ସକାଳୁ ଖବର ବାଜିଲା ମୁଣ୍ଡଳି ବ୍ରିଜରୁ ଡେଇଁ ପଡିଲେ ଯୁବକ, ଓଡ୍ରାଫ ଟୀମ ମହାନଦୀରେ ଯୁବକଙ୍କୁ ଖୋଜି ଚାଲିଲା, ହେଲେ ସତ ସାମନାକୁ ଆସିଲା ପରେ ସମସ୍ତଙ୍କ ହୋସ ଉଡିଗଲା…

ନମସ୍କାର ବନ୍ଧୁଗଣ ତେବେ ମୁଣ୍ଡଳି ରେ ଅଘଟଣ  ଅଘଟଣ ମିଛ । ମହାନଦୀ ମୁଣ୍ଡଳି ବ୍ରିଜ୍ ଉପରେ ସ୍କୁଟି ମିଳିବା ଘଟଣାର ନାଟକୀୟ ଅନ୍ତ ଘଟିଛି । ସ୍କୁଟି ଥୋଇ କେହି ନଦୀକୁ ଡେଇଁ ପଡ଼ିଥିବା ଆଶଙ୍କାରେ ପୂର୍ଣ୍ଣଛେଦ ପଡ଼ିଛି । ନଦୀକୁ କେହି ଡେଇଁନଥିଲେ, ପରନ୍ତୁ ସ୍କୁଟି ଥୋଇ ଯୁବକ ଜଣକ ପଳାଇଥିଲେ । ଅନୁଗୁଳ ସିମିଳିପଡ଼ାର ରଘୁରଞ୍ଜନ ମହାପାତ୍ରଙ୍କୁ ଠାବ କଲା ବାରଙ୍ଗ ପୋଲିସ । ସ୍କୁଟି ଖରାପ ହେବାରୁ ଗାଡ଼ି ଥୋଇ ପଳାଇଥିବା କହିଛନ୍ତି ସଂପୃକ୍ତ ଯୁବକ ।

ତେବେ ସେ କହିଛନ୍ତି ଘରେ ଟିକିଏ କଳିଝଗଡ଼ା ପାଇଁ ଘରୁ ପଳାଇ ଆସିଥିଲି । ଗୋଟିଏ ଥରରେ ମୁଣ୍ଡଳୀ ବ୍ରିଜ୍‌ ପାଖରେ ପହଞ୍ଚିଥିଲି । ହେଲେ ରାତିରେ ଯିବା ସମୟରେ ବ୍ରିଜ୍ ଉପରେ ଷ୍ଟାର୍ଟ ବନ୍ଦ ହୋଇ ଯାଇଥିଲା । ଅନ୍ଧାରରେ ଗାଡ଼ି ଥୋଇଲେ କାଳେ କେହି ନେଇଯିବ ଭାବି ଆଲୋକ ପଡ଼ିଥିବା ସ୍ଥାନରେ ଗାଡ଼ି ଥୋଇ ଦେଇଥିଲି । ଏପଟ ଲୋକ ସେପଟ ଲୋକ ଦେଖିଲେ କେହି ନେବେନି ।

ତା’ପରେ ଗ୍ୟାରେଜ୍‌ ଖୋଜିବା ପାଇଁ ବ୍ରିଜରେ ଗାଡ଼ି ଥୋଇ ଏକ ଟ୍ରକରେ ବରମୁଣ୍ଡା ପଳାଇଥିଲେ । ଶ୍ୱଶୁର ଘର ଲୋକଙ୍କୁ ଫୋନ୍‌ କରିଥିଲି କିନ୍ତୁ ତାଙ୍କ ଫୋନ୍‌ ସ୍ୱିଚ୍‌ ଆପ୍‌ ହୋଇଯାଇଥିଲା । ତା’ପରେ ମୁଁ ଶୋଇ ପଡ଼ିଥିଲି । ତେବେ ସେପଟେ ଯୁବକ ଜଣକ ବରମୁଣ୍ଡା ଯାଇ ଶୋଇ ପଡ଼ିଥିବା ବେଳେ ବ୍ରିଜ୍ ଉପରେ ସ୍କୁଟି ଦେଖି କେହି ଜଣେ ଡେଇଁଥିବା ଆଶଙ୍କା କରିଥିଲା ପୋଲିସ । ଆଉ ତାଙ୍କୁ ଉଦ୍ଧାର କରିବା ପାଇଁ ମହାନଦୀରେ ଝାଳନାଳ ହୋଇ ଯାଇଥିଲେ ଅଗ୍ନିଶମ ଟିମ୍ ।

ସୂଚନାଯୋଗ୍ୟ ଆଜି ସକାଳେ ବ୍ରିଜ୍‌ ଉପରେ ସ୍କୁଟି ଓ ଚପଲ ରଖାଯାଇଥିବା ନେଇ କିଛି ଲୋକ ଦେଖିବାକୁ ପାଇଥିଲେ । ଏହାପରେ ପୋଲିସ୍‌କୁ ଖବର ଦେଇଥିଲେ । ଖବରପାଇ ଗୋଡ଼ିସାହି ଫାଣ୍ଡି ପୋଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ । ହେଲେ ପତ୍ତା ମିଳିନଥିଲା । ପ୍ରେମ ବ୍ୟାପାରକୁ ନେଇ ଏଭଳି ହୋଇ ଥାଇପାରେ ବୋଲି ସ୍ଥାନୀୟ ଲୋକଙ୍କ ସୂଚନା ଦେଇଥିଲେ ।

ତେବେ ରାତି ପ୍ରାୟ ସାଢେ ଗୋଟାଏ ସମୟରୁ ଏହି ସ୍କୁଟିଟି ରହିଥିବା ଜଣାପଡ଼ିଛି । ବ୍ରିଜ୍‌ ଉପରେ ସ୍କୁଟି ଓ ଚପଲ ରଖାଯାଇଥିବା ନେଇ କିଛି ଲୋକ ଦେଖିବାକୁ ପାଇଥିଲେ । ଏହାପରେ ପୋଲିସ୍‌କୁ ଖବର ଦେଇଥିଲେ । ଖବରପାଇ ବାରଙ୍ଗ ଗୋଡ଼ିସାହି ଫାଣ୍ଡି ପୋଲିସ୍ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ । ଏବେ ଯାଏଁ ନିଖୋଜଙ୍କ ପରିଚୟ ମିଳିପାରି ନଥିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *