ମୋ ସବୁ ସ୍ଵପ୍ନ ଭାଙ୍ଗିଛି , ଆଉ କିଛି ସ୍ଵପ୍ନ ଦେଖୁନି Promodini ଙ୍କ ଦୁଃଖ କାହାଣୀ ନିଶ୍ଚୟ ଦେଖନ୍ତୁ ॥

ନମସ୍କାର ବନ୍ଧୁଗଣ । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ପ୍ରମୋଦିନୀ ଓ ସରୋଜ ଯୋଡି ସମ୍ପର୍କ ଓ ତାଙ୍କ କାହାଣୀ ସମ୍ବନ୍ଧରେ ଜାଣିଛନ୍ତି । ତେବେ ପ୍ରମୋଦିନୀ କହିଛନ୍ତି ” ମୋ ସହିତ ଯାହା ସବୁ ଘଟିଛି ସେସବୁ ସହିବା ପରେ ଭବିଷ୍ୟତ ପାଇଁ ଆଉ କି ସ୍ଵପ୍ନ ଦେଖିବି । ପ୍ରମୋଦିନୀ ବିଜୟ ଲାଭ କରିଥିବା ନାରୀ ଅଟନ୍ତି । ତାଙ୍କ ଜୀବନରେ ଆସିଥିବା କଷ୍ଟ କାହାରି ଜୀବନରେ ନ ଆସୁ ।

ଯୁବାଅବସ୍ଥାରେ ହସ ଖୁସିରେ କାଟିବା ପରିବର୍ତ୍ତେ ତାଙ୍କୁ ଚାରି କାନ୍ଥ ଭିତରେ କାଟିବାକୁ ପଡିଥିଲା ଯୌବନ । ଏସିଡ ଆକ୍ରମଣର ଶିକାର ହୋଇଥିଲେ ପ୍ରମୋଦିନୀ ସେ କହୁଛନ୍ତି ସେହି ଭଳି ଯନ୍ତ୍ରଣା ଅନୁଭବ କରିବା ବଦଳରେ ମରିଯିବା ଭଲ ହେବ । କାରଣ ଯିଏ ସେହି ପଥ ଦେଇ ଗମନ କରିଛି  ସେହି ଜାଣିପାରିବ ସେହି ଦୁଃଖ, ଯନ୍ତ୍ରଣା କେଉଁ ଭଳି ବୋଲି ।

ମାତ୍ର ଆମ ଦେଶର ଆଇନ କାନୁନ  ଏସିଡ ଆଟାକ୍ ପ୍ରତି କଢାକଢି ନିୟମ ଜାରି କରୁନାହିଁ । ଗତକିଛି ଦିନ ତଳେ ବାଲେଶ୍ଵର ରେ ଝିଅ ଉପରେ ଏସିଡ ଆଟାକ ହୋଇଥିଲା ଏବଂ ଝିଅ ଯନ୍ତ୍ରଣା କୁ ଅସହ ଯୋଗୁ  ମୃ-ତ୍ୟୁ ଘଟିଛି । ଯଦି ଆଇନ ଭୟଙ୍କଟ ଦଣ୍ଡ ଘୋଷଣା କରିବ ତେବେ ଏସିଡ କୁ ମୁହଁ ଉପରେ ଫୋପାଡିବା ପୂର୍ବରୁ ଶହେ ଥର ଭାବନ୍ତି ।

ମାତ୍ର ଆମ ଦେଶରେ ବର୍ଷ ବର୍ଷ ଧରି ସଙ୍ଗର୍ଷ କରିବା ପରେ ଯାଇ  ନ୍ୟାୟ ମିଳେ । ତେଣୁ ଏହା ପ୍ରତି ଧ୍ୟାନ ଦେବା ପାଇଁ ନିବେଦନ କରିଛନ୍ତି ଏହି ଯୋଡି । ପ୍ରମୋଦିନୀ ଜୀବନରେ ଏତେ ଦୁଃଖ ଦେଖିଛନ୍ତି ଯେ ସ୍ଵପ୍ନ ଦେଖିବାକୁ ସାହସ କରିନାହାଁନ୍ତି । ଏହା ବ୍ୟତୀତ କହିଛନ୍ତି କି ଜୀବନ ତାଙ୍କୁ ବିନା ସ୍ଵପ୍ନରେ ବି ବହୁତ କିଛି ଦେଇଛି ପ୍ରେଗନେଣ୍ଟ ହେବା ଜୀବନର ସବୁଠାରୁ ବଡ ଖୁସି ଦେଇଛି ।

ଏବେ ତାଙ୍କର ସୁନ୍ଦର ଓ ସ୍ଵାସ୍ଥବାନ ପୁଅ ଓ ସ୍ନେହରେ ତାଙ୍କୁ ଗୁଡୁ ବୋଲି ଡାକନ୍ତି । ସମାଜରେ ବିଜୟ ପ୍ରାପ୍ତ କରିଥିବା ନାରୀ ଭାବରେ ଏପରି ପରିସ୍ଥିତି ଦେଇ ଯାଉଥିବା ଝିଅମାନଙ୍କ ପାଇଁ ପ୍ରମୋଦିନୀ ପ୍ରେରଣା । ମାତ୍ର ଏଭଳି ପରିସ୍ଥିତି ଆଗକୁ ନ ହୁଏ ସେଥିପାଇ ଆଇନ ଉତ୍ତମ ପଦକ୍ଷେପ ନେବା ଉଚିତ୍ । ଖବର କୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ । ଆଗକୁ ଆମ ସହ ରହିବାକୁ ଆମ ପେଜ୍ କ୍କୁ ଲାଇକ, ଶେୟାର କରନ୍ତୁ ।   

Leave a Reply

Your email address will not be published. Required fields are marked *