ସାକ୍ଷାତ ମା’ ଲକ୍ଷ୍ମୀ ଙ୍କ ରୂପ ହୋଇଥାନ୍ତି ଏହି 4 ଟି ମାସରେ ଜନ୍ମ ହୋଇଥିବା ଝିଅମାନେ- Jyotish Shastra

ବନ୍ଧୁଗଣ ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଝିଅ ମାନଙ୍କୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ମାନା ଯାଇଥାଏ । କୁହାଯାଏ ନାରୀ ମାନଙ୍କ ମଧ୍ୟରେ ସ୍ଵୟଂ ମା ଲକ୍ଷ୍ମୀଙ୍କ ନିବାସ ରହିଥାଏ । ସେଥିପାଇଁ ବନ୍ଧୁଗଣ ଯଦି ଘରେ ଝିଅ ମାନେ ଜନ୍ମ ହୁଅନ୍ତି ତା ହେଲେ କୁହାଯାଏ, ଘରକୁ ମା ଲକ୍ଷ୍ମୀ ଆସିଛନ୍ତି । ଶାସ୍ତ୍ରରେ ଝିଅ ମାନଙ୍କୁ ପୂଜନୀୟ କୁହାଯାଇଛି । ଝିଅ ମାନେ ଘରକୁ ସୁଖ ସମୃଦ୍ଧି ନେଇ ଆସିଥାନ୍ତି । ବନ୍ଧୁଗଣ ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଝିଅ ମାନଙ୍କର ଜନ୍ମ ମାସ ମଧ୍ୟ ସେମାନଙ୍କୁ ଭାଗ୍ୟବତି ବନେଇ ଥାଏ । ଏହି ଝିଅ ମାନେ ନିଜ ବାପଘର ସହିତ ନିଜ ଶଶୁର ଘର ପାଇଁ ମଧ୍ୟ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

ବନ୍ଧୁଗଣ ଏହି ଝିଅ ମାନଙ୍କୁ ଭଲ ଶଶୁର ଘର ମଧ୍ୟ ମିଳିଥାଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସମସ୍ତ ମାସ ବିଷୟରେ କହିବାକୁ ଯାଉଛୁ, ଯେଉଁ ମାସରେ ଜନ୍ମ ହୋଇଥିବା ଝିଅ ମାନେ ଲକ୍ଷ୍ମୀ ଅଟନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମାସ ଗୁଡିକ ବିଷୟରେ ।

ଫେବୃୟାରି ମାସ- ବନ୍ଧୁଗଣ ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କ ସ୍ଵଭାବ ବହୁତ ବିନମ୍ର ହେବା ସହିତ ଏମାନେ ବୁଦ୍ଧିମତୀ ମଧ୍ୟ ହୋଇଥାନ୍ତି । ଏହି ଝିଅ ମାନଙ୍କୁ ବିବାହ ପରେ ଭଲ ଘର ମିଳିବା ସହିତ ଅନେକ ସୁଖ ସମୃଦ୍ଧି ମଧ୍ୟ ମିଳିଥାଏ । ଏହି ଝିଅ ମାନଙ୍କ ପାଇଁ ଏମାନଙ୍କ ପରତିବାର ଲୋକମାନଙ୍କ ଭାଗ୍ୟ ମଧ୍ୟ ବଦଳି ଯାଇଥାଏ ।


ଏପ୍ରିଲ ମାସ- ଏହି ମାସରେ ଜନ୍ମ ହୋଇଥିବା ଝିଅମାନଙ୍କୁ ସାକ୍ଷାତ ଲକ୍ଷ୍ମୀ ମାନା ଯାଇଥାଏ । ଶାସ୍ତ୍ର ଅନୁସାରେ ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନଙ୍କ ଭାଗ୍ୟ ବହୁତ ଭଲ ହୋଇଥାଏ । କାରଣ ଏହି ଝିଅ ମାନଙ୍କର ଗ୍ରହର ଚଳନ ବହୁତ ତୀବ୍ର ହୋଇଥାଏ । ଏହି ଝିଅ ମାନଙ୍କ ପରିବାରକୁ କେବେହେଲେ ଧନର ଅଭାବ ହୁଏ ନାହିଁ ଓ ଏହି ଝିଅ ମାନଙ୍କ ସହ ଯେଉଁ ପୁଅ ମାନେ ବିବାହ କରନ୍ତି ସେମାନଙ୍କ ଭାଗ୍ୟ ବଦଳି ଯାଇଥାଏ ।


ଜୁନ ମାସ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଜୁନ ମାସରେ ଜନ୍ମ ହୋଇଥିବା ଝିଅମାନେ । ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ହେଲେ ଅଙ୍କଶାସ୍ତ୍ର ଅନୁସାରେ ଏହି ମାସ ଝିଅ ମାନଙ୍କ ପାଇଁ ଶୁଭ ହୋଇନଥାଏ । ବନ୍ଧୁଗଣ ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନଙ୍କୁ ସମସ୍ତ ପ୍ରକାରର ସୁଖ ସମୃଦ୍ଧି ମିଳିଥାଏ ।


ସେପ୍ଟେମ୍ବର ମାସ- ବନ୍ଧୁଗଣ ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନଙ୍କ ଜାତକରେ ଚନ୍ଦ୍ର, ଶୁକ୍ର ଓ ରାହୁ ଗ୍ରହର ମିଳନ ହୋଇଥାଏ । ଯେଉଁ କାରଣରୁ ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନେ ବହୁତ ଧନୀ ହୋଇଥାନ୍ତି । ଏମାନଙ୍କୁ ତାଙ୍କ ଭାଗ୍ୟ ଦ୍ଵାରା ସମସ୍ତ ସୁଖ ମିଳିଥାଏ ଓ ଏମାନଙ୍କୁ କେବେହେଲେ କୌଣସି ଜିନିଷର ଅଭାବ ହୁଏ ନାହିଁ । ବନ୍ଧୁଗଣ ଏହି ଝିଅ ମାନଙ୍କ ପାଇଁ ତାଙ୍କ ପରିବାର ଲୋକ ମଧ୍ୟ ବହୁତ ଲାଭରେ ରୁହନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *