ଶହୀଦ ପୁଅର ମୁହଁକୁ ଦେଖି ସହିପାରିଲାନି ମା, କାନ୍ଦି କାନ୍ଦି ହେଉଛନ୍ତି ଚେତାଶୂନ୍ୟ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସହିଦ ପୁଅର ମୁହଁକୁ ଦେଖି ସହିପାରିଲାଣି ମା ! ତେବେ ସୂଚନା ମୁତାବିକ ଓଡିଆ ପୁଅ ତଥା ଆମ ଓଡିଶାର ପୁରୀ ଜିଲ୍ଲାର ସହିଦ ଦେବାଶିଷ ବିଶ୍ଵାଳଙ୍କ ବିୟୋଗରେ ସାରା ଗ୍ରାମ ତଥା ଓଡିଶାବ୍ୟାପୀ ଦୁଃଖର କଳା ବାଦଲ ଘୋଟି ଯାଇଛି । ତେବେ ସବୁ ଲୋକଙ୍କ ମଧ୍ୟରୁ ସହିଦଙ୍କ ମା’ କିନ୍ତୁ ନିଜ ପୁଅର ପାର୍ଥିବ ଶରୀର ଦେଖି ନିଜର କୋହକୁ ଆଉ ଛାତି ଭିତରେ ସମ୍ଭାଳି ରଖିପାରିନାହାନ୍ତି ।

କାରଣ ସେ ପରା ମା’ ସେ ନିଜର ପୁଅର ଏପରି ଅବସ୍ଥା କିପରି ଭାବରେ ନିଜ ଆଖି ଆଗରେ ଦେଖି ପାରିବ । ଯେଉଁ ମା’ ୧୦ ମାସ ୧୦ ଦିନ ଗର୍ଭରେ ରଖି ନିଜର ପୁଅଟିକୁ ପାଇଥିଲା । ଛୋଟ ଠାରୁ ବଢେଇ କୁଢେଇ ବଡ କରି ବୀର ଯବାନଟିଏ କରିଥିଲା । ହେଲେ ସେହି ପୁଅ ଦିନେ ଦେଶ ମାଟି ପାଇଁ ସହିଦ ହୋଇଯିବ । ଏହି କଥା ନିଜ ମା’ କେବେ ମଧ୍ୟ ସ୍ଵପ୍ନରେ ଭାବି ନଥିଲା । କାରଣ ମା’ ସବୁବେଳେ ମା’ । ମା’ ର ସ୍ଥାନ ଦୁନିଆରେ କେହି ମଧ୍ୟ ନେଇପାରିବେ ନାହିଁ ।

ତେବେ ସହିଦ ଦେବାଶିଷ ବିଶ୍ଵାଳଙ୍କ ପାର୍ଥିବ ଶରୀର ଯେତେବେଳେ ତାଙ୍କ ଜନ୍ମ ମାଟିରେ ଆସି ଗତକାଲୀ ପହଞ୍ଚିଥିଲା । ସେତେବେଳେ ସେହି ବୀର ଯବାନଙ୍କର ଅନ୍ତିମ ଦର୍ଶନ କରିବା ପାଇଁ କାହିଁ କୁଆଡୁ ଲୋକ ଧାଇଁ ଆସିଥିଲେ । ହେଲେ ଯାହା ଘରର ଯବାନ ପୁଅ ସହିଦ ହୋଇଯାଇଛି । ସେହି ଘର ପରିବାର ଲୋକଙ୍କ ମନରେ ଯେ କଣ ବିତୁଛି । ସେହି ଘର ଲୋକ ହିଁ ଜାଣନ୍ତି ।

ଯେମିତିକି ସହିଦ ଦେବାଶିଷଙ୍କ ବାପା’ ମା’ ଓ ତାଙ୍କ ଧର୍ମପତ୍ନୀ ଏପରି ଏକ ହୃଦୟ ବିଦାରକ ଘଟଣା ଘଟିବା ପର ଠାରୁ ପୁରା ଭାଙ୍ଗି ପଡିଛନ୍ତି । ଏହାରି ଭିତରେ ନିଜ ପୁଅ ର ସହିଦ ଦେବାଶିଷ ବିଶ୍ଵାଳଙ୍କ  ପାର୍ଥିବ ଶରୀର ଦେଖି ସହିଦଙ୍କ ମା’ କାନ୍ଦି କାନ୍ଦି ଦୁଃଖରେ ସମ୍ପୂର୍ଣ ଭାବରେ ମ୍ରିୟମାଣ ହୋଇପଡିଛନ୍ତି ।

ତେବେ ଏହାରି ମଧ୍ୟରେ ମେଗାଷ୍ଟାର ଅଭିନେତା ମିଥୁନ ଚକ୍ରବର୍ତ୍ତୀ ସମେତ ଅନ୍ୟାନ୍ୟ ବଡ ବଡ ନେତୃ ବୃନ୍ଦ ମାନେ ମଧ୍ୟ ସହିଦ ଦେବାଶିଷ ବିଶ୍ଵାଳଙ୍କ ଅନ୍ତିମ ଦର୍ଶନ ନିମନ୍ତେ ତାଙ୍କ ଗାଁ ମାଟିକୁ ଆସିଥିଲେ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *