ସକାଳୁ ଖାଲି ପେଟରେ ବାସି ମୁହଁରେ ପାଣି ପିଇବାର ରହିଛି ଅନେକ ଲାଭକାରୀ ଫାଇଦା ! Benefits of drinking water

ବନ୍ଧୁଗଣ ମନୁଷ୍ୟ ଶରୀରର 70 ପ୍ରତିଶତ ପାଣି ଉପରେ ଆଧାରିତ ହୋଇଥାଏ । ତେଣୁ ଆମ ଶରୀର ପାଇଁ ପାଣି ବହୁତ ଜରୁରୀ ହୋଇଥାଏ । ତେଣୁ ପୃଥିବୀର ସମସ୍ତ ପ୍ରାଣୀଙ୍କ ପାଇଁ ଜଳ ହିଁ ଜୀବନ ଅଟେ । ବନ୍ଧୁଗଣ ପାଣି ତ ଆମେ ସମସ୍ତେ ପିଇଥାଉ । ହେଲେ କଣ ଆପଣ କେବେ ବାସୀ ମୁହଁରେ ପାଣି ପିଇଛନ୍ତି କି ! ହଁ ବନ୍ଧୁଗଣ ବାସୀ ମୁହଁରେ ପାଣି ପିଇବା ଦ୍ଵାରା ଆମ ଶରୀରକୁ ଅନେକ ଲାଭ ମିଳିଥାଏ । ତେବେ ବାସୀ ମୁହଁରେ ପାଣି ପିଇବା ଦ୍ଵାରା ଆମ ଶରୀରକୁ କଣ କଣ ସବୁ ଫାଇଦା ହୋଇଥାଏ ? ଚାଲନ୍ତୁ ସେ ସମ୍ପର୍କରେ ଆଲୋଚନା କରିବା ।

ବାସୀ ମୁହଁରେ ଥିବା ସମୟରେ ଆମ ପାଟିରେ ଯେଉଁ ଲାଳ ରହିଥାଏ । ତାହା ପେଟକୁ ଯିବା ପରେ ଆମ ଶରୀରରେ ଅନେକ ପ୍ରକାର ରୋଗ, ବେମାରୀ ସୃଷ୍ଟି କରୁଥିବା ଜୀବାଣୁ ମାନଙ୍କୁ ମାରିଦେଇଥାଏ । ପାଟିରେ ଥିବା ଲାଲ ଏପରି ଏକ ତରଳ ପଦାର୍ଥ ହୋଇଥାଏ । ଯାହାକି ଆଣ୍ଟିସେପ୍ଟିକ ଭଳି କାର୍ଯ୍ୟ କରିଥାଏ ।

1- ସକାଳୁ ବାସୀ ମୁହଁରେ ପାଣି ପିଇବା ଦ୍ଵାରା ଆମ ଶରୀରର ଅଙ୍ଗ ଗୁଡିକ ଭଲ ଭାବରେ ଆକ୍ଟିଭ ହୋଇଯିବା ସହ ଅଧିକ କାର୍ଯ୍ୟକାରୀ କ୍ଷମତା ସେମାନଙ୍କ ଠାରେ ହୋଇଯାଇଥାଏ । ଏଥିସହ ପେଟ ଜନିତ ଅନେକ ପ୍ରକାର ସମସ୍ଯା ଠିକ ହୋଇଯାଇଥାଏ । ପେଟ ସୁସ୍ଥ ରହିବା ଦ୍ଵାରା ସଂପୂର୍ଣ୍ଣ ଶରୀର ଦିନସାରା ସତେଜ ରହିଥାଏ । ତେଣୁ ସକାଳୁ 1 ରୁ 2 ଗ୍ଳାସ ବାସୀ ମୁହଁରେ ପାଣି ପିଇବା ନିହାତି ଭାବେ ଉଚିତ ।

2- ସକାଳୁ ବାସୀ ମୁହଁରେ ପାଣି ପିଇବା ଦ୍ଵାରା ଆମ ତ୍ଵଚା ସମ୍ବଦ୍ଧିତ ଅନେକ ପ୍ରକାର ସମସ୍ଯା ଦୂର ହୋଇଥାଏ । ଏଥିସହ ଚେହେରାରେ ପ୍ରାକୃତିକ ଭାବେ ନିଆରା ଚମକ ମଧ୍ୟ ଆସିବାରେ ଲାଗିଥାଏ । ତେଣୁ ବାସୀ ମୁହଁରେ ପାଣି ପିଇବା ଆମ ତ୍ଵଚା ଓ ସଂପୂର୍ଣ୍ଣ ସ୍କିନ ପାଇଁ ଭଲ ହୋଇଥାଏ ।

3- ଖାଲି ପେଟରେ ତଥା ବାସୀ ମୁହଁରେ ପାଣି ପିଇବା ଦ୍ଵାରା ଶରୀରର ପଚନକ୍ରିୟା ଭଲ ଭାବେ ହୋଇଥାଏ । ଯାହା ଦ୍ଵାରା ଶରୀରରେ ବ୍ଲଡ଼ ମଧ୍ୟ ଠିକ ଭାବେ ସୃଷ୍ଟି ହୋଇପାରିଥାଏ ।

4- ବାସୀ ମୁହଁରେ ପାଣି ପିଇବା ଦ୍ଵାରା ଚୁଟି ଝଡିବା ମଧ୍ୟ କମ ହୋଇଯାଇଥାଏ । ଚୁଟି ମଧ୍ୟ ଭଲ ଭାବେ ବଢିବାକୁ ଲାଗିଥାଏ । ତେଣୁ ଆପଣ ମାନେ ମଧ୍ୟ ସକାଳୁ ବାସୀ ମୁହଁରେ ପାଣି ପିଅନ୍ତୁ । ଯାହା ଦ୍ଵାରା ଆପଣଙ୍କ ଶରୀର ସୁସ୍ଥ ରହିବା ସହ ଦିନ ସାରା ଆପଣଙ୍କୁ ସତେଜ ଅନୁଭବ ହୋଇବ ।  ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଅନ୍ୟ ମାନଙ୍କ ସହ ବହୁ ମାତ୍ରାରେ ଶେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *