ବିଶ୍ଵ ୫ଟି ଏମିତି ଦେଶ ଯେଉଁଠି ସବୁଠୁ କମ ମାଂସ ସେବନ କରାଯାଏ, ଭାରତର ସ୍ଥାନ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ସଂଯୁକ୍ତ ରାଷ୍ଟ୍ର ସଂଘ ଖାଦ୍ୟ ଓ କୃଷି ସଂଗଠନର ଆକଳନ ଅନୁସାରେ ଆଜି ଆମେ ଆପଣଙ୍କୁ ବିଶ୍ଵର ଏମିତି ୫ଟି ଦେଶ ବିଷୟରେ କହିବାକୁ ଯାଉଛୁ ଯେଉଁଠି ବର୍ଷକୁ ସବୁଠାରୁ କମ ମାଂସ ସେବନ କରା ଯାଏ । ଏଠାରେ କେବଳ ଚିକେନ ଓ ରେଡ ମିଟ ଖବର ଆମେ ଆପଣଙ୍କୁ ଦେବାକୁ ଯାଉଛୁ, ତେବେ ଦୁନିଆରେ ବହୁତ ଏମିତି ଦେଶ ଅଛି ଯେଉଁମାନେ ପନିପରିବା ଠାରୁ ଅଧିକ ମାଂସ ଉପରେ ନିର୍ଭର କରିଥାନ୍ତି କିନ୍ତୁ ସମସ୍ତେ ସେମିତି ନୁହେଁ ।

ତେବେ ଆସନ୍ତୁ ଜାଣିବା ଦୁନିଆର ୫ଟି ଏମିତି ଦେଶ ବିଷୟରେ ଯେଉଁଠି ମାଂସ ସେବନ ଅତି କମ ମାତ୍ରାରେ କରା ଯାଇଥାଏ ।

୫. ରୱାଂଡା :

ଆଫ୍ରିକାର ଦେଶ ରୱାଂଡାରେ ପ୍ରତ୍ୟେକ ନାଗରିକ ଗୋଟେ ବର୍ଷରେ ମାତ୍ର ୬.୫ କେଜି ମାଂସ ସେବନ କରିଥାଏ, ସବୁଠାରୁ କମ ମାଂସ ସେବନ କରିବା ଲିସ୍ଟରେ ରୱାଂଡା ୫ ନଂ ରେ ଅଛି ।

୪. ଶ୍ରୀଲଂକା :

ଶ୍ରୀଲଂକାରେ ଗୋଟେ ବର୍ଷରେ ପ୍ରତି ବ୍ୟକ୍ତି ୬.୩ କେଜି ମାଂସ ସେବନ କରିଥାଏ, ସବୁଠାରୁ କମ ମାଂସ ସେବନ କରିବାରେ ଶ୍ରୀଲଂକା ଚତୁର୍ଥ ସ୍ଥାନରେ ଅଛି ।

୩. ବୁରୁଂଡୀ :

ବୁରୁଂଡୀ ଆଫ୍ରିକାର ପ୍ରଥମ ଓ ବିଶ୍ଵର ତୃତୀୟ ଏମିତି ଦେଶ ଯେଉଁଠି ମାଂସ ବହୁତ କମ ସେବନ କରା ଯାଇଥାଏ, ଏଠାରେ ଗୋଟେ ବର୍ଷରେ ପ୍ରତିଟି ବ୍ୟକ୍ତି କେବଳ ୫.୨ କେଜି ମାଂସ ସେବନ କରିଥାନ୍ତି ।

୨. ଭାରତ :

ଭାରତରେ ମାଂସ ବହୁତ କମ ସେବନ କରା ଯାଇଥାଏ, ଏଠାରେ ଗୋଟେ ବର୍ଷ ରେ ପ୍ରତି ବ୍ୟକ୍ତି ୪.୪ କେଜି ମାଂସ ସେବନ କରିଥାନ୍ତି । ଏହା ବିଶ୍ଵର ଦ୍ଵିତୀୟ ଦେଶ ଅଟେ ଯେଉଁଠି ମାଂସ ସେବନ ବହୁତ କମ ହୋଇଥାଏ ।

୧. ବାଂଗଲାଦେଶ :

ବିଶ୍ଵର ସବୁଠାରୁ କମ ମାଂସ ସେବନ କରିବା ଦେଶ ବାଂଗଲାଦେଶ ଅଟେ ଯାହା ପ୍ରଥମ ସ୍ଥାନରେ ଅଛି, ଏଠାରେ ଗୋଟେ ବର୍ଷରେ ପ୍ରତିଟି ବ୍ୟକ୍ତି କେବଳ ୪ କେଜି ମାଂସ ସେବନ କରିଥାନ୍ତି ।

Leave a Reply

Your email address will not be published. Required fields are marked *