ଇଏ ହେଉଛନ୍ତି ଲୋକପ୍ରିୟ ଟିଭି ସିରିଏଲେ Ramayan ର ଲକ୍ଷ୍ମଣ (Sunil Lahri) ଙ୍କ ରିଅଲ ଲାଇଫ ସ୍ତ୍ରୀ ଆଉ ପୁଅ

ବନ୍ଧୁଗଣ ଆପଣ ମାନେ ସମସ୍ତେ ରାମାନନ୍ଦ ସାଗରଙ୍କ ଦ୍ଵାରା ନିର୍ମିତ ‘ରାମାୟଣ’ ଧାରାବାହିକଟିକୁ ନିଶ୍ଚୟ ଦେଖିଥିବେ । ଏହି ଧାରାବାହିକଟି ଲୋକ ମାନଙ୍କୁ ବହୁତ ଅଧିକ ପସନ୍ଦ ଆସିଥିଲା କାରଣ ଏହି ଧାରାବାହିକରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଭୂମିକା ପଦର୍ଶନ କରିଥିଲେ । ଗତ ବର୍ଷ ଲକଡାଉନରେ ଏହି ଧାରାବାହିକର ପୁନଃ ପ୍ରସାରଣ ଟିଭିରେ ହୋଇଥିଲା ।

ଲୋକମାନେ ପୁଣି ଥରେ ଏହି ଧାରାବାହିକଟିକୁ ଦେଖି ବହୁତ ଆନନ୍ଦ ଉଠାଇ ଥିଲେ । ବନ୍ଧୁଗଣ ଏହି ଧାରାବାହିକଟି ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛି ଓ ଏହି ଧାରାବାହିକରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ସଫଳତା ପାଇବା ସହ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

ସମସ୍ତ ଲୋକ ଏହି ଧାରାବାହିକରେ ଅଭିନୟ କରିଥିବା କଳାକାର ମାନଙ୍କ ଜୀବନୀ ଓ ପରିବାର ବିଷୟରେ ଜାଣିବାକୁ ଚାହୁଁ ଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଧାରାବାହିକରେ ଲକ୍ଷ୍ମଣଙ୍କ ଭୂମିକା କରିଥିବା କଳାକାର ଜଣକଙ୍କ ଜୀବନୀ ଓ ତାଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ଜଣକଙ୍କ ବିଷୟରେ ।

ବନ୍ଧୁଗଣ ‘ରାମାୟଣ’ ଧାରାବାହିକରେ ଲକ୍ଷ୍ମଣର ଭୂମିକା ଅଭିନେତା ସୁନୀଲ ଲେହେରି କରିଥିଲେ । ସୁନୀଲଙ୍କ ଜନ୍ମ ୯ ଜାନୁୟାରୀ ୧୯୬୧ ମସିହାରେ ହୋଇଥିଲା । ସୁନେଲ ଲେହେରି ରାମାୟଣ ଧାରାବାହିକରେ ଲକ୍ଷ୍ମଣର ସୁନ୍ଦର ଭୂମିକା ପଦର୍ଶନ କରିଥିଲେ । ଲୋକମାନେ ତାଙ୍କ ଅଭିନୟକୁ ବହୁତ ଅଧିକ ପସନ୍ଦ ମଧ୍ୟ କରିଥିଲେ । ସୁନୀଲ ରାମାୟଣ ସହିତ ବିକ୍ରମ ବେତାଳ ଆଦି ଧାରାବାହିକରେ ମଧ୍ୟ କାମ କରିଛନ୍ତି ।

ସେ ନିଜ ଅଭିନୟ କାରିୟରର ଆରମ୍ଭ ୧୯୮୦ ମସିହାରୁ ଆରମ୍ଭ କରିଥିଲେ । ହିନ୍ଦୀ ଧାରାବାହିକ ସହ ସେ କେତେକ ବଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ବନ୍ଧୁଗଣ ସୁନୀଲ ଲେହେରି ଦୁଇଟି ବିବାହ କରିଛନ୍ତି । ତାଙ୍କର ପ୍ରଥମ ପତ୍ନୀଙ୍କ ନାମ ହେଉଛି ରାଧା ସେନ ଓ ତାଙ୍କ ଦ୍ଵିତୀୟ ପତ୍ନୀଙ୍କ ନାମ ହେଉଛି ଭାରତୀ ପାଠକ ।

ସୁନୀଲଙ୍କ ବାପାଙ୍କ ନାମ ହେଉଛି ଡାକ୍ତର ଶିଖର ଚନ୍ଦ୍ରା ଓ ତାଙ୍କ ମାଙ୍କ ନାମ ହେଉଛି ତାରା ଲେହେରି । ବନ୍ଧୁଗଣ ସୁନୀଲ ଲେହେରିଙ୍କର ଏକ ପୁଅ ମଧ୍ୟ ଅଛି ଯାହାର ନାମ ହେଉଛି ରାମକୃଶ ପାଠକ । ରାମକୃଶ ମଧ୍ୟ ନିଜ ବାପାଙ୍କ ପରି ଏକ ଅଭିନେତା ଅଟନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ରାମାୟଣ ଧାରାବାହିକରେ ସୁନୀଲଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *