ଦୁଃଖ, କଷ୍ଟ ଓ ଚିନ୍ତାରେ ରହୁଥିଲେ, ନିଶ୍ଚୟ ଏହି କାହାଣୀ ଶୁଣନ୍ତୁ, ଚିନ୍ତା ଦୂର ହୋଇଯିବ…Motivational tips

ବନ୍ଧୁଗଣ ଜଣେ ବ୍ୟକ୍ତି ବୁଦ୍ଧଦେବଙ୍କୁ ପଚାରି ଥିଲେ । ମୋ ଜୀବନରେ ଏତେ ଦୁଃଖ ଓ ସମସ୍ଯା କାହିଁକି ଭରି ହୋଇ ରହିଛି । ତେବେ ଯେତେବେଳେ ବୁଦ୍ଧଦେବ ସେହି ବ୍ୟକ୍ତିକୁ ତାହାର ଦୁଃଖର କାରଣ ପଚାରି ବୁଝିଥିଲେ । ସେ ବ୍ୟକ୍ତି ଜଣଙ୍କ କହିଥିଲା । ମୁଁ ମୋ ପରିବାରରେ କି ମନରେ ନା ଜୀବନରେ କେଉଁଥିରେ ମଧ୍ୟ ଖୁସିରେ ନାହିଁ । ତେବେ ବ୍ୟକ୍ତି ଜଣଙ୍କୁ ବୁଦ୍ଧଦେବ କହିଥିଲେ । ଯେ ତୁମେ ନିଜେ ହିଁ ନିଜର ଦୁଃଖର କାରଣ ଅଟ ।

କାରଣ ତୁମ ମନରେ ଥିବା ମୋହ, ଆସକ୍ତି ଏ ସବୁ ପାଇଁ ହିଁ ତୁମେ ଅଧିକ ଦୁଃଖରେ ରହୁଛ । ତାପରେ ଏହାର ଅର୍ଥ ବୁଝାଇବାକୁ ଯାଇ ବୁଦ୍ଧଦେବ ବ୍ୟକ୍ତିକୁ କହିଥିଲେ । ଯେ ଗୋଟିଏ ବୁଢିଆଣୀ ନିଜେ ଏକ ଜାଲ ତିଆରି କରିଥିଲା । ତାପରେ ବୁଢିଆଣୀଟି ଜାଲ ବୁଣି ବୁଣି ଦିନେ ସେ ନିଜେ ହିଁ ସେ ଜାଲ ଭିତରେ ଫସିଯାଇଥିଲା । ଚାହିଁଲେ ବି ସେ ନିଜେ ବୁଣିଥିବା ଜାଲରୁ ବାହାରି ପାରିନଥିଲା ।

ସେମିତି ତୁମେ ବି ନିଜ ଜୀବନରେ କେତେ ସମ୍ପର୍କ ତିଆରି କରିଛ । କେତେକଙ୍କ ଥରେ ମୋହମାୟା ଲଗାଇଛ । ଜୀବନରେ ଯେତେବେଳେ ବ୍ୟକ୍ତି ମୋହ ଲଗାଇଥାଏ । ସେତେବେଳେ ସେ ଜୀବନରେ ଅଧିକ ଦୁଃଖ ପାଇଥାଏ । ଦୁନିଆ ସାରା ଦୁଃଖ ସୁଖ ଉଭୟ ରହିଛି । କେତେବେଳେ କାହାରକୁ ଦୁଃଖ ତ କେତେବେଳେ କିଏ ସୁଖ ଅନୁଭବ କରିଥାଏ । ଯେତେବେଳେ ବ୍ୟକ୍ତି ମନରେ ଆଶା, ବାସ୍ନା ଓ ତୃଷ୍ଣା ରଖେ । ସେତେବେଳେ ତାକୁ ଧନର ଲୋଭ ଆସିଥାଏ ।

ତାପରେ ସେ କେତେ ବି ଧନ ପାଇଗଲେ ବି ସେଥିରୁ ସେ ଶାନ୍ତି ପାଇପାରିନଥାଏ । ତାପରେ ଧୀରେ ଧୀରେ ତା’ ର ମନରେ ଦୁଃଖ ଜନ୍ମ ପାଏ । ତେଣୁ ବ୍ୟକ୍ତି ଯଦି ଖୁସିରେ ରହିବାକୁ ଚାହୁଁଥାଏ । ତେବେ ସେ ମନକୁ ମୋହ, ଆଶା ଠାରୁ ଉପରେ ନେଇ ପ୍ରେମ ଓ ସନ୍ତୋଷ ଭରିଦିଅ ।

ତାପରେ ଦେଖିବ ତୁମର ଧୀରେ ଧୀରେ ସବୁ ଦୁଃଖ ଦୂର ହେବାକୁ ଲାଗିବ । ତୁମେ ଜୀବନରେ ଖୁସିରେ ରହିବା ଆରମ୍ଭ କରିବ । ତାପରେ ଏହି ସବୁ କଥାକୁ ଶୁଣି ବ୍ୟକ୍ତି ଜଣଙ୍କୁ ଅନୁଭବ ହୋଇଥିଲା । ଯେ ବୁଦ୍ଧଦେବ ତାକୁ ଯାହା ସବୁ କଥା କହିଲେ । ତାହା ସବୁ ଠିକ ଅଟେ । ବ୍ୟକ୍ତି ବୁଝିବାକୁ ପାଇଲା । ଯେ ତା’ ର ସବୁ ଦୁଃଖ କଷ୍ଟ ତା’ ର ନିଜ ଆଶାରୁ ହିଁ ସୃଷ୍ଟି ପାଇଛି ।

ବନ୍ଧୁଗଣ ପୋଷ୍ଟଟି ଯଦି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ବନ୍ଧୁଗଣ ଜମାରୁ ବି ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *