ସନ୍ଧ୍ୟା ସମୟରେ ମହିଳାମାନେ କରନ୍ତୁ ଏହି କାମ, ନହଲେ ଦାରିଦ୍ରତା କେବେବି ପଛ ଛାଡିବ ନାହିଁ

ଏହି ସଂସାରରେ ସମସ୍ତେ ଧନୀ ହେବାକୁ ଚାହାନ୍ତି । ଯାହା ଦ୍ଵାରା ସେମାନେ ଦୁନିଆର ସମସ୍ତ ଖୁସିକୁ କିଣି ପାରିବେ ଓ ସମସ୍ତ ପ୍ରକାରର ସୁବିଧାକୁ ପାଇ ପାରିବେ । ଏଥିପାଇଁ କେତେକ ଲୋକମାନେ ବହୁତ ପରିଶ୍ରମ ବି କରିଥାନ୍ତି । କିନ୍ତୁ କେତେ ଥର ବହୁତ ପରିଶ୍ରମ କରିବା ସତ୍ତ୍ୱେ ବି ଆପଣ ନିଜ ଜୀବନରେ ଖୁସିରେ ରହି ପାରନ୍ତି ନାହିଁ । ଏହା ପଛର ମୁଖ୍ୟ କାରଣ ହେଉଛି ଆପଣଙ୍କ ଦ୍ଵାରା କରାଯାଉଥିବା କିଛି କାର୍ଯ୍ୟ । ଯାହା ଆପଣଙ୍କ ଉପରେ ଖରାପ ପ୍ରଭାବ ପକାଇ ଥାଏ ।

ସେଥିପାଇଁ ସେହି ସମସ୍ତ କାର୍ଯ୍ୟ ଠାରୁ ଦୂରେଇ ରୁହନ୍ତୁ ଯାହା ଆମର ହିନ୍ଦୁ ଧର୍ମ ଅନୁସାରେ କରିବା ପାଇଁ ମନା ଅଟେ । ଏହା ଛଡା ଟଙ୍କା ଆୟ କରିବା ବହୁତ କଷ୍ଟ ଅଟେ ଓ ସେଥିରୁ ବଡ କଷ୍ଟର କାମ ହୋଇଥାଏ ସେହି ଟଙ୍କାଙ୍କୁ ସଞ୍ଚୟ କରି ରଖିବା । କିନ୍ତୁ ଯଦି ଆପଣ ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ମାତା ଲକ୍ଷ୍ମୀଙ୍କୁ ଖୁସି କରି ରଖିବେ ତେବେ ଆପଣଙ୍କ ଘରେ ଧନ ଓ ସମୃଦ୍ଧି ପରିପୂର୍ଣ୍ଣ ରହିବ । ମାତା ଲକ୍ଷ୍ମୀଙ୍କୁ ଖୁସି କରିବା ପାଇଁ କେତେକ ନିୟମକୁ ପାଳନ କରିବାକୁ ପଡିଥାଏ ।

କହିବାକୁ ଗଲେ ହିନ୍ଦୁ ଶାସ୍ତ୍ର ଅନୁସାରେ ସୂର୍ଯ୍ୟାସ୍ତ ପରେ ତୁଳସୀ ଗଛକୁ ପୂଜା କରିବା ଉଚିତ ଅଟେ କିନ୍ତୁ ଏହା ସହିତ ତୁଳସୀ ସ୍ପର୍ଶ କରିବା ଉଚିତ ନୁହେଁ । ଯଦି ଆପଣ ଏହିଭଳି କରୁଛନ୍ତି ତେବେ ଆପଣଙ୍କ ସହିତ ଆପଣଙ୍କ ପରିବାର ଉପରେ ବି ଦୁର୍ଭାଗ୍ୟ ଓ ଦରିଦ୍ରତା ଚାଲି ଆସିଥାଏ । ତୁଳସୀ ଗଛକୁ ପୂଜା କରିବା ଓ ପାଣି ଦେବା ଶୁଭ ହୋଇଥାଏ କିନ୍ତୁ ଆପଣଙ୍କୁ ଏହା ସନ୍ଧ୍ୟା ସମୟରେ କରିବା ଉଚିତ ନୁହେଁ । ସନ୍ଧ୍ୟା ସମୟରେ କେବଳ ଘିଅର ଦୀପ ଜଳାଇବା ଉଚିତ । ଏହା ଦ୍ଵାରା ନକରାତ୍ମକ ଊର୍ଜା ଆପଣଙ୍କ ଘରୁ ଚାଲି ଯାଇଥାଏ ଓ ଏହା ସହିତ ମାତା ଲକ୍ଷ୍ମୀ ଆପଣଙ୍କ ଘର ଆଡକୁ ଆକର୍ଷିତ ହୋଇଥାନ୍ତି ।

ଏହା ସହିତ ସୂର୍ଯ୍ୟାସ୍ତ ପରେ ଝାଡୁ ମାରିବା ବି ଅଶୁଭ ହୋଇଥାଏ । ଶାସ୍ତ୍ର ଅନୁସାରେ ଯଦି ଆପଣ ସୂର୍ଯ୍ୟାସ୍ତ ପରେ ଝାଡୁ ମାରୁଛନ୍ତି ତେବେ ଆପଣଙ୍କ ଘରୁ ଖୁସି ଓ ସୋଭାଗ୍ୟ ଦୂରେଇ ଯିବ ।

ଏହା ଛଡା ଯଦି ଆପଣ ଖାଦ୍ୟ ଖାଇବା ପରେ ବାସନ ସଫା କରୁ ନାହାନ୍ତି, ତେବେ ଏହି କାରଣରୁ ଆପଣଙ୍କ ଉପରେ ଶନି ଓ ଚନ୍ଦ୍ର ଗ୍ରହର ପ୍ରଭାବ ପଡିଥାଏ । କିନ୍ତୁ ଯଦି ଆପଣ ଖାଦ୍ୟ ଖାଇବା ପରେ ବାସନ ସଫା କରୁଛନ୍ତି ତେବେ ଏହା ଦ୍ଵାରା ଲକ୍ଷ୍ମୀ ମାତା ପ୍ରସନ୍ନ ହୋଇଥାନ୍ତି ଓ ଆପଣଙ୍କୁ ଧନ ଓ ସମୃଦ୍ଧିର ଆଶୀର୍ବାଦ ଦେଇଥାନ୍ତି । ଆପଣଙ୍କୁ ଏହା ଭଲ ଲାଗିଥିଲେ ଏହାକୁ ଶେୟାର କରି ଆମ ପେଜକୁ ଲାଇକ କରନ୍ତୁ ଯାହା ଦ୍ଵାରା ଆମେ ଆପଣାଙ୍କ ପାଇଁ ଏହିପରି ଅନେକ କିଛି ପୋସ୍ଟ ଆଣି ଆସିବୁ ।

Leave a Reply

Your email address will not be published. Required fields are marked *