ଇମରାନଙ୍କ ମନ୍ତ୍ରୀ କରୋନାକୁ ନେଇ ଦେଲେ ହାସ୍ୟସ୍ପଦ ବୟାନ, ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣ

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମାରନ ଖାନ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । କହିବାକୁ ଗଲେ ସେ ପ୍ରାୟତଃ ନିଜର ବିବାଦିତ ବୟାନ ପାଇଁ ଚର୍ଚାରେ ରହିଥାନ୍ତି ଓ ଏହା ସହିତ ଇମରାନ ଖାନ ଭଳି ତାଙ୍କର ମନ୍ତ୍ରୀ ଓ ନେତାମାନେ ବି ନିଜର ବିବାଦିତ ବୟାନ ପାଇଁ ଚର୍ଚାରେ ରହିଥାନ୍ତି । କିଛି ଦିନ ପୂର୍ବେ ଏକ ଟିଭି ଶୋରେ ଏମିତି ହିଁ କିଛି ମନ୍ତ୍ରୀମାନଙ୍କ ବୟାନ ଦେଖିବାକୁ ମିଳିଥିଲା ।

ବର୍ତ୍ତମାନ ଲୋକମାନେ ସେହି ମନ୍ତ୍ରୀମାନଙ୍କର ଜ୍ଞାନକୁ ଭୁଲି ନ ଥିଲେ କି ଇମରାନଙ୍କ ଖାସ ପରାମର୍ଶଦାତା କରୋନା ଭାଇରସକୁ ନେଇ ଏକ ଏମିତି ବୟାନ ଦେଇଛନ୍ତି କି ଯାହାକୁ ଶୁଣି ସମସ୍ତେ ଆବାକ ହୋଇ ଯାଇଛନ୍ତି । ନିଜର ବୟାନକୁ ନେଇ ଇମରାନଙ୍କ ପରାମର୍ଶଦାତା ଫିରଦୌସ ଆଶିକ ଅୱାନଙ୍କୁ ସୋସିଆଲ ମିଡିଆରେ ବହୁତ ଥଟ୍ଟା କରାଯାଉଛି । ଲୋକମାନନେ ତାଙ୍କର କରୋନା ଭାଇରସ ପ୍ରତି ଜ୍ଞାନକୁ ନେଇ ଆଶ୍ଚର୍ଯ୍ୟ ଓ ଚିନ୍ତିତ ଅଛନ୍ତି ।

ଏମିତି ନୁହେଁ କି ସେ ଏହି ବୟାନ କେଉଁଠି ଲୁଚିକରି ଦେଇଛନ୍ତି, ଅଥବା ସେ ଏହି ବୟାନକୁ ଏକ ସ୍ଟେଜ ଉପରେ ବସି ମାଇକ ମାଧ୍ୟମରେ ଏହିଭଳି ବୟାନ ଦେଇଛନ୍ତି । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ସେ ବୟାନ ଦେଲେ କି ଯଦି ଆପଣ କରୋନା ଠାରୁ ବଞ୍ଚିବା ପାଇଁ ନିଜର ମୁହଁ ଓ ନାକକୁ ବନ୍ଦ କରିଦେଉଛନ୍ତି ତେବେ ଏହା ଦ୍ଵାରା ଆପଣ ବଞ୍ଚି ପାରିବେ ନାହିଁ ।

ଆପଣ ନିଜକୁ ବଞ୍ଚାଇବା ପାଇଁ ଶରୀରର ବାକି ଅଙ୍ଗ ଗୁଡିକୁ ବି କପଡା ଦ୍ଵାରା ବନ୍ଦ କରିବାକୁ ହେବ । ପୁଣି ସେ କହିଲେ କି କରୋନା ଭାଇରସ ତଳ ଆଡୁ ବି ପଶି ପାରେ, ସେଥିପାଇଁ ବାକି ଜିନିଷକୁ ବି ଘୋଡାଇ ରଖନ୍ତୁ । ଏହା ପରେ ଏହି ବୟାନର ରେକର୍ଡକୁ ପାକିସ୍ତାନ ସୋସିଆଲ ମିଡିଆରେ ବହୁତ ଶେୟାର କରାଯାଉଛି । କିଛି ଲୋକମାନେ ଏହାର ମିମ୍ସ କରୁଛନ୍ତି ତ କିଛି ଲୋକମାନେ ତାଙ୍କୁ ଏହି ପ୍ରକାରର ବାକି ମନ୍ତ୍ରୀମାନଙ୍କ ସହ ସାକ୍ଷାତ କରିବା ପାଇଁ ଉପଦେଶ ଦେଉଛନ୍ତି ।

https://twitter.com/i/status/1251545344049102849

 

ଜଣେ ୟୁଜର ଫିରଦୌସକୁ କହିଲେ କି ତାଙ୍କୁ ଫୱାଦ ଚୌଧରୀଙ୍କ ସହ ସାକ୍ଷାତ କରିବା ଉଚିତ, ତାଙ୍କର ଜ୍ଞାନ ବି ବହୁତ ଭଲ ଅଟେ । ପାକିସ୍ତାନ ଜର୍ନଲିସ୍ଟ ନାୟଲା ଇନାୟତ ଫିରଦୌସ ଆଶିକ ଅୱାନର ଏହି ଭିଡିଓକୁ ଟ୍ୱୀଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି କି ଫିରଦୌସର କହିବା ଅଟେ କି ଭାଇରସ ତଳ ଆଡୁ ବି ପଶିପାରେ ।

ଟ୍ୱୀଟରରେ ଜାରି ଭିଡିଓରେ ଫିରଦୌସ କହୁଛନ୍ତି କି ତୁମର ଶରୀର, ଗୋଡ, ହାତ ପୁରା ଶରୀର ବନ୍ଦ ଥିବା ଦରକାର, ଏମିତି ନୁହେଁ କି କେବଳ ମୁହଁକୁ ବନ୍ଦ କରିବେ ଓ ବାକି ଜିନିଷକୁ ଖୋଲା ଛାଡି ଦେବେ । ଏମିତିରେ ଭାଇରସ ତଳ ଆଡୁ ବି ଆସିପାରେ । ଆପଣଙ୍କୁ ଏହି ସମସ୍ତ ଜିନିଷ ଘୋଡାଇ ରଖିବାକୁ ହେବ । ଏମିତି ଦେଶ ବିଦେଶର ସମସ୍ତ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *