ଆପଣ ସଜନା ଶାଗ ଖାଉଛନ୍ତି କି, ତେବେ ନିଶ୍ଚୟ ପଢନ୍ତୁ ଏହି ଖବର – Health Tips

ଆସନ୍ତୁ ଆଜି ଜାଣିବା ସଜନା ଶାଗ ଖାଇବାର ଉପକାରିତା ବିଷୟରେ । ସଜନା ଶାଗ ବହୁ ଜାଗାରେ ବାହୁ ନାମରେ ଜଣା ଯାଏ । ଏହାକୁ ଆମେ ଖାଇବାରେ ବ୍ୟବହାର କରୁ । ଏହାର ଫଳ ଓ ପତ୍ରରେ ଚମତ୍କାରୀ ଆୟୁର୍ବେଦିକ ଫାଇଦା ରହିଛି । ଆଜି ଆମେ ସଜନା ସାଗର ଫାଇଦା ବିଷୟରେ ଆଲୋଚନା କରିବା । ଏମିତି ଜଣାଯାଏ ଯେ ୧୦୦ ଗ୍ରାମ ସଜନା ଶାଗରେ ୫ ଗ୍ଲାସ କ୍ଷୀରର କ୍ୟାଲସିୟମ ରହିଥାଏ, ଏକ ଲେମ୍ବୁ ତୁଳନାରେ ୫ ଗୁଣ ଅଧିକ ଭିଟାମିନ c ମିଳିଥାଏ ।

ଏହାର ପତ୍ରରେ କ୍ୟାଲସିୟମ, ଭିଟାମିନ C ସହିତ , ପ୍ରୋଟିନ ,ଆଇରନ, ପୋଟାସିୟମ , ମ୍ୟାଗ୍ନେସିୟମ ଓ ଭିଟାମିନ B କମ୍ପ୍ଲେକ୍ସ ଭରପୁର ମାତ୍ରାରେ ଥାଏ । ଏବେ ଆସନ୍ତୁ ଜାଣିବା ସଜନ୍ନା ପତ୍ର କେଉଁ ଭଳି ଆମର ଶରୀରର ଉପକାର କରିଥାଏ ।

ହଇଜା , ଝାଡାବାନ୍ତି , ଜଣ୍ଡିସ ଭଳି ରୋଗୀ ମାନଙ୍କ ପାଇଁ ସଜନା ପତ୍ରର ରଶ ପିଇବା ଅତି ଲାଭକାରି ହୋଇଥାଏ । ବହୁତ ଥଣ୍ଡାରେ ଯଦି ଆମେ ଏହାର ପତ୍ର ଓ ଫଳ ପାଣିରେ ଫୁଟାଇ ଏହାର ବାମ୍ଫ ନେଇଥାଉ ତେବେ ଥଣ୍ଡାରେ ବନ୍ଦ ହୋଇଥିବା ନାକ ସମ୍ପୂର୍ଣ ରୂପେ ଠିକ ହୋଇଯାଇଥାଏ , ଏହା ସହିତ ଶରୀରର କଷ୍ଟ ବି କମ ହୋଇଥାଏ । ଏହାକୁ ନିୟମିତ ଖାଇବା ଦ୍ଵାରା ଏନିମିଆ ମାନେ ରକ୍ତର ଅଭାବ ଦୂର ହୋଇଥାଏ । ଏହା ପିଲାଙ୍କ ମଧ୍ୟରେ କୁପୋଷଣକୁ ଦୂର କରିଥାଏ ଏବଂ ଭଲ ପୋଷକ ତତ୍ୟ ଦେଇଥାଏ ।

ଏହାକୁ ସେବନ କରିବା ଦ୍ଵାରା ଗର୍ଭବତୀ ମହିଳା ଓ ସ୍ତନ୍ୟ ପାନ କରାଉଥିବା ମହିଳାଙ୍କ ଶରୀର ଠିକ ରହିଥାଏ । ଏହା ସମଗ୍ର ଶରୀରର ସୁରକ୍ଷା କରିଥାଏ, ପୋଷଣ ତଥା ଶରୀରକୁ ଊର୍ଜା ଦେଇଥାଏ । ଏହା ପ୍ରୋଟିନ ଓ ବିଟାମିନରେ ଭରପୁର ଅଟେ, ଏହା କୋଷ୍ଟ କାଠିନ୍ୟକୁ ଦୂର କରିବାରେ କାମ କରିଥାଏ । ଏଥିରେ ଫାଇବର ଭରପୁର ମାତ୍ରାରେ ମିଳିଥାଏ ଯାହା ଆମର ପାଚନ ତତ୍ଵକୁ ପୁରା ଠିକ ରଖିଥାଏ । ଏହା ଖାଇବା ଦ୍ଵାରା ପେଟ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଥାଏ ।

ଏଥିରେ ଉଚ କ୍ୟାଲସିୟମ ମାତ୍ରା ଥିବାରୁ ଏହା ହାଡକୁ ମଧ୍ୟ ଦୃଢ କରିଥାଏ । ଏହା ଆଁଠୁ ଗଣ୍ଠି ବିନ୍ଧା ପାଇଁ ବହୁତ ଲାଭ ଦାୟକ ଅଟେ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇ ଥାଏ ଏବଂ ଆଖି ଓ ମସ୍ତିକକୁ ପୋଷଣ ପ୍ରଦାନ କରିଥାଏ । ଏହା ସହଜରେ ମିଳିଥାଏ ଓ ଏହାର କୌଣସି ସାଇଡ ଇଫେକ୍ଟ ବି ନଥାଏ । ସଜନା ଶାଗ ଆପଣଙ୍କର ରକ୍ତଚାପ ନିୟନ୍ତ୍ରଣରେ ବହୁତ ସହାୟକ ହୋଇଥାଏ ।

ତେବେ ବନ୍ଧୁଗଣ ଏହା ତ ଥିଲା ସଜନା ପତ୍ରର ଫାଇଦା ତେବେ ଆସନ୍ତୁ ଜାଣିବା ଏହାର ବ୍ୟବହାର କିପରି କରିବେ । ସଜନା ପତ୍ରକୁ ଆପଣ ତରକାରୀ ଅବା ଶାମ୍ବରରେ ପକେଇ ଖାଇପାରିବେ , ହଇଜା ପାଇଁ ଏହାକୁ ପାଣିରେ ଫୁଟାଇ ପିଇ ପାରିବେ । ଏହାକୁ ଆପଣ ପାଉଡର ବେନେଇ ବି ଖାଇବା ସହ ଦିନକୁ ତିନି ଟାଇମ ଖାଇ ପାରିବେ , ଏହା ଦ୍ଵାରା ସ୍ୱାସ୍ଥ୍ୟରେ ସୁଧାର ଆସିଥାଏ , ଏବଂ କୁପୋଷଣ ମଧ୍ୟ ଦୂର ହୋଇଥାଏ । ଏହାକୁ ତରକାରୀ ଅବା ଖାଦ୍ୟରେ ମିଶାଇ ଖାଇପାରିବେ । ଆପଣଙ୍କୁ ଆମର ଏହି ଲେଖାଟି କେମିତି ଲାଗିଲା ଆପଣ କମେନ୍ଟରେ ନିଶ୍ଚିତ ଲେଖନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *