କରୋନା ସହ ଲଢିବାରେ କେମିସ୍ଟ କରିବେ ସାହାର୍ଯ୍ୟ, ମେଡ଼ିସିନ କିଣିଲେ ଦେବେ ଏହି ସୂଚନା

କରୋନା ଭାଇରସର ସଂକ୍ରମଣ ସଂଖ୍ୟା ବଢିବା କାରଣରୁ କେତେକ ରାଜ୍ୟର ଅଧିକାରୀମାନେ ଔଷଧ ଦୋକାନୀମାନଙ୍କୁ ଥଣ୍ଡା, କାସ ଓ ଜର ପାଇଁ ଔଷଧ କ୍ରୟ କରୁଥିବା ବ୍ୟକ୍ତିମାନଙ୍କ ରେକର୍ଡ ରଖିବା ପାଇଁ କହିଛନ୍ତି । ଆପଣଙ୍କୁ କହିଦେଉଛୁ କି କରୋନା ଭାଇରସର ଲକ୍ଷଣରେ କାସ, ଜର ଓ ଥଣ୍ଡା ସାମିଲ ଅଛି । ଏହି ମାମଲାକୁ ନେଇ ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, ଓଡିଶା ଓ ବିହର ଭଳି ରାଜ୍ୟମାନଙ୍କର ସମସ୍ତ ଔଷଧ ଦୋକାନୀମାନଙ୍କୁ ଏହିଭଳି ସୂଚନା ଜାରି କରାଯାଇଛି ।

ସମସ୍ତ ଔଷଧ ଦୋକାନୀମାନଙ୍କୁ ଏହା କୁହାଯାଇଛି କି ଏହି ସମସ୍ତ ରୋଗ ପାଇଁ ଔଷଧ ନେଉଥିବା ଲୋକମାନଙ୍କ ସୂଚନା ତାଙ୍କ ସହିତ ଶେୟାର କରନ୍ତୁ । ଏହା ଦ୍ଵାରା କୌଣସି ବି କରୋନା ଭାଇରସ ଦ୍ଵାରା ସଂକ୍ରମିତ ବ୍ୟକ୍ତି ଏହି ରୋଗକୁ ଲୁଚାଇ ପାରିବ ନାହିଁ । ଅନ୍ୟ ପଟେ କେତେକ ଅଧିକାରୀମାନଙ୍କ କହିବା ଅଟେ କି ଏହିଭଳି ପଦକ୍ଷେପ ସୁରକ୍ଷା ଦ୍ରୁଷ୍ଟିରୁ ଗ୍ରହଣ କରାଯାଉଛି ।

ଓଡିଶା

ଓଡିଶା ସରକାର ବି ଏହିଭଳି ଔଷଧ କ୍ରୟ କରୁଥିବା ଲୋକମାନଙ୍କ ରେକର୍ଡ ରଖିବା ପାଇଁ କହିଛନ୍ତି । କହିବାକୁ ଗଲେ ଅଧିକାରୀମାନଙ୍କୁ ସନ୍ଦେହ ହେଉଛି କି ଲୋକମାନେ ଯାଞ୍ଚରୁ ବଞ୍ଚିବା ପାଇଁ କୋବିଡ – ୧୯ର ଲକ୍ଷଣକୁ ଲୁଚାଇବା ପାଇଁ ଏହି ସମସ୍ତ ଔଷଧର ବ୍ୟବହାର କରୁଛନ୍ତି । ଏହାକୁ ନେଇ ଓଡିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଔଷଧ ଦୋକାନୀମାନଙ୍କୁ କହିଛନ୍ତି କି ସେ ଏହି ଲୋକମାନଙ୍କ ଠିକଣା କିମ୍ବା ଫୋନ ନମ୍ବର ନୋଟ କରି ରଖନ୍ତୁ । ଯେଉଁମାନେ ଥଣ୍ଡା, ଜର, କାସ ପାଇଁ ଔଷଧ ନେଉଛନ୍ତି ।

ମହାରାଷ୍ଟ୍ର

ମହାରାଷ୍ଟ୍ରରେ ରାଜ୍ୟ ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫଡ଼ିଏ) ହାଇଡ୍ରୋକ୍ସୀକ୍ଲୋରୋକ୍ୱୀନ ସହିତ କେତେକ ପ୍ରକାରର ଜର ଓ କାସର ଚିକିତ୍ସାରେ ଆସୁଥିବା ଔଷଧ ଗୁଡିକର ବିସ୍ତୃତ ରେକର୍ଡ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି । ଏହି ସମୟରେ ପୁନେରେ ଏକ ଅଧିକାରୀ କହିଲେ କି କେତେକ ଲୋକମାନେ ଡାକ୍ତରଙ୍କ କାଗଜ ବିନା ଔଷଧ କ୍ରୟ କରୁଛନ୍ତି । ଏମିତିରେ କୋବିଡ – ୧୯ ଲକ୍ଷଣ ପାଇଁ ଔଷଧ କ୍ରୟ କରୁଥିବା ଲୋକମାନଙ୍କ ରେକର୍ଡ ରଖିବା ଦ୍ଵାରା ପ୍ରଶାସନକୁ କରୋନା ଭାଇରସର ସମସ୍ୟାକୁ ସମାଧାନ କରିବା ପାଇଁ ସାହାର୍ଯ୍ୟ ମିଳିବ ।

ତେଲଙ୍ଗାନା

ତେଲଙ୍ଗାନାର ସମସ୍ତ ସରକାରୀ ଅଫିସରଙ୍କୁ ଓ ଜିଲ୍ଲାର ଅତିରିକ୍ତ କଲେକ୍ଟରମାନଙ୍କୁ ମେମୋ ଜାରି କରି ଦିଆ ଯାଇଛି । ଏଥିରେ ରାଜ୍ୟର ପ୍ରଧାନ ସଚିବ (ନଗର ନିକାୟ ଓ ସହରୀ ବିକାଶ) ଅରବିନ୍ଦ କୁମାର କହିଛନ୍ତି କି ଏମିତି ଦେଖା ଯାଉଛି କି ଲୋକମାନେ ଭୟ ଓ ସାମାଜିକ କଳଙ୍କ ଡର କାରଣରୁ କରୋନା ଭାଇରସ ଭଳି ଲକ୍ଷଣ ଯେମିତି କି କାସ, ଜର ଓ ଥଣ୍ଡା ଭଳି କିଛି ଅନୁଭବ ହେବା ଦ୍ଵାରା ସିଧା ଔଷଧ ଦୋକାନକୁ ଯାଇ ଏହାର ଔଷଧ ମାଗିଥାନ୍ତି ।

ଏମିତିରେ ସେହି ରୋଗୀମାନଙ୍କ ଉପରେ ଧ୍ୟାନ ଦିଆଯାଉ, ଯେଉଁମାନଙ୍କ ମଧ୍ୟରେ ଏହି ଭାଇରସର ଲକ୍ଷଣ ନଜର ଆସୁଛି । ମେମୋରେ କୁହାଯାଇଛି କି, ‘ଏହି ରୋଗୀମାନଙ୍କୁ ସମ୍ପର୍କ କରାଯାଇ ଏହି ଲକ୍ଷଣ ଆଧାରରେ ଯାଞ୍ଚ କରିବା ଦରକାର ।‘ ଅରବିନ୍ଦ କୁମାର ଅଧିକାରୀମାନଙ୍କୁ ନିର୍ଦେଶ ଦେଲେ କି ସେ ସମ୍ବନ୍ଧିତ ଆସୋସିଏଶନମାନଙ୍କ ସହିତ ସମସ୍ତ ଔଷଧ ଦୋକାନୀମାନଙ୍କ ସହିତ ଏହି ମାମଲା ଉପରେ ବୈଠକ ଡାକନ୍ତୁ ଓ ସେମାନଙ୍କୁ ନିର୍ଦେଶ ଦିଅନ୍ତୁ କି ଏହି ଔଷଧ ଗୁଡିକ କ୍ରୟ କରୁଥିବା ଲୋକମାନଙ୍କ ଠିକଣା ଓ ଫୋନ ନମ୍ବର ଦିଅନ୍ତୁ ।

ବିହାର

ବିହାର ରାଜଧାନୀ ପଟନା ସହିତ ରାଜ୍ୟର କେତେକ ଜିଲ୍ଲାର ଔଷଧ ଦୋକାନୀମାନଙ୍କୁ ଥଣ୍ଡା, କାସ ଓ ଜରର ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ଔଷଧର ବିକ୍ରି ସମୟରେ ରସିଦ ଉପରେ ରୋଗୀର ନାମ, ଠିକଣା ଓ ମୋବାଇଲ ନମ୍ବର ଲେଖିବା ପାଇଁ ନିର୍ଦେଶ ଦେଇଛନ୍ତି । ଦେଶର ପ୍ରତ୍ଯେକ ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *