‘ମୁଁ ଗାଡି ରଖି ଶଳା ଘରକୁ ପଳେଇଥିଲି, ମୁଁ ମୁଣ୍ଡୁଳୀ ଓଭରବ୍ରିଜରୁ ଡେଇଁନି… ସକାଳୁ ଉଠି ଦେଖେ ତ…’ ଦେଖନ୍ତୁ କଣ କହିଲେ ମୁଣ୍ଡଳି ବ୍ରିଜରେ ଗାଡି ରଖି ଯାଇଥିବା ଯୁବକ

ନମସ୍କାର ବନ୍ଧୁଗଣ ତେବେ ଆଜି ସକାଳ ପ୍ରାୟ ସାଢେ ୬ ଟାରେ ମୁଣ୍ଡଳି ବ୍ରିଜ ଉପରେ ଜଣେ ବ୍ୟକ୍ତି ଗାଡି ଥୋଇ ନଦୀକୁ ଡେଇଁ ପଡି ଥିବା ଖବର ଆସିଲା । ଆତ୍ମହତୟଆ ସନ୍ଦେହରେ ସଙ୍ଗେ ସଙ୍ଗେ ଗୌଡି ସାହି ପୋଲିସ ଘଟଣା ସ୍ଥଳରେ ପହଞ୍ଚିଲା ଲୋକ ରୁଣ୍ଡ ହେଇଗଲେ ଟିଭିରେ ବ୍ରେକିଙ୍ଗ ନ୍ୟୁଜ ଚାଲିଲା । ଏମିତି କି କିଛି ଲୋକ ସେହି ଯୁବକକୁ ନିଶା ସେବନ କରୁଥିବାର ଦେଖିଥିବା କଥା ଗଣମାଧ୍ୟମକୁ କହିଲା ।

ଜଣେ ବ୍ୟକ୍ତି ତ କହିଲେ, ରାତି ସାଢେ ଗୋଟାଏରେ ସେହି ବ୍ୟକ୍ତି ଜଣକ ମଦ ପିଉ ଥିଲେ । ତେବେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା ।ତେବେ ଏହା ପରେ ଚାଲିଲା ବ୍ୟକ୍ତିଙ୍କୁ ଖୋଜା ଖୋଜି କାମ । ଅଗ୍ନିସମ ବିଭାଗର ଦୁଇଟି ବୋଟ ମହାନଦୀରେ ବଇତରା ମାରିଲେ । ବୋଟରେ ପୁରା ଦୁଇଟି ମହାନଦୀ ମୁଣ୍ଡଳି ଜଳକୁ ଦୁଇ ଭାଗ କରିଦେଲେ ।

ହେଲେ ଯୁବକ ମିଳିଲେ ନାହିଁ କିନ୍ତୁ ଏହି ତନାଘନା ହାଇ ଡ୍ରାମା ସରିବାର ତିନି ଘଣ୍ଟା ପରେ ଉଭା ହେଲେ ସ୍କୁଟି ରଖିଥିବା ଯୁବକ । ବରମୁଣ୍ଡାରୁ ଠାବ ହେଲେ ଅନୁଗୁଳର ରଘୁ ରଞ୍ଜନ ମିଶ୍ର । ଏହା ପରେ ସେ ଯାହା କହିଲେ ଆପଣ ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତେବେ ବାବୁଙ୍କ ସ୍କୁଟି ଷ୍ଟାର୍ଟ ନ ହେବାରୁ ସେ ଚୋରି ହେବା ଭୟରେ ପୋଲ ମଝିରେ ସ୍କୁଟି ରଖି ଯାଇଥିଲେ ଆଉ କୁଆଡେ ସେ ଗାଡି ରଖିବା ସମୟରେ ତାଙ୍କୁ କିଛି ଲୋକ ମଧ୍ୟ ଦେଖିଥିଲେ ।

ସେ ଏକ ଟ୍ରକରେ ବସି ବରମୁଣ୍ଡା ବସ ଷ୍ଟାଣ୍ଡକୁ ଚାଲି ଯାଇଥିଲେ । ନିଜ ଶଳା ଘରକୁ ତେବେ ଏହା ପରେ ତାଙ୍କ ମୋବାଇଲ ସ୍ଵିଚ ଅଫ ହେଇଯିବାରୁ ସେ ଶୋଇ ପଡି ଥିଲେ । ସକାଳୁ ଉଠି ପରିବାର ଲୋକଙ୍କୁ ଫୋନ କରିବା ବେଳକୁ ରଘୁ ରଞ୍ଜନଙ୍କ ଗାଡି ଥାନାରେ ଆଉ ମହାନଦୀରେ ଖୋଜା ଚାଲିଛି ଡେଡ ବଡି । ତେବେ ପରେ ନିଜେ ସାମ୍ନା କୁ ଆସି ସବୁ କଥା କହିଛନ୍ତି । ତେବେ ସେ କହିଛନ୍ତି ଘରେ ଟିକିଏ କଳିଝଗଡ଼ା ପାଇଁ ଘରୁ ପଳାଇ ଆସିଥିଲି ।

ଗୋଟିଏ ଥରରେ ମୁଣ୍ଡଳୀ ବ୍ରିଜ୍‌ ପାଖରେ ପହଞ୍ଚିଥିଲି । ହେଲେ ରାତିରେ ଯିବା ସମୟରେ ବ୍ରିଜ୍ ଉପରେ ଷ୍ଟାର୍ଟ ବନ୍ଦ ହୋଇ ଯାଇଥିଲା । ଅନ୍ଧାରରେ ଗାଡ଼ି ଥୋଇଲେ କାଳେ କେହି ନେଇଯିବ ଭାବି ଆଲୋକ ପଡ଼ିଥିବା ସ୍ଥାନରେ ଗାଡ଼ି ଥୋଇ ଦେଇଥିଲି । ଏପଟ ଲୋକ ସେପଟ ଲୋକ ଦେଖିଲେ କେହି ନେବେନି । ତା’ପରେ ଗ୍ୟାରେଜ୍‌ ଖୋଜିବା ପାଇଁ ବ୍ରିଜରେ ଗାଡ଼ି ଥୋଇ ଏକ ଟ୍ରକରେ ବରମୁଣ୍ଡା ପଳାଇଥିଲେ । ଶ୍ୱଶୁର ଘର ଲୋକଙ୍କୁ ଫୋନ୍‌ କରିଥିଲି କିନ୍ତୁ ତାଙ୍କ ଫୋନ୍‌ ସ୍ୱିଚ୍‌ ଆପ୍‌ ହୋଇଯାଇଥିଲା । ତା’ପରେ ମୁଁ ଶୋଇ ପଡ଼ିଥିଲି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *