ଗୁମର ଖୋଲିଲେ Mumbai Indians ଚିୟରଗର୍ଲ, IPL ପାର୍ଟିକୁ ନେଇ କଲେ ଭୟଙ୍କର ଖୁଲାସା, ଶୁଣିଲେ ଚମକି ପଡିବେ ଆପଣ…

ଆଇପିଏଲ ଖେଳାଳିଙ୍କ ଗୁମର ଖୋଲିଲେ ଚିୟର ଗାର୍ଲ । ଖେଳ ପରେ ରୁମ୍ କୁ ଡାକନ୍ତି ଖେଳାଳି । ଗାବ୍ରିଲାଙ୍କ ବ୍ଲଗରେ କ୍ରିକେଟରଙ୍କ କଳା କାହାଣୀ । କିଛି ଇଣ୍ଟରନାସନାଲ କ୍ରିକେଟରଙ୍କ ଗୁମର ଖୋଲିଛନ୍ତି ଆଫ୍ରିକୀୟ ସୁନ୍ଦରୀ ମୁମ୍ବାଇ ଇଣ୍ଡିଆନ୍ସର ଚିଆର ଗାର୍ଲ ଗାବ୍ରିଲା ପସ୍କୁଲଟୋ । ଭଦ୍ର ଖେଳର ଅଭଦ୍ର ଖେଳାଳିଙ୍କ ଏହି କଳା ସତ ସାମାଜିକ ଗଣମାଧ୍ୟମ ଗୁଡିକରେ ଭାଇରାଲ ହେଉଛି ।

ଖେଳ ପରେ ହୋଟେଲରେ ହେଉଥିବା ପାର୍ଟି ଗୁଡିକରେ କିଭଳି ସେମାନଙ୍କ ସହ ବ୍ୟବହାର କରାଯାଏ ଗାବ୍ରିଲା ସେ କଥା ବଖାଣି ଛନ୍ତି ନିଜ ପର୍ଶନାଲ ବ୍ଲଗ । ବନ୍ଧୁଗଣ ଏହା ସତ ଯେ ଖବର ପୁରୁଣା କିନ୍ତୁ ଏ କଥା ଖୁବ କମ ଲୋକଙ୍କୁ ଜଣା କାରଣ ଏ କଥା ସାମ୍ନାକୁ ଆସିବା ପରେ ବିଶ୍ଵ କ୍ରିକେଟରେ ହଲଚଲ ସୃଷ୍ଟି ହୋଇ ଥିଲା । ତେଣୁ ଏହାକୁ ଲୁଚେଇବା ପାଇଁ ଯଥା ସମ୍ଭବ ଉଦ୍ୟମ କରାଯାଇ ଥିଲା ।

ଗାବ୍ରିଲା କେବଳ କ୍ରିକେଟରଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ଏହି ପୋଷ୍ଟ କରିଥିଲେ ତାହା ନୁହେଁ ଏଥିରେ ସେ ଏମିତି କିଛି କ୍ରିକେଟରଙ୍କ ବିଷୟରେ ସେ ଉଲ୍ଲେଖ କରିଛନ୍ତି ଯାହା ଶୁଣିଲେ ଆପଣଙ୍କ ଛାତି କୁଣ୍ଢେ ମୋଟ ହେଇଯିବ । ତେବେ ଆସନ୍ତୁ ଜାଣିବା ଆଫ୍ରିକୀୟ ସୁନ୍ଦରୀ କଣ ଲେଖି ଛନ୍ତି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ । ଗାବ୍ରିଲା ଲେଖି ଛନ୍ତି ଖେଳ ପରେ ହୋଟେଲରେ ପାର୍ଟିର ଆୟୋଜନ କରାଯାଏ ।

ଆଉ ସେହି ପାର୍ଟିରେ ଚିୟର ଗାର୍ଲ ମାନେ ବି ଉପସ୍ଥିତ ଥାନ୍ତି । ଆଉ ଏପରି ଅନେକ ଖେଳାଳି ଅଛନ୍ତି ଯେଉଁ ମାନେ ଚିୟର ଗାର୍ଲଙ୍କୁ କେବଳ ଉପଭୋଗର ବସ୍ତୁ ବୋଲି ଭାବନ୍ତି । ଏମିତି ବ୍ୟବହାର କରନ୍ତି ଯେ, ସେମାନେ କେବଳ ଗୋଟିଏ କଲ୍ ଗାର୍ଲ । ପ୍ରଥମେ ସେ ଦକ୍ଷିଣ ଆଫ୍ରିକୀୟ ଖେଳାଳି ଗ୍ରୀମ ସ୍ମିଥଙ୍କ ବିଷୟରେ କହିଛନ୍ତି । ଗାବ୍ରିଲା କହିଛନ୍ତି ସ୍ମିଥ ପ୍ରତ୍ୟକ ଚିୟର ଗାର୍ଲଙ୍କ ପଛରେ ଧାଉଁ ଥିଲେ ପ୍ରାୟ ସମସ୍ତଙ୍କ ସହ ସେ ଫ୍ଲର୍ଟିଂ କରୁଥିଲେ ।

ଏପରି କି ତାଙ୍କ ଗାର୍ଲଫ୍ରେଣ୍ଡ ପାଖରେ ଥିବା ବେଳେ ବି ସେ ତାଙ୍କ ସହ ଅଶ୍ଳୀଳ ବ୍ୟବହାର କରୁଥିଲେ । ଏହା ପରେ ଏ ଲେଖିଛନ୍ତି ଅଷ୍ଟ୍ରେଲିଆନ କ୍ରିକେଟର ହେଉଛନ୍ତି ସବୁଠାରୁ ଅଧିକ ଅଭଦ୍ର । ଅଷ୍ଟ୍ରେଲିଆ ଖେଳାଳି ଆଡାମ ଲିଜାର୍ଡ଼ ଓ ଡେନ ଖ୍ରୀଷ୍ଟିୟାନଙ୍କ ନାଁ ନେଇଛନ୍ତି । ଗାବ୍ରିଲା କହିଛନ୍ତି କ୍ରିକେଟରଙ୍କ ଠାରୁ ଅଧିକ ଚରିତ୍ରହିନ ମୁଁ ଆଜି ପର୍ଯ୍ୟନ୍ତ ଦେଖିନି ।

ଏହା ସହ ଗାବ୍ରିଲା ଲେଖିଛନ୍ତି, ସବୁଠାରୁ ଅଧିକ ଭଦ୍ର ଓ ନମ୍ର ହେଉଛନ୍ତି ଭାରତୀୟ ଖେଳାଳି । ସେ ରୋହିତ ଶର୍ମା ଆଉ ଧୋନୀଙ୍କ ନାଁ ନେଇ କହିଛନ୍ତି ସେମାନେ ଏତେ ଭଦ୍ର ଯେ ସେମାନେ ଆଜି ପର୍ଯ୍ୟନ୍ତ କାହା ସହ ଖରାପ ବ୍ୟବହାର କରି ନାହାନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *