ସବ୍ୟସାଚୀ ଙ୍କୁ ନେଇ ଆସିଲା ବଡ ଖବର, କିଛି ଏମିତି କହିଲେ ଅଭିନେତା ସବ୍ୟସାଚୀ…ଦେଖନ୍ତୁ ଭିଡିଓ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ ବିଗତ ୨୦୨୦ ମସିହାରେ ଦେଶରେ ବ୍ୟାପି ଥିବା କୋରୋନା ମହାମାରୀ ରେ ଅନେକ ଲୋକ ସଂକ୍ରମିତ ହୋଇଥିଲେ ଏବଂ ଅନେକ ଲୋକ ନିଜର ପ୍ରାଣ ମଧ୍ୟ ଏହି ମହାମାରୀ ରେ ହରାଇଥିଲେ । ଏହି କୋରୋନା ମହାମାରୀ ଯୋଗୁଁ ଦେଶ ର ସମସ୍ତ ଲୋକ ଅନେକ ସମସ୍ୟା ର ସମ୍ମୁଖୀନ ମଧ୍ୟ ହୋଇଥିଲେ । ଏହି ମହାମାରୀ ଏତେ ମାତ୍ରା ରେ ଦେଶରେ ବ୍ୟାପିଥିଲା ଯାହା ଫଳରେ ଲକ୍ ଡାଉନ ହେବାର ସ୍ଥିତି ଦେଶରେ ଦେଖା ଦେଇଥିଲା ।

ଏହା ଦ୍ବାରା ଅନେକ କର୍ମଚାରୀ ଙ୍କୁ ନିଜର ଚାକିରୀ ମଧ୍ୟ ହରାଇବାକୁ ପଡ଼ିଥିଲା ଓ ଭୋକ ଉପାସ ରେ ମଧ୍ୟ ଦିନ କଟାଇବାକୁ ପଡ଼ିଥିଲା । ଦେଶର ଲୋକ ମାନେ ଏହି ମହାମାରୀ କୁ ଖୁବ ଗମ୍ଭୀରତା ର ସହିତ ନେଇଥିଲେ ଏବଂ ଏଥିରେ ଥିବା ସମସ୍ତ ଗାଇଡ଼ ଲାଇନ କୁ ପାଳନ କରିଥିଲେ ।

ଏହି ବର୍ଷ କୋରୋନା ମହାମାରୀ ର ପ୍ରଭାବ ଦେଶରେ ଧୀରେ ଧୀରେ କମିବାକୁ ଲାଗିଥିଲା । ଲକ୍ ଡାଉନ ଉଠି ଯାଇଥିଲା । କିନ୍ତୁ ପୁଣି ଥରେ ଲୋକ ମାନଙ୍କ ଅଵମାନନା କାରଣରୁ ଏହି ମହାମାରୀ ଦେଶରେ ବ୍ୟାପିଛି ଏବଂ ପୁଣି ଥରେ ଅନେକ ଲୋକ ଏହି ମହାମାରୀ ରେ ପ୍ରାଣ ହରାଉଛନ୍ତି । ଏହି କୋରୋନା ମହାମାରୀ ର ଭୟଙ୍କର ଦୁର୍ଦ୍ଦଶା କୁ ଦେଖି ଅଭିନେତା ସବ୍ୟସାଚୀ ଏକ ବଡ଼ ଘୋଷଣା କରିଛନ୍ତି । ତେବେ ତାହା କଣ ଆସନ୍ତୁ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଅଭିନେତା ସବ୍ୟସାଚୀ କହିଛନ୍ତି, ଯେଉଁ ଭୟଙ୍କର ପରିସ୍ଥିତି କେବେବି ନ ହେଉ ବୋଲି ଆମେ ସମସ୍ତେ ଚାହିଁଥାଉ ସେହି ପରିସ୍ଥିତି ପୁଣିଥରେ ଆମ ସାମ୍ନା କୁ ଆସିଛି । ସେହି ବିକଟ ପରିସ୍ଥିତି କୁ ଆମକୁ ଦୃଢ଼ତା ର ସହିତ ସାମ୍ନା କରିବାକୁ ପଡ଼ିବ ।

ଓଡିଶା ଓ ଓଡ଼ିଶା ବାହାରୁ ଅନେକ ଲୋକଙ୍କ ଅନୁରୋଧ ଆସିଛି ହସ୍ପିଟାଲ, ଆଇ ସି ୟୁ, ଅକ୍ସିଜେନ ଓ ମେଡିସିନ ପାଇଁ । ଯେଉଁ ମାନେ ବି ମେସେଜ ମାଧ୍ୟମରେ ଅନୁରୋଧ କରିଛନ୍ତି ସେମାନେ ବହୁତ ଖରାପ ଅବସ୍ଥାରେ ଅଛନ୍ତି । ତେବେ ଏହି ସମସ୍ୟା ର ନିବାରଣ ନିମନ୍ତେ ଅଭିନେତା ସବ୍ୟସାଚୀ ଏକ ଅନଲାଇନ ଫର୍ମ ତିଆରି କରିଛନ୍ତି । ସେହି ଫର୍ମ ମାଧ୍ୟମରେ ଯେଉଁ ବ୍ୟକ୍ତି ଅସୁବିଧା ରେ ଅଛନ୍ତି ସେମାନେ ନିଜର ସମ୍ପୂର୍ଣ୍ଣ ତଥ୍ୟ ସେହି ଫର୍ମ ରେ ଫିଲଅପ୍ କରିବେ ଏବଂ ସେହି ତଥ୍ୟ ସବ୍ୟସାଚୀ ଙ୍କ ପାଖରେ ପହଂଚିବ । ଏହା ଦ୍ବାରା ସେ ଆଵଶ୍ୟକୀୟ ଥିବା ବ୍ୟକ୍ତି ଙ୍କ ସହାୟତା କରି ପାରିବେ ।

ଅଭିନେତା ସବ୍ୟସାଚୀ ଏହା ମଧ୍ୟ କହିଛନ୍ତି ଯେ, ଏହି ପରିସ୍ଥିତି ର ସାମ୍ନା ପ୍ରଥମେ ଆମେ ଏକୁଟିଆ କରିଛୁ ବର୍ତ୍ତମାନ ମିଶିକରି ଏହି ବିକଟ ପରିସ୍ଥିତି ର ସାମ୍ନା କରିବୁ । ସ୍ର ଏହା ମଧ୍ୟ କହିଛନ୍ତି ଯେ ଯେଉଁ ମାନେ ଏହି କୋଭିଡ ର ବିକଟ ପରିସ୍ଥିତି ରେ ନାହାନ୍ତି ସେମାନେ ଦୟା କରି ଏହି ଫର୍ମ କୁ ଫିଲ୍ଅପ୍ କରିବେ ନାହିଁ ।
ଏହି ଅନଲାଇନ ଫର୍ମ ର ଲିଙ୍କ ନିମ୍ନ ରେ ଦିଆ ଯାଇଛି ।

Link:https://bit.ly/patient_ details_ urgent

ବନ୍ଧୁଗଣ ଆପଣ ମାନେ ବିନା କୋଭିଡ ଟେଷ୍ଟ ରେ ଅଥବା ବିନା ଡାକ୍ତରୀ ପରାମର୍ଶ ରେ କୌଣସି ମେଡିସିନ ଖାଆନ୍ତୁ ନାହଁ ଏବଂ କୌଣସି ଗୁଜବ କଥା ରେ ବିଶ୍ୱାସ କରନ୍ତୁ ନାହିଁ । ଆପଣ ମାନେ ସୁସ୍ଥ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ।

Leave a Reply

Your email address will not be published. Required fields are marked *