IPL ର 5 ଜଣ ସବୁଠୁ ଅଧିକ ଦାମୀ ଖେଳାଳୀ, ଦେଖନ୍ତୁ ନମ୍ବର 1 ଙ୍କ ନାଁ ଜାଣିଲେ ଚମକି ପଡିବେ

ନମସ୍କାର ବନ୍ଧୁଗଣ ଆଇ ପି ଏଲ କୁ ଯଦି ବ୍ୟବସାୟ ଦୃଷ୍ଟି ରୁ ଦେଖା ଯାଏ ତେବେ ଏହା ପ୍ରତି ବର୍ଷ ୩୫ ଶହ କୋଟି ଟଙ୍କାର ରେଭେନିୟୁ ସୃଷ୍ଟି କରେ । ଆଇ ପି ଏଲ ଏତେ ଟଙ୍କା ରୋଜଗାର କରେ ଯେ ବିଶ୍ଵ ର ସର୍ବୋତ୍ତମ ଖେଳାଳି ମାନେ ପ୍ରତି ବର୍ଷ ଅପେକ୍ଷା କରି ରହିଥାନ୍ତି । ଯାହା ଦ୍ୱାରା ସେମାନେ କମ ସମୟରେ କ୍ରିକେଟ ଖେଳି ବହୁତ ଅଧିକ ଟଙ୍କା ରୋଜଗାର କରି ପାରିବେ । ଆଇ ପି ଏଲ ରେ ଖେଳାଳୀ ମାନଂକ ଠାରୁ ଆରମ୍ଭ କରି ଦଳ ମାନଙ୍କ ପର୍ଯ୍ୟନ୍ତ ସବୁ କିଛି ର ମୁଲ୍ୟ ବହୁତ ଅଧିକ ଥାଏ ।

ଏଥିରେ ଖେଳାଳି ମାନେ ନିଲାମ ମଧ୍ୟ ହୁଅନ୍ତି ଯିଏ ଯେତେ ଅଧିକ ଭଲ ଖେଳାଳି ତାକୁ ସେତେ ଅଧିକ ଟଙ୍କା ମିଳିଥାଏ । ଏହି କାରଣ ଯୋଗୁଁ ଖେଳାଳି ମାନେ ଆର୍ଥିକ ସହାୟତା ମଧ୍ୟ ପାଇଥାନ୍ତି । ଯାହା ଦ୍ୱାରା ସେମାନେ ନିଜର କ୍ୟାରିୟର କୁ ଆଗକୁ ବଢ଼ାଇବା ରେ ସହାୟତା ହୋଇଥାଏ ।

ଯଦି ଓ ଆଇ ପି ଏଲ ରେ ଅନେକ ବହୁତ ମହଙ୍ଗା ଖେଳାଳି ଅଛନ୍ତି ଆଜି ଆମେ ଆଇ ପି ଏଲ ୨୦୨୧ ର ସବୁଠାରୁ ମହଙ୍ଗା ଖେଳାଳି ମାନଙ୍କ ବିଷୟରେ ଆଲୋଚନା କରିବୁ । ତେବେ ଆସନ୍ତୁ ଜାଣିନେବା ସେମାନଙ୍କ ବିଷୟରେ ।

୧- ପ୍ରଥମ ଖେଳାଳି ହେଉଛନ୍ତି ରୋହିତ ଶର୍ମା । ସେ ମୁମ୍ବାଇ ଇଣ୍ଡିୟନ୍ସ ର ଅଧିନାୟକ ଏବଂ ସେ ପାଞ୍ଚ ଥର ବିଜେତା ମଧ୍ୟ ହୋଇଥିଲେ ଏବଂ ସେ ଏକ ସଫଳ ଖେଳାଳି ଭାବେ ମଧ୍ୟ ପରିଚିତ । ତାଙ୍କୁ ହିଟ ମ୍ୟାନ ମଧ୍ୟ କୁହାଯାଏ । ତାଙ୍କର ଅନେକ ପ୍ରଶଂସକ ମଧ୍ୟ ଅଛନ୍ତି ଏବଂ ସେ ପଞ୍ଚମ ସବୁଠାରୁ ମହଙ୍ଗା ଖେଳାଳୀ ମଧ୍ୟ । ସେ ପ୍ରତ୍ୟେକ ସିଜନ ପାଇଁ ପନ୍ଦର କୋଟି ଟଙ୍କା ନେଇଥାନ୍ତି ।

୨- ଦ୍ଵିତୀୟ ଖେଳାଳୀ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନି । ଧୋନି କୁ କିଏ ନ ଜାଣେ । ସେ ସବୁଠାରୁ ସଫଳ ଅଧିନାୟକ ରୂପେ ପ୍ରତିଷ୍ଠିତ । ତାଙ୍କର ବହୁତ ଅଧିକ ପ୍ରଶଂସକ ମଧ୍ୟ ଅଛନ୍ତି । ସେ ଚେନ୍ନାଇ ସୁପର୍କିଙ୍ଗସ ଦଳର ଅଧିନାୟକ ଭାବେ ପରିଚାଳନା କରୁଛନ୍ତି । ତାଙ୍କୁ କୂଲ କ୍ୟାପ୍ଟନ ମଧ୍ୟ କୁହାଯାଏ ତାଙ୍କର ଦରମା ମଧ୍ୟ ପନ୍ଦର କୋଟି ଟଙ୍କା

୩- ତୃତୀୟ ରେ ହେଉଛି ପ୍ୟାଟ କମିନ୍ସ । ତାଙ୍କୁ ଦୁନିଆ ର ସବୁଠାରୁ ଦ୍ରୁତ ତମ ବୋଲର ମାନଙ୍କ ମଧ୍ୟ ରୁ ଜଣେ । ପ୍ୟାଟ କୋଲକତା ନାଇଟ ରାଇଦର୍ସ ଦଳ ରେ ସେ ଅଛନ୍ତି । ତାଙ୍କ ଦରମା ମଧ୍ୟ ପନ୍ଦର କୋଟି ଟଙ୍କା ଏବଂ ସେ ତୃତୀୟ ମହଙ୍ଗା ଖେଳାଳି ଭାବେ ପରିଚିତ ।

୪- ଚତୁର୍ଥ ଖେଳାଳି ହେଉଛନ୍ତି କ୍ରିଷ ମୋରୀଶ । ସେ ରାଜସ୍ଥାନ ରୟଲର୍ସ ଦଳରେ ଖେଳୁଛନ୍ତି । ଏ ହେଉଛନ୍ତି ଅଲରାଉଣ୍ଡର । ସେ ନିଜର ପ୍ରତିଭା ରେ ସମସ୍ତ ଙ୍କ ହୃଦୟ କୁ ଜିଣି ବାରେ ସଫଳ ହୋଇ ଛନ୍ତି । ତାଙ୍କ ଦରମା ହେଉଛି ଷୋହଳ କୋଟି ଟଙ୍କା । ଏବଂ ସେ ଦ୍ୱିତୀୟ ମହଙ୍ଗା ଖେଳାଳୀ ଭାବେ ପରିଚିତ ।

୫- ପଞ୍ଚମ ଖେଳାଳୀ ହେଉଛନ୍ତି ବିରାଟ କୋହଲି । କୋହଲି ଆମ ଭାରତ ଦଳର ଅଧି ନାୟକ ଏବଂ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳ ର ମଧ୍ୟ ଅଧି ନାୟକ । ସେ ବହୁତ ଉନ୍ନତ ମାନ ର ଖେଳାଳି ଏବଂ ସେ ନିଜ ପ୍ରତିଭା ରେ ସମସ୍ତ ଙ୍କ ହୃଦୟ ରେ ଘର କରି ପାରିଛନ୍ତି । ତାଙ୍କ ର ଦରମା ହେଉଛି ସତର କୋଟି ଟଙ୍କା ଏବଂ ଏହା ସହିତ ସେ ସବୁଠାରୁ ମହଙ୍ଗା ଖେଳାଳୀ ମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *