ଅନୁଭବ ବହୁତ ରୋମାଣ୍ଟିକ, ଅନୁଭବଙ୍କୁ ଥଣ୍ଡା ଜମା ଲାଗିଲାନି ! Swapna Priya Darshini

ନମସ୍କାର ବନ୍ଧୁଗଣ । ଚଳିତ ବର୍ଷ ରଜରେ ଅନୁଭବଙ୍କ ” ଲଭ୍ ଇନ ଲଣ୍ଡନ ” ସିନେମା ରିଲିସ୍ ହେବାକକୁ ଯାଉଛି । ଅନୁଭବ ଦୀର୍ଘ ଚାରି ବର୍ଷ ପରେ ସିନେମା ଦୁନିଆରରେ ନିଜର ନୂଆ ଚଳଚିତ୍ର କରିଛନ୍ତି । ଏହି ଚଳଚିତ୍ର କୁ ନେଇ ଅନୁଭବଙ୍କ ଫ୍ୟାନ୍ ଆଗ୍ରହ ପ୍ରକାଶ କରୁଛନ୍ତି । ଏହି ସିନେମାରେ ନୂତନ ଅଭିନେତା ସ୍ଵପ୍ନ ପ୍ରିୟଦର୍ଶିନୀ ହିରୋଇନର  ରୋଲ ନିବାହୀ ଛନ୍ତି ।

ଅନୁଭବ ବହୁତ ରୋମାଣ୍ଟିକ , ଶୀତରେ ଥରୁଥିଲି ଜ୍ୟାକେଟ ଖୋଲି ମତେ ଦେଇଦେଲେ । ତେବେ ଏହି ଉକ୍ତି ଅନୁସାରେ ଅନୁଭବ ସତରେ ଏତେ ରୋମାଣ୍ଟିକ । ସ୍ଵପ୍ନା ପ୍ରିୟଦର୍ଶିନୀଙ୍କ ସିନେମା ବିଷୟରେ ଓ ତାଙ୍କ ଅନୁଭୂତି ସମ୍ବନ୍ଧୀୟ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି । ସ୍ଵପ୍ନାଙ୍କ କହିବା ଅନୁଯାୟୀ ଲଣ୍ଡନରେ ବହୁତ ମଜାମସ୍ତି କରିଛନ୍ତି ।

ଅନୁଭବ ଲଣ୍ଡନ ସିନେମା ସେଟ୍ ରେ ସମସ୍ତଙ୍କ ସହ ବହୁତ ଫ୍ରାଙ୍କ କରନ୍ତି । ତାଙ୍କ ସହିତ କାମ କରି ମୋତେ ବହୁତ ଭଲ ଲାଗିଲା । ପ୍ରଥମେ ଯେବେ ମୁଁ ପ୍ରଥମ ଥର ଜାଣିବାକୁ ପାଇଲି ଯେ ଅନୁଭବଙ୍କ ସହ କାମ କରିବାକୁ ସୁଯୋଗ ଆସିଛି । ତେବେ ମୁଁ ନିଜକୁ ବହୁତ  ଭାଗ୍ୟବାନ ମନେ କରିଥିଲି । ସୁପର ଷ୍ଠାର ଅନୁଭବଙ୍କ ସିନେମା କରିବାକୁ ନେଇ ମୋ ଉପରେ ଅଧିକ କର୍ତ୍ତବ୍ୟ ପଡିଥିଲା ।

ସବୁବେଳେ ନିଜର ଭଲଦେବାକୁ  ଚେଷ୍ଟା କରିଛି । ଲଣ୍ଡନ ରେ ସିନେମା ସୁଟିଙ୍ଗ ଅନେକ ସୁନ୍ଦର ସ୍ମୁତି ଦେଇଛି । ଲଣ୍ଡନରେ ଥଣ୍ଡା ଅଧିକ ମାତ୍ରାରେ ପଡିଥାଏ ଏବଂ ସିନେମା ସୁଟିଙ୍ଗ ପାଇଁ ବହୁତ ଗୁଡାଏ ସ୍ଥାନ କଭର କରିବାକୁ ପଡୁଥାଏ । ଶର୍ଟ ଡ୍ରେସ୍ ପିନ୍ଧିବା କାରଣରୁ ଅତ୍ୟଧିକ ଥଣ୍ଡା ଅନୁଭବ ହେଉଥିଲା । ଥରେ ସୁଟିଙ୍ଗ ଚାଲୁଥିବା ସମୟରେ ଥଣ୍ଡା ଅଧିକ ଥିବା ଯୋଗୁଁ ଅନୁଭବ ତାଙ୍କ ଜ୍ୟାକେଟ କାଢି ମତେ ଦେଇଥିଲେ ।

ସେ ଆମମାନଙ୍କ ବିଷୟରେ ବହୁତ ଚିନ୍ତା କରନ୍ତି ତାଙ୍କ ସ୍ଵଭାବ ବହୁତ ଭଲ । ଅନୁଭବଙ୍କ ସହ କାମ କରି ମୁଁ ବହୁତ କିଛି ଶିଖିବାକୁ ପାଇଛି ବୋଲି କହିଛନ୍ତି ସ୍ଵପ୍ନା ପ୍ରିୟଦର୍ଶିନୀ । ଲଣ୍ଡନ ରୁ ଫେରୁଥିବା ସମୟ ସବୁ ବିଷୟକୁ ବହୁତ ମିସ୍ କରୁଛନ୍ତି । ରଜରେ ରିଲିଜ୍ ହେବାକୁ ଯାଉଥିବା ସିନେମାକୁ ଦର୍ଶକମାନେ ପ୍ରେମ ଦେବେ ବୋଲି ଆଶା କରିଛନ୍ତି । ଖବରକୁ ନେଇ ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ । ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ଶେୟାର କରନ୍ତୁ । 

Leave a Reply

Your email address will not be published. Required fields are marked *