ସକାଳୁ ଶୀଘ୍ର ଉଠିବାର ବହୁତ ସହଜିଆ ଉପାୟ ! ଥରେ ନିହାତି କରନ୍ତୁ, ପ୍ରତିଦିନ ସକାଳୁ ଶୀଘ୍ର ନିଦ ଭାଙ୍ଗିଯିବ…

ବନ୍ଧୁଗଣ ସକାଳୁ ସକାଳୁ ଉଠିବା ପ୍ରତ୍ଯେକଟି ବ୍ୟକ୍ତି ପାଇଁ ବହୁତ ଭଲ ହୋଇଥାଏ । ପ୍ରତ୍ଯେକ ଛାତ୍ରଛାତ୍ରୀ ବା କୌଣସି ଲୋକ ହେଉ । ତାଙ୍କ ଜୀବନରେ କିଛି ନା କିଛି ଲକ୍ଷ୍ୟ ନିହାତି ଭାବେ ଥିବ । ଯାହାକୁ ପୂରଣ କରିବା ପାଇଁ ସେମାନଙ୍କୁ ପରିଶ୍ରମ କରିବାକୁ ପଡିଥାଏ । ନିଜର ଲକ୍ଷକୁ ହାସିଲ କରିବା ପାଇଁ ମଧ୍ୟ ଅଧିକ ସମୟର ମଧ୍ୟ ଆବଶ୍ୟକତା ରହିଥାଏ । ଦୁନିଆରେ ଯେତେ ବି ସଫଳ ବ୍ୟକ୍ତି ରହିଛନ୍ତି ।

ସେହି ସବୁ ସଫଳ ବ୍ୟକ୍ତିଙ୍କର ଗୋଟିଏ କଥା ପ୍ରାୟତଃ ସମାନ ରହିଥାଏ । ତାହା ହେଉଛି ପ୍ରାୟତଃ ସେମାନେ ସକାଳୁ ଶୀଘ୍ର ଉଠିଯାଇଥାନ୍ତି । ତେଣୁ ଯେଉଁ ମାନେ ବି ନିଜ ଜୀବନରେ ସଫଳ ବ୍ୟକ୍ତିଟିଏ ହେବାକୁ ଚାହୁଁଥାନ୍ତି । ସେମାନଙ୍କୁ ସର୍ବ ପ୍ରଥମେ ସକାଳୁ ଶୀଘ୍ର ଉଠିବା ନିହାତି ଭାବେ ଦରକାର । ସେଥିପାଇଁ ବହୁତ ଲୋକ ସକାଳୁ ଉଠିବା ପାଇଁ ରାତିରୁ ଭାବି କରି ଶୋଇଥାନ୍ତି ।

ଏମିତିକି ସକାଳୁ ଶୀଘ୍ର ଉଠିଯିବା ପାଇଁ ଆଲାରାମ ମଧ୍ୟ ଦେଇକି ଶୋଇଥାଉ । ହେଲେ କିଛି ନା କିଛି କାରଣ ବଶତଃ ଆମେ ସକାଳୁ ଶୀଘ୍ର ନଉଠି ପାରି ଉଠିବାରେ ବହୁତ ବିଳମ୍ବ ହୋଇଯାଇଥାଏ । ତାହା ଆମ ମାନଙ୍କର ରାତିରେ ବିଳମ୍ବରେ ଶୋଇବା ଯୋଗୁ ହେଉ ବା ଆଳସ୍ୟପଣ କାରଣରୁ ସକାଳୁ ଶୀଘ୍ର ଉଠିବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇନଥାଏ । ତେଣୁ ସକାଳୁ ଶୀଘ୍ର ଉଠିବା ପାଇଁ ଆଜି ଏପରି 3 ଟି ଉପାୟ କହିବାକୁ ଯାଉଛୁ । ଯେଉଁ ଉପାୟକୁ ଅନୁସରଣ କରି ଆପଣ ମାନେ ମଧ୍ୟ ସକାଳୁ ଶୀଘ୍ର ଉଠିପାରିବେ ।

1- ପ୍ରତ୍ଯେକ ବ୍ୟକ୍ତିକୁ ସକାଳର 4 ରୁ 5 ଟାର ସମୟ ମଧ୍ୟରେ ଉଠିପଡିବା ଉଚିତ । ତେବେ ରାତିରେ ଶୋଇବା ପୂର୍ବରୁ ସକାଳୁ ଶୀଘ୍ର ଉଠି ଆପଣଙ୍କୁ କଣ କରିବାକୁ ପଡିବ ? ତାହାକୁ ଏକ କାଗଜରେ ଲେଖି ନିଜ ଆଲାରାମ ପାଖରେ ରଖିଦିଅନ୍ତୁ । ଆଲାରାମଟିକୁ ଶୋଇବା ସ୍ଥାନ ଠାରୁ ଦୂରରେ ରଖନ୍ତୁ । ଯେତେବେଳେ ଆଲାରାମ ବାଜିବ, ସେତେବେଳେ ହାତ ପାଖରେ ଆଲାରାମ ଥିଲେ ବହୁତ ପିଲା ବନ୍ଦ କରି ପୁଣି ଥରେ ଶୋଇ ପଡନ୍ତି ।

ତେଣୁ ଆଲାରାମଟିକୁ ଦୂରରେ ରଖି ଶୋଇବା ଦ୍ଵାରା ନିଦରୁ ଉଠି ଆଲାରାମକୁ ବନ୍ଦ କରିବାକୁ ଯିବା ବେଳେ ବ୍ୟକ୍ତି 50 % ପ୍ରତିଶତ ଆକ୍ଟିଭ ହୋଇଯାଇଥାଏ । 2- ଦିତୀୟରେ ରାତିରେ ଭଲ ଭାବେ ପାଣି ପିଇକି ଶୋଇବାକୁ ପଡିବ । ଯାହା ଦ୍ଵାରା ଆଲାରାମ ବାଜିବା ମାତ୍ରେ ତାକୁ ବନ୍ଦ କରିବା ସହ ଟଏଲେଟ କରିବା ପାଇଁ ବାଥରୁମ୍କୁ ଯିବାକୁ ପଡେ ।

ଯାହା ଫଳରେ ନିଦ ଭାଙ୍ଗିଯାଇଥାଏ । ତାପରେ ଯଦି ଆପଣ ମୁହଁକୁ ଭଲ ଭାବେ ପାଣି ସହାୟତାରେ ଧୋଇ ଦିଅନ୍ତି । ତେବେ ଆପଣଙ୍କ ନିଦ ପୁରା ଛାଡିଯାଇଥାଏ । ତେବେ ଏହି 2 ଉପାୟକୁ କରି ଆପଣ ମଧ୍ୟ ସକାଳୁ ଶୀଘ୍ର ଉଠିପାରିବେ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *