ସବୁଠୁ ସୁନ୍ଦରୀ କିନ୍ତୁ ସବୁଠୁ ଖତରନାକ ଥିଲେ ଏହି ମହିଳା, ହାତ ନ ଲଗେଇ ମାରି ଦେଇଥିଲେ 50 ହଜାର ସୈନିକ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଗୁପ୍ତଚର ନାମକ ଏକ ପଦବୀ ବିଷୟରେ ନିଶ୍ଚୟ ଜାଣିଥିବେ । ବର୍ତ୍ତମାନର ଆଧୁନିକ ଦୁନିଆରେ ପ୍ରାୟତଃ ସମସ୍ତ ଦେଶ ନିଜର କିଛି ଗୁପ୍ତଚର ରଖିଛନ୍ତି ଓ ସେମାନଙ୍କୁ କିଛି ବିଶେଷ ନାମ ମଧ୍ୟ ଦିଆଯାଇଛି । ବନ୍ଧୁଗଣ ଏହି ଗୁପ୍ତଚର ମାନେ ବହୁତ ବିପଦକୁ ଆପଣାଇ ନିଜ କାମ କରିଥାନ୍ତି । ଏମାନଙ୍କ କାମରେ ବହୁତ ବାଧା ବିଗ୍ନ ଆସିଥାଏ ହେଲେ ଏମାନେ କେବେବି ହାର ମାନି ନଥାନ୍ତି । ଏହି ଗୁପ୍ତଚର ମାନଙ୍କର ଶତ୍ରୁ ସଂଖ୍ୟା ମଧ୍ୟ ବହୁତ ଅଧିକ ରହିଥାଏ ।

ଗୁପ୍ତଚର କହିଲେ ସାଧାରଣତଃ ଅଧିକାଂଶ ଲୋକଲ ପୁରୁଷ ମାନଙ୍କୁ କହିଥାନ୍ତି ହେଲେ ବନ୍ଧୁଗଣ ମହିଳା ମାନେ ମଧ୍ୟ ଗୁପ୍ତଚର ରୂପେ କାମ କରନ୍ତି । ମହିଳା ମାନଙ୍କ ପାଇଁ ଏହି କାମ ଅତି ସହଜ ହୋଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଗୁପ୍ତଚର ମହିଳାଙ୍କ ବିଷୟରେ କହିବୁ ଯିଏ ତାଙ୍କ ସମୟରେ ବହୁତ ବଡ ଗୁପ୍ତଚର ଥିଲେ । ଯେତେବେଳେ ଦୁନିଆର ପ୍ରସିଦ୍ଧ ଗୁପ୍ତଚର ମହିଳାଙ୍କ ଚର୍ଚା ହୁଏ ସେତେବେଳେ ଏହି ମହିଳାଙ୍କ ନାମ ସାମ୍ନାକୁ ଆସିଥାଏ ।

ଏହି ମହିଳା ଜଣକ ଗୁପ୍ତଚର ମାମଲାରେ ଅନେକ ପୁରୁଷ ମାନଙ୍କୁ ପଛରେ ପକାଇ ଦେଇଥିଲେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମହିଳା ଗୁପ୍ତଚର ଜଣକଙ୍କ ବିଷୟରେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ମହିଳା ଗୁପ୍ତଚରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ମାତା ହାରି । ବନ୍ଧୁଗଣ ମାତା ହାରି ବହୁତ ସୁନ୍ଦର ହେବା ସହ ବହୁତ ବୁଦ୍ଧିମାନ ମଧ୍ୟ ଥିଲେ । 

ମାତା ହାରିଙ୍କର ଜନ୍ମ ୧୮୭୬ ମସିହାରେ ନିଦରଲ୍ୟାଣ୍ଡରେ ହୋଇଥିଲା । ହେଲେ ତାଙ୍କର ପାଳନପୋଷଣ ପାରିସରେ ହୋଇଥିଲା । ମାତା ହାରି ପ୍ରକୃତ ନାମ ଗେରତୃଡ଼ ମାଗରିଟ ଜେଲେ ଥିଲା । ମାତା ହାରି ଜଣେ ଭଲ ଗୁପ୍ତଚର ହେବା ସହିତ ଭଲ ଡ୍ୟାନ୍ସର ମଧ୍ୟ ଥିଲେ । ତାଙ୍କ ସୁନ୍ଦରତା ମଧ୍ୟ ଅତୁଳନୀୟ ଥିଲା । ଅନେକ ଲୋକ ତାଙ୍କ ସୁନ୍ଦରତା ଜାଲରେ ହିଁ ଫସି ଯାଉଥିଲେ ।

ତାଙ୍କୁ ପ୍ରଥମ ଥର ଦେଖିବା ପରେ କେହି ଜାଣି ପାରୁ ନଥିଲେ କି ସେ ଜଣେ ଗୁପ୍ତଚର ଥିବେ ।ଯେତେବେଳେ ପ୍ରଥମ ବିଶ୍ୱ ଯୁଦ୍ଧ ଚାଲିଥିଲା, ସେତେବେଳେ ଜର୍ମାନୀ ମାତା ହାରିଙ୍କୁ ଟଙ୍କା ବଦଳରେ ସୂଚନା ସେୟାର କରିବାର ଅଫର ଦେଇଥିଲା । ଏପରି ପରିସ୍ଥିତରେ ସେ ଜର୍ମାନୀର ଗୁପ୍ତଚର ହୋଇଯାଇଥିଲେ । କିନ୍ତୁ କିଛି ଲୋକ ତାଙ୍କୁ ଦୁଇପକ୍ଷର ଗୁପ୍ତଚର କହୁଥିଲେ, ଅର୍ଥାତ ସେ ଦୁଇ ପକ୍ଷଙ୍କର ଗୁପ୍ତଚର ଭାବରେ କାମ କରି ନିଜ ହିସାବରେ ସେମାନଙ୍କୁ ସୂଚନା ଦେଉଥିଲେ  ।

ଯେତେବେଳେ ମାତା ହାରି ସ୍ପେନ ଯାଉଥିଲେ, ସେତେବେଳେ ଇଂଲଣ୍ଡର ଫାଲମାଉଥ ବନ୍ଦରଗାହରେ ତାଙ୍କୁ ବୁଦ୍ଧିମାନ ଏଜେନ୍ସି ହେପାଜତରେ ନେଇଥିଲେ ।  ସେମାନଙ୍କୁ ସନ୍ଦେହ ହେଉଥିଲା ଯେ ମାତା ହାରି ଫ୍ରାନ୍ସ ଏବଂ ବ୍ରିଟେନର ଗୁପ୍ତଚର ହୋଇ ଜର୍ମାନୀକୁ ସବୁ ସୂଚନା ଦେଉଛନ୍ତି  । ଏହି କାରଣରୁ ତାଙ୍କୁ ଫ୍ରାନ୍ସ ଏବଂ ବ୍ରିଟେନର ଗୁପ୍ତଚର ଏଜେନ୍ସିମାନେ ଗିରଫ କରି ନେଇଥିଲେ ।

ଯେତେବେଳେ ଏହି କଥାର କୌଣସି ପ୍ରମାଣ ମିଳିଲାନାହିଁ, ସେତେବେଳେ ତାଙ୍କ ଉପରେ ଡବଲ ଏଜେଣ୍ଟ ହେବାର ଦୋଷ ଲଗାଗଲା ଓ ଏହାପରେ ଫ୍ରାନ୍ସରେ ତାଙ୍କୁ ଗୁଳି ମାରି ହତ୍ୟା କରାଗଲା । ତାଙ୍କ ଗୁପ୍ତଚର କାମ କାରଣରୁ ୫୦ ହଜାର ଫ୍ରାନ୍ସିସ ସୈନିକ ମରିଯାଇଥିଲେ । ମାତା ହାରିଙ୍କ ଜୀବନ ଉପରେ ୧୯୩୧ ମସିହାରେ ହଲିଉଡ଼ ଫିଲ୍ମ ମଧ୍ୟ ପ୍ରସ୍ତୁତ ହୋଇଥିଲା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ମାତା ହାରିଙ୍କ ଜୀବନୀ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *