Salman ଙ୍କ ବିରୁଦ୍ଧରେ ସଙ୍ଗୀନ ଆରୋପ ଆଣିଲେ ତାଙ୍କ ପଡୋଶୀ, କୋର୍ଟରେ ପହଞ୍ଚିଲା କେସ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ସଲମାନ ଖାନ । ଆପଣ ମାନେ ସମସ୍ତେ ସଲମାନ ଖାନଙ୍କର ଅନେକ ସୁପର ହିଟ ଫିଲ୍ମ ଦେଖିଥିବେ । ସଲମାନ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସଲମାନ ଖାନଙ୍କ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସୁଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ସଲମାନ ଖାନ ଓ ତାଙ୍କ ପଡୋଶୀ କେତନ କକଡଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ବର୍ତ୍ତମାନ ଏହି ମାମଲାଟି କୋର୍ଟରେ ପହଞ୍ଚିଲାଣି । ସଲମାନ ନିଜ ପଡୋଶୀ କେତନଙ୍କ ବିରୋଧରେ ମାନ ହାନି କେସ କରିଛନ୍ତି ।

ସଲମାନଙ୍କ ମତରେ, କେତନ ତାଙ୍କ ଉପରେ ଅନେକ ଗମ୍ଭୀର ଆରୋପ ଲଗାଇ ଛନ୍ତି ଓ ତାଙ୍କୁ ବଦନାମ କରିବା ପାଇଁ ଚେଷ୍ଟା କରୁଛନ୍ତି । ଏହି ପୁରା ବିବାଦ ସଲମାନଙ୍କ ଫାର୍ମ ହାଉସ ଓ ତା ସହ ଜଡିତ ଜମିକୁ ନେଇ ସୃଷ୍ଟି ହୋଇଛି । ଏହି ମାମଲାରେ ସଲମାନଙ୍କ ଉପରେ ଛୋଟ ପିଲାଙ୍କ ତସକରି କରୁଥିବା ଓ ଡି ଗ୍ୟାଙ୍ଗଙ୍କ ସହ ଜଡିତ ଥିବାର ଆରୋପ ଲାଗିଛି ।

ଏହା ସହିତ ସଲମାନଙ୍କ ଫାର୍ମ ହାଉସରେ ଫିଲ୍ମ ଷ୍ଟାର ମାନଙ୍କ ଶବ ପୋତା ଯାଇଛି ବୋଲି ମଧ୍ୟ ଆରୋପ ଲଗାଇଛନ୍ତି ।  ସଲମାନ ଖାନଙ୍କ ଫାର୍ମ ହାଉସ ପାଖରେ କେତନ କକଡଙ୍କର ବି ଜମି ଅଛି । କେତନଙ୍କ ମତରେ, ଜମିକୁ ଯିବା ରାସ୍ତାକୁ ସଲମାନ ବନ୍ଦ କରି ଦେଇଛନ୍ତି । ଏହା ପରେ କେତନ ଏକ ୟୁଟ୍ୟୁବ ଚ୍ଯାନେଲରେ କଥା ହେବା ବେଳେ ସଲମାନଙ୍କ ଉପରେ ଅନେକ ଗମ୍ଭୀର ଆରୋପ ଲଗାଇ ଥିଲେ ।

ଏହି ସବୁ ଆରୋପ କେତନ ସଲମାନଙ୍କ ବିରୋଧରେ ଲଗାଇ ଥିବାରୁ ସଲମାନ କୋର୍ଟରେ ମାନ ହାନି କେସ କରିଛନ୍ତି । କେତନ ସଲମାନଙ୍କ ଧର୍ମ ଉପରେ ବି କମେଣ୍ଟ କରିଛନ୍ତି । କେତନଙ୍କ ଏହି ଆରୋପକୁ ଦେଖି ସଲମାନ ନିଜ ଓକିଲ ମାଧ୍ୟମରେ କହିଛନ୍ତି, କେତନ ଲଗାଇଥିବା ଏହି ସମସ୍ତ ଆରୋପ ମିଛ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *