ଓଡିଶାର ଫେମସ ସିଙ୍ଗର Namita Agrawal ଙ୍କ Family & Biography

ନମସ୍କାର ବନ୍ଧୁଗଣ । ଅଲିଉଡର ଫେମସ ଗାୟିକା ନମୀତା ଅଗ୍ରୱାଲଙ୍କୁ ତ ଆପଣ ବେଶ ଭଲ ଭାବରେ ଜାଣିଥିବେ । ନମୀତା ଅଗ୍ରୱାଲ ଙ୍କ କଣ୍ଠରେ ବହୁତ ସୁପର ଗୀତ ଆପଣ ନିଶ୍ଚିତ ଭାବରେ ଶୁଣିଥିବେ । ତେବେ ଫ୍ରେଣ୍ଡ୍ସ ଆଜି ଆମେ ନମୀତା ଅଗ୍ରୱାଲ ଙ୍କ ଲାଇଫ ଷ୍ଟୋରି ବିଷୟରେ ଏମିତି କିଛି କଥା ଜାଣିବା ଯାହା ଆପଣ ମାନେ ଆଗରୁ କେବେ ବି ଜାଣି ନଥିବେ । ସେଥିପାଇଁ ଏହି ଲେଖାକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢନ୍ତୁ ।

ତେବେ ଫ୍ରେଣ୍ଡ୍ସ ଆପଣ ମାନେ ନମୀତା ଅଗ୍ରୱାଲଙ୍କୁ ତ ଜାଣିଥିବେ ଯିଏ ନିଜର ସୁନ୍ଦର କଣ୍ଠରେ ବହୁତ ସାରା ସୁପର ହିଟ ଗୀତ ଗାଇଛନ୍ତି ଯାହାକି ଲୋକମାନଙ୍କ ହୃଦୟକୁ ଛୁଇଁ ଯାଇଛି । ନମିତା ଅଗ୍ରୱାଲ ଙ୍କ ରିଅଲ ଲାଇଫ ବିଷୟରେ କହିଲେ ନମୀତା ଅଗ୍ରୱାଲ ଙ୍କ ଘର ହେଉଛି କଟକ ର ତୁଳସୀ ପୁରରେ । ସେ ୧୯୬୯ ମସିହାରେ ଜନ୍ମ ଗ୍ରହଣ କରିଥିଲେ ।

ନମୀତା ଅଗ୍ରୱାଲ ଙ୍କ ସ୍ବାମୀଙ୍କୁ ତ ଆପଣ ମାନେ ସମସ୍ତେ ଜାଣିଥିବେ । ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ସୀତାରାମ ଅଗ୍ରୱାଲ । ସୀତାରାମ ଅଗ୍ରୱାଲ ଙ୍କ ଘର ହେଉଛି ପୁରୀ ଜିଲ୍ଲାରେ । ସୀତାରାମ ଅଗ୍ରୱାଲ ସିଦ୍ଧାର୍ଥ ମ୍ୟୁଜିକ, ସିଦ୍ଧାର୍ଥ ଚ୍ଯାନେଲ ଓ ୯୧.୯ fm ର ପ୍ରତିଷ୍ଠାତା ଅଟନ୍ତି । ନମୀତା ଅଗ୍ରୱାଲଙ୍କ ପୁଅଙ୍କ ନାମ ହେଉଛି ସିଦ୍ଧାର୍ଥ ଅଗ୍ରୱାଲ ।

ନମୀତା ଅଗ୍ରୱାଲ ପିଲା ଦିନରୁ ହିଁ ସଂଗୀତ ପ୍ରତି ରୁଚି ରଖୁଥିଲେ । ସେ ଛୋଟ ବେଳରୁ ହିଁ ସଂଗୀତ ଶିକ୍ଷା ଆରମ୍ଭ କରି ଦେଇଥିଲେ । ୧୯୮୬ ମସିହାରେ ଆକାଶବାଣୀ ରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ଏହା ପରେ ୧୯୯୨ ମସିହାରେ ନମୀତା ଅଗ୍ରୱାଲ ଙ୍କର ପ୍ରଥମ ଅଡିଓ କ୍ୟାସେଟ ରିଲିଜ ହୋଇଥିଲା । ଯାହାକି ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା ।

ନମୀତା ଅଗ୍ରୱାଲ ଓଡିଆ ଭଜନ, ହିନ୍ଦୀ ଭଜନ, ଶ୍ଳୋକ ଆଦି ଅନେକ ଗୀତ ରେ କଣ୍ଠଦାନ କରିଛନ୍ତି । ନମୀତା ଅଗ୍ରୱାଲଙ୍କୁ ପ୍ରାୟ ଲୋକ ନିବେଦିତା ନାମରେ ମଧ୍ୟ ଜାଣିଛନ୍ତି । ବର୍ତ୍ତମାନ ନମୀତା ଅଗ୍ରୱାଲଙ୍କ ସାର୍ଥକ ଚ୍ଯାନେଲ ଜୀ ସାର୍ଥକ କୁ ବିକ୍ରି କରି ସାରିବା ପରେ ସେ ନିଜର Zee ମ୍ୟୁଜିକ କମ୍ପାନୀ ଦ୍ଵାରା ବହୁତ ସାରା ଗୀତ ରିଲିଜ କରୁଛନ୍ତି । ଏହା ସହିତ ତାଙ୍କର କିଛି ୟୁଟ୍ଯୂବ ଚ୍ଯାନେଲ ମଧ୍ୟ ଅଛି । ଯାହା ଓଡିଶାର ନମ୍ବର ୧ ଯୂଟ୍ଯୂବ ଚ୍ଯାନେଲ ଭଳି କାମ କରୁଛି ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ନମୀତା ଅଗ୍ରୱାଲ କେମିତି ଲାଗନ୍ତି ବା ତାଙ୍କ ଗୀତ, ଭଜନ ଶ୍ଳୋକ ଆଦି ଆପଣଙ୍କୁ କିପରି ଲାଗେ ଆମକୁ କମେନ୍ଟ ନିଶ୍ଚୟ କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ନିଶ୍ଚୟ ଗୋଟେ ଲାଇକ କରିବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *