Jyotish Shastra – ୨୦୨୧ ରେ ଏହି 5 ଟି ଭାଗ୍ୟଶାଳୀ ରାଶିଙ୍କର ହେବ ବିବାହ

ନୂଆ ବର୍ଷ ଆସିବା ପୂର୍ବରୁ ସମସ୍ତଙ୍କୁ କିଛି ଜିନିଷକୁ ନେଇ ଅଧିକ ଆଶା ଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ବ୍ଯକ୍ତିର ରାଶି ଅନୁସାରେ ତାହାର ଆସୁଥିବା ସମୟ ବିଷୟରେ ଜାଣି ହୋଇଥାଏ । କିଛି ରାଶିଙ୍କ ପାଇଁ ନୂଆ ବର୍ଷ ଭାଗ୍ୟଶାଳୀ ରହିଥାଏ ତ ଆଉ କିଛି ରାଶିଙ୍କ ପାଇଁ ସାମାନ୍ୟତମ ରହିଥାଏ । ଆଜି ଆମେ ଆପଣଙ୍କୁ ବର୍ଷ ୨୦୨୧ ବାର୍ଷିକ ରାଶିଫଳ ଅନୁସାରେ ସେହି ଖାସ ରାଶି ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କର ଆସନ୍ତା ବର୍ଷ ବିବାହ ଯୋଗ ବନୁଅଛି । ତେବେ ଚାଲନ୍ତୁ ଜାଣିବା ସେହି ରାଶିର ବ୍ୟକ୍ତି ମାନଙ୍କ ବିଷୟରେ ଯେଉଁ ମାନଙ୍କୁ ୨୦୨୧ ରେ ନିଜ ଜୀବନସାଥୀ ମିଳିବାକୁ ଯାଉଛନ୍ତି ।

ମେଷ ରାଶି – ଜ୍ଯୋତିଷ ଶାସ୍ତ୍ର ଅନୁସାରେ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ୨୦୨୧ ନୂଆ ଜୋସ ଆଉ ରୋମାନ୍ସ ସହିତ ଆରମ୍ଭ ହେବ । ଏହି ବର୍ଷ ଏମାନଙ୍କର ବୈବାହିକ ସମ୍ବନ୍ଧ ପାଇଁ ବହୁତ ଭାଗ୍ୟଶାଳୀ ରହିବ । ଯେଉଁମାନେ ଏବେ ପର୍ଯ୍ୟନ୍ତ ଶିଂଗଲ ଅଛନ୍ତି ସେମାନଙ୍କୁ ନିଜ ପାର୍ଟନର ମିଳିବାର ସମ୍ଭାବନା ରହିଛି । ଏହି ବର୍ଷ ଆପଣଙ୍କୁ ନିଜ ପସନ୍ଦର ଜୀବନ ସାଥି ମିଳିପାରେ । ଯେଉଁ ମାନେ ପ୍ରେମ ସମ୍ପର୍କରେ ଅଛନ୍ତି ସେମାନଙ୍କର ପ୍ରେମ ବିବାହ ହୋଇପାରେ ।

ବୃଷ ରାଶି

ବୃଷ ରାଶିର ଲୋକମାନଙ୍କ ପାଇଁ ଏହି ବର୍ଷ ବୈବାହିକ ସମ୍ପର୍କ ପାଇଁ ବହୁତ ଭାଗ୍ୟଶାଳୀ ରହିବ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହି ବର୍ଷ ଆପଣଙ୍କ ବିବାହ ହେବାର ପ୍ରବଳ ଯୋଗ ବନୁଅଛି । ଯେଉଁ ମାନେ ପ୍ରେମ ବିବାହ କରିବାକୁ ଚାହୁଞ୍ଚନ୍ତି ସେମାନେ ମଧ୍ୟ ନିଜ ପରିବାର ଲୋକଙ୍କୁ ମନାଇ ପ୍ରେମ ବିବାହ କରିବେ । ଜୀବନ ସାଥିଙ୍କ ସହ ସମ୍ପର୍କ ଆହୁରି ମଧୁର ହେବ ।

ତୁଳା ରାଶି

ବର୍ଷ ୨୦୨୧ ର ବୈବାହିକ ରାଶିଫଳ ବିଷୟରେ କଥା ହେଲେ ଆସୁଥିବା ସମୟରେ ପ୍ରେମ ସମ୍ବନ୍ଧ ମାମଲାରେ ଆପଣଙ୍କ ପାଇଁ ବରଦାନ ଠାରୁ କମ ନୁହେଁ । ଏହି ବର୍ଷ ଆପଣଙ୍କର ବୈବାହିକ ଜୀବନରେ ବହୁତ ପରିବର୍ତ୍ତନ ଆସିବ । ଯେଉଁମାନେ ବିବାହ କରି ନାହାଁନ୍ତି ସେମାନଙ୍କର ବିବାହର ଯୋଗ ବନୁଅଛି । ଯଦି ଆପଣ କାହାକୁ ପସନ୍ଦ କରୁଛନ୍ତି ଓ ବିବାହ କରିବାକୁ ଚାହୁଞ୍ଚନ୍ତି ତେବେ ଏଥିରେ ଆପଣ ଏହି ବର୍ଷ ସଫଳ ହେବେ ।

ମିଥୁନ ରାଶି

ବାର୍ଷିକ ରାଶିଫଳ ୨୦୨୧ ବର୍ଷ ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ । ଏହି ରାଶିର ବ୍ୟକ୍ତିମାନଙ୍କୁ ନିଜ ପ୍ରେମ ୨୦୨୧ ରେ ମିଳିଯିବ । ଏକା ଥିବା ବ୍ୟକ୍ତି ଙ୍କୁ ଏହି ବର୍ଷ ନିଜର ଜୀବନସାଥୀ ମିଳିଯିବ । ଏହି ବର୍ଷ ଆପଣଙ୍କର ବିବାହ ହେବାର ଯୋଗ ବନୁଅଛି । ଯଦି ଆପଣ ବିବାହିତ ଅଟନ୍ତି ତେବେ ଆପଣଙ୍କ ବୈବାହିକ ଜୀବନରେ ଖୁସି ଭରିଯିବ ।

ବିଛା ରାଶି

ଆସୁଥିବା ସମୟ ୨୦୨୧ ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଭଲ ରହିବ । ୨୦୨୧ ଆପଣଙ୍କ ପ୍ରେମ ସମ୍ପର୍କ ଓ ବୈବାହିକ ଜୀବନ ପାଇଁ ଅତ୍ୟନ୍ତ ଶୁଭ ଦାୟକ ରହିବ । ଯେଉଁ ବ୍ୟକ୍ତି ଙ୍କର ବିବାହ ବୟସ ହୋଇ ଯାଇଛି ଓ ଏ ପର୍ଯ୍ୟନ୍ତ ସେମାନଙ୍କୁ ନିଜର ଜୀବନସାଥୀ ମିଳି ନାହିଁ ତେବେ ବର୍ଷ ୨୦୨୧ ରେ ଆପଣଙ୍କର ବିବାହର ପ୍ରବଳ ଯୋଗ ବନୁଅଛି । ଆପଣଙ୍କୁ ଅତି ସୁନ୍ଦର ଓ ନିଜ ମନ ପସନ୍ଦର ଜୀବନ ସାଥି ମିଳିପାରେ । ଆପଣ ୨୦୨୧ ରେ ବୈବାହିକ ଜୀବନରେ ବହୁତ ସୁଖରେ ରହିବେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *