ସରକାରଙ୍କ ବଡ ଘୋଷଣା, ଗରିବ କଲ୍ୟାଣ ଅନ୍ନ ଯୋଜନାରେ କେନ୍ଦ୍ର ଦେବ ମାଗଣା ରାସନ, ପଢନ୍ତୁ ପୁରା ଖବର

ବନ୍ଧୁଗଣ କରୋନା ମହାମାରୀର କୋପରେ ହଜାର ହଜାର ଲୋକ ନିଜର ପ୍ରାଣ ହରାଇ ସାରିଛନ୍ତି । ଦିନକୁ ଦିନ ସଂକ୍ରମଣ ବଢିବାରେ ଲାଗିଛି । ଭାରତରେ ପୁଣି ଏହି ଭାଇରସ ନିଜର ରୂପ ଦେଖାଇଛି । ଗତ କିଛି ମାସ ହେବ କିଛି ରାଜ୍ୟରେ କରୋନା ସଂକ୍ରମଣ ବଢି ବାରେ ଲାଗିଛି ଓ ହଜାର ହଜାର ଲୋକ ନିଜର ପ୍ରାଣ ହରାଉଛନ୍ତି । ସରକାର ଏହି ସଂକ୍ରମଣକୁ ରୋକିବା ପାଇଁ ଅନେକ ଗାଇଡଲାଇନ ଜାରି କରୁଛନ୍ତି । ବର୍ତ୍ତମାନ ଓଡିଶାରେ ସାପ୍ତାହିକ ସଟଡାଉନ ବ୍ୟବସ୍ତା ଜାରି ହୋଇଛି ଅର୍ଥାତ ପ୍ରତି ସପ୍ତାହର ଦୁଇ ଦିନ ଶନିବାର ଓ ମଙ୍ଗଳବାର ସଟ ଡାଉନ ରହିବ ।

ବଡ ବଡ ବିଶେଷଜ୍ଞ ମାନଙ୍କ ମତରେ ଏହି ଭାଇରସର ବର୍ତ୍ତମାନର ଲକ୍ଷଣ କିଛି ମାତ୍ରାରେ ଅଲଗା ରହିଛି ଓ ଏହି ଭାଇରସଟି ବର୍ତ୍ତମାନ ବାୟୁ ଦ୍ଵାରା ବ୍ୟାପୁଛି । ବନ୍ଧୁଗଣ ପୂର୍ବ ବର୍ଷ ମଧ୍ୟ ଏହି ସମୟରେ ସାରା ଦେଶରେ ଭରତ ସରକାରଙ୍କ ଦ୍ଵାରା ଲକଡାଉନ କରଯାଇଥିଲା ।

ପୂର୍ବ ବର୍ଷ ଦୀର୍ଘ ୬ ମାସ କାଳ ଦେଶରେ ଲକଡାଉନ କରଯାଇଥିଲା ଯାହାଦ୍ୱାରା ଦେଶର ଆର୍ଥିକ ସ୍ଥିତି ସଂପୂର୍ଣ୍ଣ ଦୁର୍ବଳ ହୋଇଗଲା । ବର୍ତ୍ତମାନର ସମୟ ମଧ୍ୟ ସାଧାରଣ ଜନତା ମାନଙ୍କ ପାଇଁ ବହୁତ କଷ୍ଟକର ହୋଇଛି । ଲୋକମାନେ ନିଜର କାମ ଧନ୍ଦା ଛାଡି ଘରେ ରହୁଛନ୍ତି । ରାଜ୍ୟ ସରକାର ଏହି ଭାଇରସର ସଂକ୍ରମଣକୁ କମ କରିବା ପାଇଁ ଜନସାଧାରଣ ମାନଙ୍କୁ ନିର୍ଦେଶ ଦେଇଛନ୍ତି ।

ହେଲେ ବନ୍ଧୁଗଣ ଗରିବ ଲୋକଙ୍କ ପାଇଁ କେନ୍ଦ୍ର ସରକାର ଏକ ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନାର ନାମ ହେଉଛି ଗରିବ କଲ୍ୟାଣ ଅର୍ଣ୍ଣ ଯୋଜନା । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଯୋଜନା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ ।

କେନ୍ଦ୍ର ମନ୍ତ୍ରୀଙ୍କ ଦ୍ଵାରା ଘୋଷଣା ହୋଇଥିବା ଏହି ଯୋଜନାରେ ଆସନ୍ତା ମେ ଓ ଜୁନ ମାସରେ ଜଣକା ଲୋକ ପିଛା ୫ କିଲୋ ଖାଦ୍ୟ ଶସ୍ୟ ମିଳିବ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ପ୍ରତ୍ୟକ ହିତାଧିକାରୀ ପାଞ୍ଚ କିଲୋ ଚାଉଳ କିମ୍ବା ଗହମ ପାଇପାରିବେ । ଏହି ଯୋଜନାରେ ପ୍ରାୟ ୮୦ କୋଟି ଲୋକ ଲାଭ ପାଇବେ । ଏହି ଯୋଜନା ପାଇଁ ୨୬ ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ କରାଯିବ । କରୋନା ସଂକ୍ରମଣ ସମୟରେ ଖାଦ୍ୟ ଅଭାବ ସମସ୍ୟାକୁ ଦୂର କରିବା ପାଇଁ ମୋଦୀ ସରକାର ଏହି ପଦକ୍ଷପ ନେଇଛନ୍ତି ।

କରୋନା କାଳ ସମୟରେ ଗରିବ ଲୋକଙ୍କର ଖାଦ୍ୟ ଅଭାବ ସମସ୍ୟାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଗରିବ କଲ୍ୟାଣ ଅର୍ଣ୍ଣ ଯୋଜନା । ତେଣୁ ବନ୍ଧୁଗଣ ଏହି କଷ୍ଟଦାୟକ ପରିସ୍ଥିତିରେ ଗରିବ ମାନେ ଏହି ଯୋଜନାରେ ସଂପୂର୍ଣ୍ଣ ଲାଭ ଉଠାଇ ପାରିବେ । କରୋନାର ଏହି ଦୁତୀୟ ହଲରିର କୋପରୁ ବଞ୍ଚିବା ପାଇଁ ଆପଣ ମାନେ ସାବଧାନ ରୁହନ୍ତୁ ଓ ନିଜ ପରିବାରର ଧ୍ୟାନ ରଖନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *