ସହିଦ୍ ଦେବାଶିଷଙ୍କ ଝିଅକୁ ଧରି କାନ୍ଦିଲେ Rani Panda, କହିଲେ ଏପରି କଥା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସହିଦ ବୀର ପୁରୁଷଙ୍କୁ ମୋର ହୃଦୟରୁ ଶତ ସଲାମ !ତେବେ ଏପରି କିଛି ମନ୍ତବ୍ୟ ଯାତ୍ରା କଳାକାର ରାଣୀ ପଣ୍ଡା ସହିଦ ଦେବାଶିଷ ବିଶ୍ଵାଳଙ୍କ ନିମନ୍ତେ କହିଛନ୍ତି । ତେବେ ସୂଚନା ମୁତାବିକ ମାଓବାଦୀଙ୍କ ଆର୍ମୀ ଭ୍ୟାନ ଆକ୍ରମଣ ହେତୁ କିଛି ଯବାନ ସହିଦ ହୋଇଯାଇଛନ୍ତି । ସେଥିମଧ୍ୟରୁ ଆମ ଓଡିଶାର ଜଣେ ବୀର ପୁରୁଷ ଦେବାଶିଷ ବିଶ୍ଵାଳ ମଧ୍ୟ ସେଥିରେ ସହିଦ ହୋଇଯାଇଛନ୍ତି ।

ଯେଉଁ କାରଣରୁ ଗତ ୨ ଦିନ ଧରି ଓଡିଶା ତଥା ଓଡିଶା ବାହାରେ ମଧ୍ୟ ଦୁଃଖର ଛାୟା ଖେଳିଯାଇଛି । ତେବେ ଯବାନ ପୁଅକୁ ହରାଇ ଦେବାଶିଷଙ୍କ ଘର ଲୋକ ମଧ୍ୟ ଦୁଃଖରେ ଭାଙ୍ଗି ପଡିଛନ୍ତି । ଦେବାଶିଷଙ୍କ ବାପା, ମାଆ ଓ ତାଙ୍କ ଧର୍ମପତ୍ନୀ ବିଶେଷ ଭାବରେ ଦେବାଶିଷଙ୍କୁ ହରାଇ ଦୁଃଖରେ ଅତ୍ୟନ୍ତ ମର୍ମାହତ ହୋଇପଡିଛନ୍ତି । ତେବେ ଏହାରି ମଧ୍ୟରେ ସହିଦ ଦେବାଶିଷଙ୍କ ଘରକୁ ଯାତ୍ରା କଳାକାର ରାଣୀ ପଣ୍ଡା ମଧ୍ୟ ଯାଇଥିଲେ ।

ସେଠାକୁ ଯାଇ ସହିଦ ଦେବାଶିଷଙ୍କ ଘରେ ଅଭିନେତ୍ରୀ ରାଣୀ ପଣ୍ଡା ପୁରା ପରିବାରକୁ ସାନ୍ତ୍ଵନା ଦେଇଛନ୍ତି । ତେବେ ଅଭିନେତ୍ରୀ ରାଣୀ ପଣ୍ଡା ଗଣ ମାଧ୍ୟମ ସାମ୍ନାରେ ଏପରି କିଛି ମଧ୍ୟ ସହିଦ ଦେବାଶିଷ ବିଶ୍ଵାଳଙ୍କୁ ନିଜସ୍ଵ ମନ୍ତବ୍ୟ ରଖିଛନ୍ତି । ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କହିବା ଅନୁଯାଇ ଆମ ଓଡିଶା ମାଟିର ବୀର ଯବାନ ଅର୍ଥାତ ସହିଦ ଦେବାଶିଷ ଭାଇଙ୍କୁ ମୋର ହୃଦୟରୁ ସଲାମ ଜଣାଉଛି । ସହିଦ ଦେବାଶିଷ ବିଶ୍ଵାଳଙ୍କ ପାଇଁ ଏହିପରି ଆହୁରି ମଧ୍ୟ ଅନେକ ବୀର ଯବାନ ଅଛନ୍ତି ।

ଯେଉଁ ମାନେ ଜନତାକୁ ଶାନ୍ତିରେ ରଖିବା ପାଇଁ ନିଜେ ରାତି ରାତି ଅନିଦ୍ରା ହୋଇ ରହୁଛନ୍ତି । ଏହା ସହିତ ଦରକାର ପଡିଲେ ନିଜର ପ୍ରାଣର ଉତ୍ସର୍ଗୀକୃତ କରିବା ମଧ୍ୟ ପଛ ଘୁଞ୍ଚା ଦେଉ ନାହାନ୍ତି । ତେବେ ଏହିଭଳି ସହିଦ ଯବାନଙ୍କ ଆତ୍ମାର ସଦଗତି ହେଉ ବୋଲି କାମନା ରହୁଅଛି । ତେବେ ଆମେ ମଧ୍ୟ ଏଠାରେ କହି ରଖିବା ଚାହୁଁଛୁ ।

ଏହା କି ଯେ ସହିଦ ଦେବାଶିଷ ବିଶ୍ଵାଳ ବର୍ତ୍ତମାନ ଆମ ସମସ୍ତଙ୍କ ଗହଣରେ ଆଉ ନାହାନ୍ତି । ସତ କିନ୍ତୁ ଦେଶ ପାଇଁ ଦେଇଥିବା ଏତେ ବଡ ବଳୀଦାନ ପାଇଁ ସେ ସର୍ବଦା ଆମ ନିକଟରେ ଅମର ହୋଇ ରହିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *