ମହଙ୍ଗା ପଡିଲା ହିରୋଗିରି ! ରାଗିକି ଗର୍ଜିଲେ Dhoni…

ନମସ୍କାର ବନ୍ଧୁଗଣ, ରାଗିଗଲେ ଧୋନୀ । ତେବେ ଧୋନି କାହିଁକି ରାଗିଲେ ଏହା ପଛର କାରଣ କଣ । ଶୁଭ୍ରାଂଶୁଙ୍କ ଉପରେ ଖୁବ ଜୋରେ ବର୍ଷିଲେ ଧୋନି । ତେବେ ଶୁଭ୍ରାଂଶୁ ଏଭଳି କେଉଁ ଭୁଲ କରି ବସିଲେ ଯେଉଁଥି ପାଇଁ ତାଙ୍କୁ ମହେନ୍ଦ୍ର ସିଂ ଧୋନି ଯିଏକି ସବୁଠାରୁ କୁଲ ଥାନ୍ତି ତାଙ୍କ ଠାରୁ ଗାଳି ଶୁଣିବା ପାଇଁ ପଡିଲା । ଯଦି ଆପଣ ଏହା ସମ୍ପର୍କରେ ଜାଣିବା ପାଇଁ ଚାହୁଁଛନ୍ତି ତେବେ ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ । ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

କ୍ୟାଚ ନ ଧରି ପାରିବାରୁ ଶୁଭ୍ରାଂଶୁଙ୍କ ଉପରେ ଗର୍ଜିଲେ ଧୋନି । ଗତକାଲି କଲିକତା ନାଇଟ ରାଇଡ଼ର ଏବଂ ଚେନ୍ନାଇ ସୁପର କିଙ୍ଗ ମଧ୍ୟରେ ଆଇପିଏଲ 2023 ର 33 ତମ ମୁକାବିଲା କଲିକତାର ରିଡେନ ଗାର୍ଡେନ ଷ୍ଟାଡିୟମରେ ଖେଳା ଯାଇଥିଲା । ଚେନ୍ନାଇ ଦଳ ପ୍ରଥମ ବ୍ୟାଟିଂର ସୁଯୋଗ ପାଇ ଚାରୋଟି ୱିକେଟ ହରାଇ 235 ରନ ସଂଗ୍ରହ କରିଥିଲା ।

ଏବଂ ଏହାର ଜବାବ ଦେବାକୁ ଯାଇ kkr ଆଠ ୱିକେଟ ହରାଇ 186 ରନ ସଂଗ୍ରହ କରିବାରେ ସଫଳ ହୋଇଥିଲା । ଯାହାଦ୍ୱାରା ଚେନ୍ନାଇ ଦଳ ବିଜୟ ହାସଲ କରିଛି । କିନ୍ତୁ ମ୍ଯାଚ ମଝିରେ ଅଧିନାୟକ ଧୋନି ଶୁଭ୍ରାଂଶୁଙ୍କ ଉପରେ ରାଗୁଥିବାର ଏକ ଭିଡିଓ ସବୁଆଡେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାଟି କଲିକତାର 19 ତମ ଓଭରରେ ଘଟିଥିଲା ।

ଓଡିଆ ପୁଅ ଚେନ୍ନାଇ ଦଳରେ ଦୁଇ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ଚେନ୍ନାଇ ଦଳ ତାଙ୍କୁ ଖେଳିବାର ସୁଯୋଗ କେବେ ଦେଉ ନାହିଁ । କିନ୍ତୁ ଗତକାଲିର ମୁକାବିଲାରେ ସେ ଫିଲଡିଙ୍ଗ କରିବା ପାଇଁ ମଇଦାନକୁ ଓଲ୍ହାଇ ଥିଲେ । ସେ ୧୯.୩ ଓଭରରେ ରିନକୁ ସିଂଏନକେ ଏକ ସହଜ କ୍ୟାଚକୁ ଛାଡି ଛକା କରାଇ ଦେଇଥିଲେ । ଯାହା ଫଳରେ ରିନକୁ ସିଂ ନିଜର ଅର୍ଦ୍ଧ ଶତକ ପୁରା କରିପାରିଥିଲେ ।

ଏହାପରେ ଶୁଭ୍ରାଂଶୁଙ୍କ ଖରାପ ଫିଲଡିଙ୍ଗଙ୍କୁ ଦେଖି ତାଙ୍କ ଉପରେ ଅଧିନାୟକ ଧୋନି ବହୁତ ରାଗି ଗଲେ । ଆଉ ଏହି ରାଗୁଥିବା ବେଳର ଦୃଶ୍ୟ ଏବ ସବୁଆଡେ ଭାଇରାଲ ହେବାରେ ଲାଗିଛି । ଏହା ସମ୍ପର୍କରେ ଆପଣ ମାନଙ୍କ ମତାମତ ଜଣାଇବା ପାଇଁ ଜମା ବି ଭୁଲିବେନି । ଆଶା କରୁଛୁ ଆପଣ ସଠିକ ଖବର ପାଇପାରିଥିବେ ।

Leave a Reply

Your email address will not be published. Required fields are marked *