ଯାଉଛି ଜୀବନ୍ତ ହୃତପିଣ୍ଡ…ପୋଲିସ ସୁରକ୍ଷା ବଳୟ ମଧ୍ୟରେ ଯାଉଛି ଲାଇଭ ହାର୍ଟ…

ନମସ୍କାର ବନ୍ଧୁଗଣ, ଦେଖିବା ପାଇଁ ମିଳିଛି ଏକ ବିରଳ ଦୃଶ୍ୟ । ଯାହା ହୁଏତ ଆପଣ ଆଗରୁ କେବେ ଦେଖିନଥିବେ । କିନ୍ତୁ ଆଜି ଦେଖିବା ପରେ ହୋଇଯିବେ ଆଶ୍ଚର୍ଯ୍ୟ । ମଣିଷ ହୃତପିଣ୍ଡ ଜୀବିତ ଅବସ୍ତାରେ ପୋଲିସର ସୁରକ୍ଷା ବଳୟ ଭିତରେ ଯାଉଛି ମେଡିକାଲ । କଥା ଟି ଶୁଣିବାକୁ ଟିକେ ଅବାକ ହୋଇଥିବେ ନିଶ୍ଚୟ । ତେବେ କଣ ରହିଛି ଏହା ସମ୍ବନ୍ଧୀୟ ସମ୍ପୂର୍ଣ ଖବର ଏବଂ କେଉଁଠାରେ ଘଟିଛି ଏଭଳି କାର୍ଯ୍ୟ ତାହା ବିଷୟରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଆନ୍ଧ୍ରପ୍ରଦେଶର ଶ୍ରୀକୁଲମ ଠାରେ ଦେଖିବା ପାଇଁ ମିଳିଛି ଏକ ଅବାକ ହୋଇଯିବା ଭଳି ଦୃଶ୍ୟ । ରାସ୍ତାରେ ପୋଲିସ ମାନଙ୍କ ସୁରକ୍ଷା ଭିତରେ ଜୀବନ୍ତ ହୃତପିଣ୍ଡକୁ ମେଡିକାଲରେ ପହଞ୍ଚାଇବାର ପ୍ରୟାସରେ ସମସ୍ତେ ଜାରି । ପୋଲିସ କର୍ମଚାରୀ ମାନଙ୍କ ସୁରକ୍ଷା ମଧ୍ୟରେ ଏକ ମେଡିକାଲ ବାକ୍ସ ଭିତରେ ହୃତପିଣ୍ଡକୁ ରଖି ଆଗ ପଛ ଗାଡି ଯାଇ ହୃତପିଣ୍ଡ ଯାଉଥିବା ଗାଡିକୁ ମଝିରେ ରଖି ପୋଲିସ ମେଡିକାଲକୁ ସୁରକ୍ଷାର ସହ ଆଣିଥିଲେ ।

ଏବଂ ମେଡିକାଲର ସମସ୍ତ କର୍ମଚାରୀ ମଧ୍ୟ ସମ୍ପୂର୍ଣ ଭାବରେ ପ୍ରସ୍ତୁତ ହୋଇ ଥିଲେ ଜୀବିତ ହୃତପିଣ୍ଡକୁ ସୁରକ୍ଷିତ ଭାବରେ ଏବଂ କାର୍ଯ୍ୟକାରୀ କରିବା ପାଇଁ ତୁରନ୍ତ ପ୍ରୟାସରେ । ଡାକ୍ତର ଠାରୁ ଆରମ୍ଭ କରି ନର୍ସ ଏବଂ ସବୁ କର୍ମଚାରୀ ମାନେ ଲାଇନରେ ଠିଆ ହୋଇ ସ୍ଵାଗତ କରିବା ଭଳି ହୃତପିଣ୍ଡ ବାକ୍ସ ଟିକୁ ମେଡିକାଲ ଭିତରକୁ ଆଣିଥିଲେ । ଏବଂ ହୃତପିଣ୍ଡକୁ ଟ୍ରାଂସ୍ପୋର୍ଟ କରିବା ପାଇଁ ସମସ୍ତେ ବହୁତ ବ୍ୟସ୍ତ ବିବ୍ରତ ତଥା ଫୁର୍ତ୍ତିର ସହ କାମ କରିଥିଲେ ।

ହୃତପିଣ୍ଡ ମେଡିକାଲକୁ ଆସିବା ପୂର୍ବରୁ କିଭଳି ତାହା ତୁରନ୍ତ କାମରେ ଲାଗିପାରିବ ସେଥିପାଇଁ ହାତ ବଟାଇବା ପାଇଁ ଆଗରୁ ସବୁର ପ୍ରସ୍ତୁତି ତଥା ଯୋଜନା ସାରିଥିଲା । ହୃତପିଣ୍ଡ ପହଞ୍ଚିବା ସମୟରେ ସମସ୍ତେ ବାସ ଖାଲି ଦୌଡିକି କାର୍ଯ୍ୟ କରୁଥିଲେ । ବାସ କିଛି ସମୟ ଜୀବିତ ଅବସ୍ଥାରେ ରହିଥାଏ ହୃତପିଣ୍ଡଟି ଶରୀରରୁ ବାହାରକୁ ଆସିବା ପରେ ।

ତେଣୁ ଏହି ଜୀବିତ ଅବସ୍ତାରେ ତାହାକୁ ଟ୍ରାନ୍ସପୋର୍ଟ କରିବା ପାଇଁ ସମସ୍ତେ ପ୍ରୟାସ ଜାରି ରଖିଥିଲେ । ଆଉ ଏହାର ଦୃଶ୍ୟ ବର୍ତ୍ତମାନ ସବୁଆଡେ ଭାଇରାଲ ହେବାରେ ଲାଗିଛି । ଏଥିପାଇଁ ନିହାତି ଭାବରେ ସମସ୍ତ ଡାକ୍ତର ଏବଂ କର୍ମଚାରୀ ମାନଙ୍କ ସହିତ ପୋଲିସଙ୍କ କାର୍ଯ୍ୟ କ୍ଷମତାକୁ ମଧ୍ୟ ଧନ୍ୟବାଦ । ଏହା ସମ୍ପର୍କରେ ଆପଣ ମାନଙ୍କ ମତ କମେଣ୍ଟ ଦ୍ଵାରା ଜଣାନ୍ତୁ ।

Leave a Reply

Your email address will not be published. Required fields are marked *