ରହସ୍ୟ ଘେରରେ ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟା ! ତାଙ୍କ ଫୁଲ କୁଣ୍ଡତଳେ ୫ ସହ ଟଙ୍କିଆ ବଣ୍ଡଲ କାହିକି ରଖିଥିଲେ ଧର୍ମେନ୍ଦ୍ର ? କଣ ରହିଛି ରହସ୍ୟ ?

ବନ୍ଧୁଗଣ, ସୂଚନା ଅନୁଯାୟୀ ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁ ଙ୍କ ଆ-ତ୍ମ-ହ-ତ୍ୟା ପଛରା କାରଣ ହୋଇପାରେ ? ଏହାକୁ ନେଇ ବର୍ତ୍ତମାନ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି । ଅଭିଯୋଗ କ୍ରମେ ମଦ ଏବଂ ଟଙ୍କା ପାଇଁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସେ କହିଛନ୍ତି । ତାଙ୍କ ଘର ନିକଟରେ ସେ କିଛି ୫ ଶହ ଟଙ୍କିଆ ନୋଟ ପାଇଥିଲେ ଏବଂ ଏହାକୁ ବର୍ତ୍ତମାନ ପୋଲିସ ତଦନ୍ତ ପରିସରଭୁକ୍ତ କରିଛି । ଗୋଟିଏ କଥା ଚିନ୍ତା କରିବାକୁ ହେବ । ଯଦି ତାଙ୍କର ଅଭାବ ଥିଲା ତେବେ ଏଠାରେ ଟଙ୍କା କେଉଁଠାରୁ ଆସିଲା ତଥା କିଏ ରଖିଲା ?

ଏଭଳି ଫୁଲ ଗଛ ତଳେ ଟଙ୍କା ରଖିବା ପଛର କାରଣ କ’ଣ ? ପରିବାର ଲୋକେ କହିଥିଲେ ଯେ ତାଙ୍କ ପାଖରେ ଟଙ୍କା ନଥିଲା । କିନ୍ତୁ ଯଦି ଟଙ୍କା ନଥିଲା ତେବେ ଏହିଭଳି ବଣ୍ଡଲ ଟଙ୍କା ମାନ ଆସିଲା କେଉଁଠାରୁ ? ତେବେ ତାଙ୍କ କ୍ୟାରିୟରକୁ ନେଇ ସବୁବେଳେ ଝଗଡା ତଥା ଅସନ୍ତୁଷ୍ଟ ହେଉଥିଲା । ଏବଂ ପରିବାର ଲୋକେ ଆଦୌ ଚାହୁଁ ନଥିଲେ ଯେ ରାଜନୀତି କୁ ଆସନ୍ତୁ ବୋଲି ।

ମାତ୍ର ସେ କାହାକୁ ଖାତିର ନ କରି ଜିଲ୍ଲା ପରିସର ପ୍ରାର୍ଥୀ ହେଲେ ଏବଂ ଜିତିଲେ । ଜିତିଲା ପରେ ସେ ଆର୍ଥିକ ଅନଟନରେ ରହିବେ କିମ୍ବା ଜିତିବା ନିମନ୍ତେ କିଛି ଟଙ୍କା ସଞ୍ଚୟ କରିଥାଇ ପାରନ୍ତି । ପୋଲିସ ବର୍ତ୍ତମାନ ଏ ନେଇ ତଦନ୍ତ କରୁଛି କିନ୍ତୁ ଟଙ୍କା କୁ ନେଇ ବଡ ପ୍ରଶ୍ନ ଉଠିଛି । ଏବଂ ଖବର ଅନୁଯାୟୀ ଧର୍ମେନ୍ଦ୍ର ସବୁବେଳେ ନିଶାଦ୍ରବ୍ୟ ଖାଉଥିଲେ ଏବଂ ଲଜ ତଥା ହୋଟେଲରେ ସେ ଅଧିକାଂଶ ସମୟ ବିତାଇ ଦେଉଥିଲେ ।

ଧର୍ମେନ୍ଦ୍ର ଙ୍କ ଶଶୁର କହିଛନ୍ତି ଯେ ମଦ ଟଙ୍କା ଏବଂ ପାରିବାରିକ କଳହ ନିମନ୍ତେ ସେ ଆ-ତ୍ମ-ହ-ତ୍ୟା କରିଥାଇ ପାରନ୍ତି । କିନ୍ତୁ ବର୍ତ୍ତମାନ ସବୁଠାରୁ ବଡ ପ୍ରଶ୍ନ ହେଉଛି ଯେ ଏଠାକୁ ଟଙ୍କା ଆସିଲା କେଉଁ ଠାରୁ ଏବଂ ଟଙ୍କା କୁ ଏଭଳି ଭାବରେ ରଖିବା ପଛର କାରଣ କ’ଣ ? ତେବେ ଏହି ଟଙ୍କା ଆଜିକାଲି ର ନା ପୂର୍ବର ଏହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଯଦି ସେ ଆର୍ଥିକ ଅନାଟନରେ ଥିଲେ ତେବେ ଏତେ ତାଙ୍କ ଆସିଲା କେଉଁଠାରୁ ?

ସେ ଯିବା ପୂର୍ବରୁ ପୋଷ୍ଟ କରି ଯାଇଛନ୍ତି ଯେ ଦୁଇଟି ମୋବାଇଲ ଚେକ କରିଲେ ସବୁ ସତ କଥା ମିଳିବ । ତେବେ ଏହାକୁ ନେଇ ବର୍ତ୍ତମାନ ପୋଲିସ ଖୋଲତାଡ କରିବେ ବୋଲି କହିଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *