କାହିଁକି ବ୍ୟାନ ହେଲା Yamaha RX100 ? 90 ଦଶକରେ ଥିଲା ସଡକର ରାଜା ହଠାତ ଏମିତି କଣ ହେଲା କି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୯୦ ଦଶକର ସଡକର ରାଜା ଥିଲା YAMAHA RX 100 ! ଯୁବକଙ୍କର ପକେଟ ରକେଟ ଭଳି କମ କରୁଥିଲା ୟାମାହା ! ତେବେ ବାଇକ ଚଳାଇବାକୁ କିଏ ଅବା ପସନ୍ଦ କରିନଥାଏ । ଖାସ୍ କରି ଯୁବପିଢୀଙ୍କ କଥାକୁ ଯଦି ଆଲୋଚନା କରିବା । ତେବେ ପ୍ରତ୍ଯେକଟି ଯୁବପିଢୀଙ୍କର ଗାର୍ଲଫ୍ରେଣ୍ଡ ବା ପ୍ରଥମ ପସନ୍ଦ ବାଇକ କହିଲେ ଅତ୍ଯୁକ୍ତି ହେବ ନାହିଁ ।

ତେବେ ଆଜିର ବର୍ତ୍ତମାନ ସମୟରେ ମାର୍କେଟରେ ୨ ଚକିଆ ବାଇକ ଅନେକ କମ୍ପାନୀର ଭିନ୍ନ ଭିନ୍ନ ଡିଜାଇନର ଦେଖିବାକୁ ମିଳୁଛି । ହେଲେ ୯୦ ଦଶକ ସମୟରେ ୟାମାହା ବାଇକ ରାଜୁତି କରୁଥିଲା । ସେତେବେଳର ଅନେକ ଯୁବପିଢୀ ଏହି ବାଇକକୁ ବହୁ ମାତ୍ରାରେ ପସନ୍ଦ କରିବା ସହ ଏହାକୁ ରେସିଙ୍ଗ ବାଇକ ଭଳି ବ୍ୟବହାର କରୁଥିଲେ ।

ହେଲେ ଏହି ଗାଡିର ସ୍ପିଡ ହିଁ ଏହାର ପତନର କାରଣ ପାଲଟିଗଲା । ଜାପାନୀ କମ୍ପାନୀର ୟାମାହା ବାଇକର କ୍ରେଜ ସାରା ଭାରତ ବର୍ଷରେ ସେହି ସମୟରେ ଦେଖିବାକୁ ମିଳୁଥିଲା । ତେବେ ବର୍ତ୍ତମାନ ସମୟରେ ବି ଏହି ଯାମାହା କମ୍ପାନୀ ଗାଡିର  ଚାହିଦା ବଜାରରେ ଦେଖିବାକୁ ମିଳୁଛି । ତେବେ ୟାମାହା କମ୍ପାନୀର ପ୍ରଥମ ମଡେଲ ବାଇକ ଲୋକଙ୍କୁ ଏତେ ମାତ୍ରାରେ ପସନ୍ଦ ଆସୁନଥିଲା ।

ଯେଉଁ କାରଣରୁ ଭାରତରେ ଏହି ବାଇକର ଚାହିଦା ଏତେ ଦେଖିବାକୁ ପ୍ରଥମେ ପ୍ରଥମେ ମିଳିନଥିଲା । ତେବେ ତାପରେ ନିଜର ବୁଦ୍ଧି ଓ କୌଶଳ ଖଟାଇ ଯୁବପିଢୀଙ୍କ ପସନ୍ଦ ଅନୁଯାଇ ୟାମାହା ନିଜର ବାଇକର ମଡେଲରେ କିଛି ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିଲା । ଯାହା ଫଳରେ ବାଇକକୁ ଆହୁରି ହାଲୁକା କରିବା ବାଇକ ଆହୁରି ଆକର୍ଷଣୀୟ ଦେଖା ଯିବା ପାଇଁ କମ୍ପାନୀ ତା’ ର ଚେଷ୍ଟା ଜାରୀ ରଖିଥିଲା ।

ତେବେ ଯେତେବେଳେ ୟମାହା RX 100 ମାର୍କେଟରେ ଲଞ୍ଚ ହେଲା । ସେତେବେଳେ ଏହି ବାଇକ ଯୁବପିଢୀଙ୍କୁ ଏତେ ପସନ୍ଦ ଆସିଯାଇଥିଲା । ଯେ ବହୁ ଫିଲ୍ମରେ ଏହାକୁ ଷ୍ଟଣ୍ଟ ସମୟରେ ବ୍ୟବହାର କରନ୍ତି । ଏହା ସହ ରେସିଙ୍ଗ ବାଇକ ଚାଳକ ମଧ୍ୟ ଏହାକୁ ଚଳେଇବାକୁ ଭଲ ପାଇଥାନ୍ତି । ତେବେ ଏତେ ମାତ୍ରାରେ ଗାଡିର ଇଞ୍ଜିନ ପ୍ରଭାବସାଳୀ ରହିବା ସହ ଗାଡି ଦ୍ରୁତ ସ୍ପିଡରେ ଚଳାଇବା ପାଇଁ ହିଁ ଏହି ଗାଡି ଚଲାଉଥିବା ଲୋକ ଏହାର ଭାରସାମ୍ୟ ହରାଇବାକୁ ବସିଲେ ।

ଏହା ସହ ଚୋରୀ କରୁଥିବା ଲୋକ ମଧ୍ୟ ଚୋରୀ କରି ଦ୍ରୁତ ଗତିରେ ରକେଟ ଭଳି ଏହି ଗାଡିରେ ଛୁ ମନ୍ତର ହୋଇଯାଉଥିଲେ । ତେଣୁ ବାଧ୍ୟ ହୋଇ ଏହି ସବୁ କାରଣ ଯୋଗୁ ସରକାର ୧୯୯୬ ମସିହାରେ ଏହି କମ୍ପାନୀର ପ୍ରଡ଼କସନ ଉପରେ ରୋକ ଲଗାଇଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *