ବଦଳିଲା ସ୍କୁଲ ଛୁଟି ନିଷ୍ପତ୍ତି, ଜାରି ହେଲା ନୂଆ SOP !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିଦ୍ୟାଳୟ ଛୁଟିରେ କରାଗଲା ବଡ ଏକ ପରିବର୍ତ୍ତନ ! ସରକାରଙ୍କର ନୂଆ ଏକ SOP  ଜାରୀ ! ତେବେ ସୂଚନା ମୁତାବିକ ବର୍ଦ୍ଧିତ ଖରା ଗରମ ଯୋଗୁ ସରକାରଙ୍କ ତରଫରୁ ସମସ୍ତ ବିଦ୍ୟାଳୟ ମାନଙ୍କୁ ବନ୍ଦ ଘୋଷଣା କରାଯାଇଛି ।  ହେଉଥିବା ଅସହ୍ୟ ଖରା ଗରମ ତାତୀରେ ପିଲା ମାନଙ୍କର ସ୍କୁଲକୁ ଆସି ବିଦ୍ୟା ଅଧୟନ କରିବାରେ ବହୁତ ଅସୁବିଧା ହେଉଛି । ଯାହାକୁ ଆଖି ଆଗରେ ରଖି ସରକାରଙ୍କ ତରଫରୁ ବିଦ୍ୟାଳୟ ବନ୍ଦ ଘୋଷଣାନାମା ଜାରୀ କରଯାଇଥିଲା ।

ଯାହା ଫଳରେ ପିଲା ମାନେ ସ୍କୁଲ ଆସିବା ସମୟରେ ସହ୍ୟ କରୁଥିବା ଅସହ୍ୟ ଖରା ତାତୀରୁ ତ୍ରାହୀ ପାଇପାରିବେ । ହେଲେ ବର୍ତ୍ତମାନ ସରକାରଙ୍କ ତରଫରୁ ବିଦ୍ୟାଳୟ ବନ୍ଦ ଘୋଷଣାନାମାରେ କରାଯାଇଛି ଆଉ ଏକ ପରିବର୍ତ୍ତନ । ଯେଉଁଠାରେ କି ବିଦ୍ୟାଳୟ ଛୁଟି ସମୟରେ ବିଦ୍ୟାଳୟରେ ରହିଥିବା ଅବସରକାଳୀନ ଗୃହ କାର୍ଯ୍ୟ ସମ୍ପର୍କିତ କାର୍ଯ୍ୟ ପାଇଁ ଘୋଷଣା ଜାରୀ କରାଯାଇଛି । ତେବେ ସୂଚନା ମୁତାବିକ ସରକାରଙ୍କ ଘୋଷଣାନାମା ଅନୁଯାଇ ବିଦ୍ୟାଳୟ ବନ୍ଦ ରହିଥିଲେ ।

ମଧ୍ୟ ପ୍ରତିଦିନ ବିଦ୍ୟାଳୟକୁ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଆସିବା ପାଇଁ ଘୋଷଣା ଜାରୀ କରାଯିଛି । ଏହା ସହିତ ବିଦ୍ୟାଳୟର ଅନ୍ୟାନ୍ୟ କର୍ମକର୍ତ୍ତା ମଧ୍ୟ ଆସିବେ । ବିଦ୍ୟାଳୟରେ ରନ୍ଧନ କାର୍ଯ୍ୟରେ ନିଯୋଜିତ ଥିବା ରୋଷେଇଆ ମଧ୍ୟ  ବିଦ୍ୟାଳୟ ଛୁଟି ଥିବା ସମୟରେ ବିଦ୍ୟାଳୟକୁ ଆସିବେ । ତେବେ ବର୍ଦ୍ଧିତ ଖରା ଗରମ ପାଇଁ ସରକାରଙ୍କ ତରଫରୁ ସ୍କୁଲ ଛୁଟି ମେ’ ୪ ପର୍ଯ୍ୟନ୍ତ ଘୋଷଣା କରାଯାଇଛି । ହେଲେ ଏହି ଛୁଟି କେବଳ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସୀମିତ ରହିଛି ।

ହେଲେ ପ୍ରତିଦିନ ଭଳି ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଏବଂ ବିଦ୍ୟାଳୟର ଅନ୍ୟାନ୍ୟ କର୍ମକର୍ତ୍ତା କିନ୍ତୁ ବିଦ୍ୟାଳୟକୁ ସ୍କୁଲ ଛୁଟି ଥିବା ସମୟରେ ମଧ୍ୟ ଆସିବେ। ବିଦ୍ୟାଳୟରେ ହେଉଥିବା ନାମ ଲେଖା ତଥା ଅନ୍ଯାନ୍ଯ ବିଦ୍ୟାଳୟ ସମ୍ବଦ୍ଧିତ କାର୍ଯ୍ୟ ପାଇଁ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଛୁଟିକୁ ବାତିଲ କରାଯାଇଛି ।

ଏହା ଛଡା ରୋଷେୟା ମଧ୍ୟ ଏହି ସମୟରେ ସ୍କୁଲକୁ ଆସି ରୋଷେଇ ସାମଗ୍ରୀର ସମସ୍ତ ଜିନିଷକୁ ତଦାରଖ କରିବା ସହିତ ବିଦ୍ୟାଳୟ ପରିସରର ସ୍ବଚ୍ଛତା ଉପରେ ଧ୍ୟାନ ଦେବା ତଥା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ସେମାନେ ମଧ୍ୟ ସ୍କୁଲ ଛୁଟି ଥିବା ସମୟରେ ସ୍କୁଲକୁ ଆସିବେ ବୋଲି ଘୋଷଣାନାମା ଜାରୀ କରାଯିଛି ।  ଯଦି ଏହି ପୋସ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *