ଆଣିଥିଲେ କୁକୁର କିନ୍ତୁ ବଡ ହେଲା ପରେ ହେଇଗଲା ଭାଲୁ ! 2 ବର୍ଷ ଧରି କୁକୁର ଭାବି ଘରେ ପାଳିଲେ ଭାଲୁ, ହେଲେ ହଠାତ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପାଳିଥିଲେ କୁକୁର ହେଲେ ପଛରେ ଜାଣିଲେ ଭାଲୁ ! ତେବେ ଏପରି ଏକ ଆଶ୍ଚର୍ଯ୍ୟଚକିତ କରୁଥିବା ଭଳି ଘଟଣା ଚାଇନାର ଏକ ପରିବାରରେ ଘଟିବାର ଦେଖିବାକୁ ମିଳିଛି । ତେବେ ଗତ ୨ ବର୍ଷ ଧରି କୁକୁର ଭାବି ଘରକୁ ଆଣି ଲାଳନ ପାଳନ କରିଥିଲେ । ହେଲେ ଧୀରେ ଧୀରେ ତାହାର ଚଲିଚଳନ ଓ ରୂପଗଠନର ଜଣା ପଡିଗଲା ଏ କୁକୁର ନୁହେଁ ଏ ଜଣେ ଭାଲୁ ।

ତେବେ ଚାଇନାର ୟୂନାନ ପ୍ରଦେଶର ରହୁଥିବା ସୁୟୂନ ୨୦୧୬ ମସିହାରେ ଛୁଟିରେ ଏକ କୁକୁରଟିକୁ ଆଣି ତାହାକୁ ନିଜର ପୋଶ କୁକୁର ଭଳି ପାଳି ପୋଷୀ ରଖିଥିଲେ । ତାପରେ ଯେତେବେଳେ କୁକୁରଟି ବଡ ହୋଇଲା । ସେ ପ୍ରାୟ ୨୫୦ ପାଉଣ୍ଡର ଅର୍ଥାତ ୧୧୪ କିଲୋଗ୍ରାମ ଓଜନ ହୋଇଗଲା । ତାପରେ କୁକୁରର ବ୍ୟବହାର ଓ ହର୍କତ ଦେଖିବା ସହ କୁକୁରଟି ୨ ଗୋଡରେ ଚଳିବାକୁ ମଧ୍ୟ ଲାଗିଲା । ତେବେ ଏହା ଦେଖି ଘର ଲୋକେ ସନ୍ଦେହ କରିବାକୁ ଲାଗିଲେ ।

ତାପରେ ସେ ପାଳିଥିବା କୁକୁର ମଧ୍ୟ ଜଣେ ସାଧାରଣ କୁକୁର ଠାରୁ ଢେର ଅଧିକ ଖାଦ୍ୟ ଖାଉଥିଲା । ତାପରେ କୁକୁରଟି ଯେତେ ଯେତେ ବଡ ହେବାକୁ ଲାଗିଲା । ସେ ଏକ କଳା ଭାଲୁ ଆକୃତିର ଦେଖାଯିବାକୁ ଲାଗିଲା । ତାପରେ ସୁୟୂନ ହୃଦୟଙ୍ଗମ କରିଥିଲେ । କି ସେ ୨ ବର୍ଷ ଧରି କୁକୁର ଭାବି ଯାହାକୁ ପାଳୁଛନ୍ତି । ସେ ପ୍ରକୃତରେ ଜଣେ କୁକୁର ନୁହେଁ ବଂର ସେ ଜଣେ ଏସୀୟ କଳା ଭାଲୁ ଅଟେ । ତାପରେ ଏହି ସମ୍ପର୍କରେ ସେ ବନ ବିଭାଗ ଅଫିସରେ ସୂଚନା ଦେଇଥିଲେ ।

ତାପରେ ଜଙ୍ଗଲ ବିଭାଗ ଲୋକେ ଆସି ଏହା ଗୋଟିଏ କୁକୁର ନୁହେବ ଏକ ଏସୀୟ କଳା ରଙ୍ଗ ପ୍ରଜାତିର ଭାଲୁ ହିଁ ଅଟେ ବୋଲି ଚିହ୍ନଟ କରିଥିଲେ । ତାପରେ ଏହି ଭାଲୁର ଘରୋଇ ମାଲିକ ତାଙ୍କୁ ୱାଇଲ୍ଡ ଲାଇନ କେନ୍ଦ୍ରକୁ ନେଇ ଛାଡି ଦେଇ ଆସିଥିଲେ । ତେବେ ୨ ବର୍ଷ ଧରି କୁକୁର ଭାବି ଭାଲୁ ପାଳିବାର ଦ୍ରୁଶ୍ଯ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗି ପଡିଛି ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *