10 Interesting Gk Questions- ସକାଳେ ୪ଟି ଗୋଡରେ, ଦ୍ଵିପହରରେ ୨ଟି ଗୋଡରେ ଓ ସନ୍ଧ୍ୟାରେ ୩ଟି ଗୋଡରେ ଚାଲେ, ତାହା କଣ ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଓଡିଆ ଢଗର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଓଡିଆ ଢଗ ବିଷୟରେ ।

୧. ଫୁଲ ନ ହେଲେ ବି ବାସ୍ନା ହୁଏ, ଈର୍ଷା ନଥିଲେ ବି ଜଳିଥାଏ । ତାହା କଣ ?

ଉତ୍ତର- ଧୂପକାଠି ଆପଣ ଯେତେବେଳେ ବି ଜଳାନ୍ତି ଭଲ ବାସ୍ନା ହୁଏ ।

୨. ସେ କେଉଁ ଡ୍ରାଇଭର ଯାହାକୁ ଲାଇସେନ୍ସ ଦରକାର ହୁଏ ନାହିଁ ?

ଉତ୍ତର- ସ୍କ୍ରୁ ଡ୍ରାଇଭର ବ୍ୟବହାର କରିବା ପାଇଁ କୌଣସି ଲାଇସେନ୍ସ ଦରକାର ହୁଏ ନାହିଁ ।

୩. ସେ କିଏ ଯିଏ ମୁକ, ବଧିର ଓ ଅନ୍ଧ ହେଲେ ମଧ୍ୟ ସବୁବେଳେ ସତ କୁହେ ?

ଉତ୍ତର- ଆଇନା ମୁଖ, ବଧିର ଓ ଅନ୍ଧ ହୋଇଥାଏ ହେଲେ ସେ ସତ କୁହେ । ଆପଣ ଯାହା ଦେଖାଯାନ୍ତି ଅଇନା ତାହା ଦେଖାଇ ଥାଏ ।

୪. କେଉଁ ଫୁଲ ଯାହା କେବେ ହେଲେ ଫୁଟି ନଥାଏ ?

ଉତ୍ତର- ଅପ୍ରେଲ ଫୁଲ ଆପଣ ମାନେ ଜାଣିଥିବେ ଯାହାକି ଅପ୍ରେଲ ୧ ତାରିଖରେ ପାଳନ ହୁଏ ଆଉ ଏହା କେବେ ଫୁଟି ନଥାଏ ।

୫. ସେ କିଏ ଯିଏ ନିଜେ ରାସ୍ତା ଦେଖିପାରେ ନାହିଁ କିନ୍ତୁ ଅନ୍ୟକୁ ରାସ୍ତା ଦେଖାଏ ?

ଉତ୍ତର- ଅନ୍ଧ ଲୋକଙ୍କ ବାଡି ଆପଣ ମାନେ ଜାଣିଥିବେ ଅନ୍ଧ ଲୋକ ଯେଉଁ ବାଡି ଧରି ଥାନ୍ତି ସେହି ବାଡିଟି ତାଙ୍କୁ ରାସ୍ତା ଦେଖାଇ ଥାଏ ।

୬. ଟିକି ବାଛୁରି ବେକରେ ପଘା, ଟିକି ଦାନ୍ତରେ କାମୁଡି ଲୁଗା । ଏହାର ଉତ୍ତର କଣ ?

ଉତ୍ତର- ଛୁଞ୍ଚି ଏବଂ ସୂତା । ଟିକି ବାଛୁରି ହେଉଛି ଛୁଞ୍ଚି ଆଉ ପଘା ହେଉଛି ସୂତା ।

୭. ସକାଳେ ୪ଟି ଗୋଡ, ଦ୍ଵିପହରରେ ୨ଟି ଗୋଡ ଓ ସନ୍ଧ୍ୟାରେ ୩ଟି ଗୋଡରେ ଚାଲେ । ତାହା କଣ ?

ଉତ୍ତର- ମଣିଷର ତିନୋଟି ସ୍ଟେଜ ଥାଏ ତାହା ହେଉଛି ଶୈଶବ, ଯୌବନ ଓ ବାର୍ଦ୍ଧକ୍ୟ । ଶୈଶବରେ ମଣିଷ ନିଜ ଦୁଇ ହାତ ଗୋଡରେ ଚାଲିଥାଏ ଯୌବନରେ ଦୁଇ ଗୋଡ ଦ୍ଵାରା ଆଉ ବୃଦ୍ଧା କାଳେ ସେ ବାଡି ଧରି ଚାଲେ ।

୮. ଶ୍ୟାମର ବାପାଙ୍କର ତିନି ପୁଅ, ପ୍ରଥମଟିର ନାମ ମେ, ଦ୍ଵିତୀୟଟିର ନାମ ଜୁନ, ତୃତୀୟଟିର ନାମ କଣ ହେବ ?

ଉତ୍ତର- ଶ୍ୟାମ

୯. ଗଛ ଲଗେଇଲି ଫଳିବା ପାଇଁ, ଫଳିଲା ପାଚିଲା ହେଲେ ଝଡିଲା ନାହିଁ ?

ଉତ୍ତର- ଭେଣ୍ଡି ଗଛରେ ଭେଣ୍ଡି ଝଡି ନଥାଏ ଏହାକୁ ତୋଳା ଯାଇଥାଏ ।

୧୦. ୩ ଜଣ ଲୋକ ୩ଟି ଆମ୍ବକୁ ୩ ମିନିଟରେ ଖାନ୍ତି, ୫୦ ଜଣ ଲୋକ ୫୦ଟି ଆମ୍ବକୁ କେତେ ମିନିଟରେ ଖାଇବେ ?

ଉତ୍ତର- ୩ ମିନିଟ

Leave a Reply

Your email address will not be published. Required fields are marked *