସ ପର୍ଯ୍ୟନ୍ତ ସବୁ ପ୍ରକାର ଯୋଜନା କରା ଯାଉଛି କିନ୍ତୁ ସରକାର ଭୁଲି ଯାଉଛି କି ଯେଉଁ ରାସ୍ତା ଖରାପ ଯେଉଁଠି ଲୋକମାନେ ଚାଲିକି ଯାଇ ପାରୁ ନାହାନ୍ତି ସେଠାରେ ଆମ୍ବୁଲାନ୍ସ କିପରି ଯିବ । ତେବେ ଏଥିପ୍ରତି ଧ୍ୟାନ ଦେବା ନିଶ୍ଚିତ ଦରକାର ଅଟେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *