କୌଣସି ବ୍ୟକ୍ତିର ବସିବାର ଶୈଳୀରୁ ଆପଣ ଜାଣିପାରିବେ ତାହାର ସ୍ଵଭାବ, ଜାଣନ୍ତୁ କେମିତି

କହିବାକୁ ଗଲେ ଏକ ରିସର୍ଚ ଅନୁସାରେ ଏହା ଜଣା ପଡିଛି କି ବ୍ୟକ୍ତିର ବସିବାର, କହିବାର ଓ ଚାଲିବା ଉପାୟ ଦ୍ଵାରା ତାହାର ସ୍ଵଭାବ ସହ ଜଡିତ ବିଭିନ୍ନ କଥା ଜଣା ପଡିଥାଏ । ଏହା ଦ୍ଵାରା ତାହାର ମାନସିକ ସ୍ଥିତି ବିଷୟରେ ବି ଜଣା ପଡିଥାଏ । ଆପଣ କେଉଁଭଳି ଭାବରେ ବସିଥାନ୍ତି ଏହା ଦ୍ଵାରା ଆପଣଙ୍କ ସ୍ଵଭାବ, ଆପଣଙ୍କ ଅଭ୍ୟାସ ବିଷୟରେ ଓ ଆପଣ କେଉଁ ଭଳି ଅନୁଭବ କରନ୍ତି ଏହା ବିଷୟରେ ବି ଜଣା ପଡିଥାଏ । ଏହି ଆଧାରରେ ଆଜି ଆମେ ଆପଣଙ୍କୁ ବ୍ୟକ୍ତିର ବସିବା ଉପାୟ ଦ୍ଵାରା ଆପଣ କେଉଁଭଳି ଭାବରେ ତାହାର ସ୍ଵଭାବ ବିଷୟରେ ଜାଣି ପାରିବେ ସେହି ବିଷୟରେ କହିବାକୁ ଯାଉଛୁ ।

୧. ଆଣ୍ଠୁ ଲଗାଇ ପାଦକୁ ଅଲଗା କରି

google

ଯଦି କୌଣସି ବ୍ୟକ୍ତି ନିଜ ଆଣ୍ଠୁକୁ ଯୋଡି ଓ ଗୋଡକୁ ଅଲଗା କରି ବସିଥାଏ ଓ ବାରମ୍ବାର ନିଜର ଗୋଡକୁ ହଲାଇ ଥାଏ ତେବେ ସେହି ବ୍ୟକ୍ତି ଖୋଲା ବିଚାର ସ୍ଵଭାବର ହୋଇଥାଏ । ଏମାନଙ୍କ ସହ କଥାବାର୍ତ୍ତା କରିବା ବହୁତ ସହଜ ହୋଇଥାଏ । ନୂଆ ଲୋକମାନଙ୍କ ସହ ମିଶିବା ଏମାନଙ୍କୁ ଭଲ ଲାଗେ । ଏହିଭଳି ବସୁଥୁବା ଲୋକମାନେ କୌଣସି ବି ଗୋଟିଏ କାର୍ଯ୍ୟରେ ଅଧିକ ସମୟ ପର୍ଯ୍ୟନ୍ତ ନିଜର ଧ୍ୟାନକୁ କେନ୍ଦ୍ରିତ କରି ପାରନ୍ତି ନାହିଁ ।

୨. ଆଣ୍ଠୁକୁ ଅଲଗା କରି ପାଦକୁ ଏକାଠି କରି ବସିବା

ଯଦି ଆପଣ ଆଣ୍ଠୁକୁ ଅଲଗା କରି ଓ ନିଜର ପାଦକୁ ଏକାଠି କରି ବସୁଛନ୍ତି ତେବେ ଆପଣ ବହୁତ ବିଶ୍ଵାସୀ ବ୍ୟକ୍ତି ଅଟନ୍ତି । ଆପଣ ଅଧିକ କଥାବାର୍ତ୍ତା କରିବାକୁ ପସନ୍ଦ କରନ୍ତି ନାହିଁ । ଆପଣ ଲୋକମାନଙ୍କ ଆଲୋଚନକୁ ବି ଭୟ କରିଥାନ୍ତି । ସେଥିପାଇଁ କାହା ସହିତ ବି ଝଗଡା କରନ୍ତି ନାହିଁ ।

୩. ଗୋଡ ଉପରେ ଗୋଡ ରଖି ବସିବା

google

ଆପଣମାନେ ପ୍ରାୟତଃ ବିଜନେସମ୍ୟାନଙ୍କୁ ଗୋଡ ଉପରେ ଗୋଡ ରଖି ବସିଥିବାର ଦେଖିଥିବେ । ଏମାନେ ବହୁତ ସକରାତ୍ମକ ବିଚାର ବାଲା ବ୍ୟକ୍ତି ହୋଇଥାନ୍ତି । ଏମାନେ କାହା ଉପରେ ସଙ୍ଗେ ସଙ୍ଗେ ବିଶ୍ଵାସ କରନ୍ତି ନାହିଁ ଓ ନିଜ ଜୀବନ ସହ ଜଡିତ ରହସ୍ୟକୁ କେବେ କାହା ସହିତ ଶେୟାର କରନ୍ତି ନାହିଁ । ଏହା ଛଡା ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି ।

୪. ଦୁଇ ଗୋଡକୁ ଏକାଠି କରି ଗୋଟିଏ ଦିଗରେ ତଳକୁ କରିବା

ଯଦି ଆପଣ ନିଜର ଗୋଡ ଦୁଇଟିକୁ ଏକାଠି କରି ଗୋଟିଏ ଦିଗରେ ତଳକୁ କରି ବସନ୍ତୀ ଏତେବେ ଆପଣ ଆଶାବାଦୀ ଚିନ୍ତାଧାରର ବ୍ୟକ୍ତି ଅଟନ୍ତି । ଆପଣ ଭାଗ୍ୟ ଉପରେ ଅଧିକ ବିଶ୍ଵାସ କରନ୍ତି । ଆପଣ ନିଜ ହିସାବରେ ଜୀବନକୁ ବ୍ୟତୀତ କରିବାକୁ ପସନ୍ଦ କରନ୍ତି । ଏହା ସହିତ ଆପଣଙ୍କୁ ସର୍ବଦା ପରିଷ୍କାର ସ୍ଥାନରେ ରହିବାକୁ ଭଲ ଲାଗେ ।

୫. ନିଜର ଗୋଡକୁ ଏକାଠି କରି ବସିବା

google

ଯଦି ଆପଣ ନିଜର ଦୁଇ ଗୋଡକୁ ଏକାଠି କରି ବସୁଛନ୍ତି ତେବେ ଆପଣ ଭଲ ବ୍ୟକ୍ତିତ୍ଵର ଲୋକ ଅଟନ୍ତି ଓ ଆପଣ ସମସ୍ତ କାମକୁ ସଠିକ ରୂପରେ କରିବା ବିଷୟରେ ଜାଣିଥାନ୍ତି । ଆପଣଙ୍କୁ ସମୟ ବର୍ବାଦ କରିବା ବିଲକୁଲ ବି ପସନ୍ଦ ନୁହେଁ । ଏହା ସହିତ ଆପଣ ଜଣେ ବୁଦ୍ଧିମାନ ବ୍ୟକ୍ତି ଅଟନ୍ତି । ଆପଣ ନିଜର ପରିବାର ସହିତ ସର୍ବଦା ସାଥ ଦେଇଥାନ୍ତି । ଏମିତି ନୂଆ ଆର୍ଟିକିଲ୍ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ । ଆଶା କରୁଛୁ ଆମର ଏଇ ଆର୍ଟିକିଲ୍ ଟି ଆପଣଙ୍କୁ ଭଲ ଲାଗିଥିବ ।

Leave a Reply

Your email address will not be published. Required fields are marked *