Vastu Shastra- ବିବାହିତା ମହିଳାମାନେ କେଉଁ ଦିନ ବାଳ ଧୋଇବା ଉଚିତ ଓ କେଉଁ ଦିନ ନୁହେଁ, ଏହା ସହିତ ଜାଣନ୍ତୁ ବର୍ଜିତ ଦିନର ଉପାୟ

ବନ୍ଧୁଗଣ ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ମହିଳା ମାନଙ୍କୁ ଘରର ଲକ୍ଷ୍ମୀ ମାନା ଯାଇଥାଏ । ସାଧାରଣତଃ ବିବାହିତ ମହିଳା ମାନଙ୍କ ଉପରେ ଘରର ସୁଖ ଓ ସମୃଦ୍ଧି ନିର୍ଭର ହୋଇଥାଏ । ଜଣେ ମହିଳା ଚାହିଁଲେ ଘରକୁ ସ୍ଵର୍ଗ ଏବଂ ନର୍କରେ ପରିବର୍ତ୍ତିତ କରିପାରିଥାଏ  । ସାଧାରଣତଃ ବିବାହିତ ମହିଳା ମାନେ କେସ କେବେ ଧୋଇବା ଉଚିତ ଏହା ବାର ଓ ତିଥି ଉପରେ ନିର୍ଭର ରହିଥାଏ । ବନ୍ଧୁଗଣ ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଏପରି କିଛି ତିଥି ବା ଦିନ ରହିଛି ଯେଉଁ ଦିନ ବିବାହିତ ମହିଳା ମାନଙ୍କୁ ଭୁଲ ସେ ମଧ୍ୟ ନିଜ କେସ ଧୋଇବା ଉଚିତ ନୁହେଁ ।

ଆଜି ଆମେ ଆପଣ ମାନଙ୍କୁ କେସ ଧୋଇବାର ସଠିକ ଦିନ ଓ ନଧୋଇବାର ଦିନ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସାଧାରଣତଃ ଅମାବାସ୍ୟା, ପୂର୍ଣ୍ଣମୀ ଓ ଏକାଦଶୀରେ ଭୁଲ ସେ ମଧ୍ୟ ମହିଳା ମାନଙ୍କୁ ନିଜ କେସ ଧୋଇବା ଉଚିତ ନୁହେଁ ।


କାରଣ ଜ୍ୟୋତିଷ ଶସ୍ତ୍ର ଅନୁସାରେ ଏହି ତିନୋଟି ଦିନରେ ଚନ୍ଦ୍ରମା ଉଭୟ ଉଚ୍ଚ ଓ ନୀଚ ସ୍ଥାନରେ ରହିଥାଏ । ତେଣୁ ଯଦି ମହିଳା ମାନେ ଏହି ତିନୋଟି ଦିନରେ କେସ ଧୋଇବେ ତା ହେଲେ ସେମାନଙ୍କ ପରିବାର ଉପରେ ସଙ୍କଟ ଆସିପାରେ । ତେଣୁ ବନ୍ଧୁଗଣ ଏହି ଦିନ ମାନଙ୍କରେ ଭୁଲ ସେ ମଧ୍ୟ କେସ ଧୋଇବେ ନାହିଁ ।


ସାଧାରଣତଃ ହିନ୍ଦୁ ପଞ୍ଚାନବେ ତିଥି ଅନୁସାରେ ବ୍ରତ ଓ ପର୍ବ ପର୍ବାଣି ପାଳନ କରାଯାଇଥାଏ । ଏହି ସବୁ ଦିନର ପୂର୍ବ ଦିନରେ ମହିଳା ମାନେ ନିଜ କେସକୁ ଧୋଇପାରିବେ । ଭୁଲ ସେ ମଧ୍ୟ ଏହି ଦିନ ମାନଙ୍କରେ କେସ ଧୋଇବେ ନାହିଁ । ନଚେତ ଆପଣଙ୍କୁ ବହୁତ ଅସୁବିଧାର ସମୁଖୀନ ହେବାକୁ ପଡିପାରେ । ଯଦି ମହିଳା ମାନେ କୌଣସି ଦିନରେ କିଛି ବ୍ରତ ରଖିଛନ୍ତି ତା ହେଲେ ସେମାନେ ସେହି ଦିନରେ ନିଜ କେସକୁ ଧୋଇବା ଉଚିତ ନୁହେଁ ।

ମହିଳା ମାନେ ସେହି ଦିନର ପୂର୍ବ ଦିନରେ ନିଜ କେସକୁ ଧୋଇପାରିବେ । ଯଦି ବନ୍ଧୁଗଣ ଆପଣ ସୋମବାର ଦିନ ବ୍ରତ ରଖିଛନ୍ତି ହେଲେ କୌଣସି ଅନିବାର୍ଯ୍ୟ କାମ ହେତୁ ଆପଣ କେସ ଧୋଇବା ପାଇଁ ବାଧ୍ୟ ହୁଅନ୍ତି ତା ହେଲେ ଆପଣ ପଲାଶ ର ଫୁଲକୁ ନିଜ ହାତରେ ମଳି ନିଜ ବାଳରେ ଲଗାଇ ଦିଅନ୍ତୁ ଓ ଏହା ପରେ ନିଜ ବାଳ ଧୁଅନ୍ତୁ ।

ବିବାହିତ ମହିଳା ମାନଙ୍କୁ ମଙ୍ଗଳବାର ଦିନ ନିଜ କେସକୁ ଧୋଇବା ଉଚିତ ନୁହେଁ । ଯଦି କୌଣସି ମହିଳା ମଙ୍ଗଳବାର ଦିନ ନିଜ କେସ ଧୋଇଥାଏ ତା ହେଲେ ସେହି ମହିଳାକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ଓ ତାଙ୍କ ବୈବାହିକ ଜୀବନରେ ମଧ୍ୟ ବହୁତ ବାଧା ଆସିପାରେ । ଯଦି କୌଣସି କାରଣରୁ କେଶ ଧୋଇବାକୁ ପଡୁଛି ତେବେ ଆମଲା ର ରସ ବା ଆମଲା ଚୂନ ର ପେଷ୍ଟ ବନେଇ ନିଜ ବାଳରେ ଲଗାନ୍ତୁ ଓ ଏହା ପରେ ନିଜ କେଶ ଧୁଅନ୍ତୁ ।

ବୁଧବାର, ଶୁକ୍ରବାର ଓ ରବିବାର ଦିନ ଆପଣ କେସକୁ ଧୋଇପାରିବେ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ହେଲେ ଭୁଲ ସେ ମଧ୍ୟ ଗୁରୁବାର ଓ ଶନିବାର ଦିନ କେସକୁ ଧୋଇବେ ନାହିଁ । ନଚେତ ଆପଣଙ୍କୁ ଦାରିଦ୍ରତା ଭୋଗ କରିବାକୁ ପଡିପାରେ । କିନ୍ତୁ ଯଦି କୌଣସି କାରଣରୁ ଆପଣଙ୍କୁ ଏହି ଦିନ କେଶ ଧୋଇବାକୁ ପଡୁଛି ତେବେ ଆପଣ ଟିକେ ହଳଦୀ ଆଉ ବେସନ ନେଇ ତାହାକୁ ନିଜ କେଶରେ ଲଗାଇ କେଶ ଧୁଅନ୍ତୁ । ତା ହେଲେ ବନ୍ଧୁଗଣ ଏହି ସମସ୍ତ ନିୟମକୁ ପାଳନ କରି ନିଜ କେସ ଧୁଅନ୍ତୁ ଓ ଆଜୀବନ ଖୁସିରେ ରୁହନ୍ତୁ ।

Leave a Reply

Your email address will not be published. Required fields are marked *