20 Interesting Gk Questions: ସବୁଦିନ କିଏ ନୂଆ ଶାଢୀ ପିନ୍ଧେ ? କଣ ଆପଣ ଜାଣନ୍ତି ?

ବନ୍ଧୁଗଣ ଆମ ମାନେ ସମସ୍ତେ ପିଲା ଦିନରୁ ପାଠ ପଢିଥାଉ । ପାଠ ପଢିବା ଦ୍ଵାରା ଆମର ବୁଦ୍ଧି ପ୍ରଖର ହୋଇଥାଏ ଓ ଆମେ ଦୁନିଆ ବିଷୟରେ ଅନେକ ଅଜଣା କଥା ଜାଣି ଥାଉ । ହେଲେ ଦୁନିଆରେ ଏଭଳି ମଧ୍ୟ କିଛି କଥା ରହିଛି ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ପାଇଁ କିଛି ଓଡିଆ ପ୍ରଶ୍ନ ଉତ୍ତର ନେଇ ଆସିଛୁ । ଏହି ଓଡିଆ ପ୍ରଶ୍ନ ଉତ୍ତର ବହୁତ କୌତଳ ଅଟେ ଯାହା ଆପଣଙ୍କ ବୁଦ୍ଧି ପ୍ରଖର କରିଥାଏ ।

ଯଦି ଆପଣ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଛନ୍ତି ତା ହେଲେ ଏହି ପ୍ରଶ୍ନ ଉତ୍ତର ଆପଣଙ୍କ ପାଇଁ ବହୁତ ଲାଭଦାୟକ ରହିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ପ୍ରଶ୍ନ ଉତ୍ତର ବିଷୟରେ ।

୧. ତାହା କଣ ଯାହା ଖାଇବାକୁ ଦେଲେ ବଞ୍ଚ, ପିଇବାକୁ ଦେଲେ ମରେ ?

ଉତ୍ତର- ନିଆଁ

୨. ଗୋଟିଏ ଗାଡିରେ ୪ଟି ପାଇଲଟ ତେବେ ସେହି ଗାଡିର ନାମ କଣ ?

ଉତ୍ତର- କୋକେଇ

୩. ଜଣେ ଲୋକ ୩ ଟଙ୍କାରେ ନଡିଆ କିଣି ୨ ଟଙ୍କାରେ କିଛି ଦିନ ବିକିଲା ପରେ ସେ କେମିତି ଲକ୍ଷପତି ହେଲା ?

ଉତ୍ତର- ସେ ଆଗରୁ କୋଟିପତି ଥିଲା

୪. ଆଗ ବାପା ଜନ୍ମ ନା ପୁଅର ଜନ୍ମ ?

ଉତ୍ତର- ପୁଅ ଜନ୍ମ ହେଲାପରେ ଡାକିବ ବାପା । ତେଣୁ ଆଗେ ପୁଅ ଜନ୍ମ ହେବ ତା ପରେ ବାପା ନାମରେ ପୁଅ ଡାକିବ ।


୫. ଆଜିକାଲି ଲୋକ କଣ ମାଗଣାରେ ବେଶୀ ମାରୁଛନ୍ତି ?

ଉତ୍ତର- ମିସକଲ୍

୬. ତିନି ଅକ୍ଷର ନାମ ତାର, ଓଲୋଟା କିମ୍ବା ସିଧା ଲେଖ ହେବ ସମାନ ?

ଉତ୍ତର- କଟକ

୭. କାହାର ଜନ୍ମ ଦିନ ପ୍ରତିବର୍ଷ ଆସେ ନାହିଁ ?

ଉତ୍ତର- ଫେବୃୟାରି ୨୯ ଅଧିବର୍ଷ । ବନ୍ଧୁଗଣ ଏହା ୪ ବର୍ଷକୁ ଥରେ ଆସିଥାଏ ।

୮. ବଙ୍କା ବଙ୍କା ମାମୁ ତୁମେ ଯାଉଛ କେଣିକି, ଦାନ୍ତ କିଲ୍ଲା ଭଣଜା ପଚାରୁ କାହିଁକି, ଏହାର ମାନେ କଣ ?

ଉତ୍ତର- ସାପ ଏବଂ କପାତୁଳା


୯. ସବୁଦିନ କିଏ ନୂଆ ଶାଢୀ ପିନ୍ଧେ ?

ଉତ୍ତର- ପିଜୁଳି ଗଛରେ ପ୍ରତିଦିନ ଚୋପା ଛାଡି ଥାଏ ଏକ ଲୁଗା ପରି ଆବରଣ ଥାଏ ।

୧୦. ହାତ ନାହିଁ କି ଗୋଡ ନାହିଁ କିନ୍ତୁ ସେ ମୁଣ୍ଡରେ ବସେ ?

ଉତ୍ତର- ଟୋପି

୧୧. ଗରିବ ଲୋକେ ଫିଙ୍ଗି ଦିଅନ୍ତି ହେଲେ ଧନୀ ଲୋକ ସାଇତି ରଖନ୍ତି ?

ଉତ୍ତର- ସିଙ୍ଗାଣି, ଗରିବ ଲୋକ ରାସ୍ତାରେ ଫିଙ୍ଗି ଦିଅନ୍ତି ହେଲେ ଧନୀ ଲୋକ ରୁମାଲରେ ରଖନ୍ତି ।

୧୨. ଆପଣଙ୍କ ଦୋଷ ନଥିଲେ ମଧ୍ୟ ସେ ଆପଣଙ୍କୁ ବାନ୍ଧି ରଖେ ସେ କିଏ ?

ଉତ୍ତର- ବେଲ୍ଟ


୧୩. କିଏ ମନା କଲେ ମଧ୍ୟ ପିଛା ଛଡେ ନାହିଁ ?

ଉତ୍ତର-ଛାଇ

୧୪. ଝିଅ ବୋହୁ ମାନେ କଣ ବର୍ଷକୁ ଥରେ କିଣନ୍ତି ହେଲେ ତାକୁ ବ୍ୟବହାର କରନ୍ତି ନାହିଁ ?

ଉତ୍ତର- ରାକ୍ଷୀ


୧୫. ସକାଳେ ୪ଟି ଗୋଡ, ଦ୍ଵିପହରରେ ୨ ଗୋଡ ଓ ସନ୍ଧ୍ୟାରେ ୩ଟି ଗୋଡ ସେ କିଏ ?

ଉତ୍ତର- ମଣିଷ, ଶିଶୁ ଅବସ୍ଥା, ଯୌବନ ଅବସ୍ଥାରେ, ତିନି ମୁଣ୍ଡିଆ ବା ବାର୍ଦ୍ଧକ୍ୟ

ବନ୍ଧୁଗଣ ଏହି ପ୍ରଶ୍ନର ଉତ୍ତର ଆପଣ ମାନେ ଆମକୁ କମେଣ୍ଟ କରି ଜଣାଇବେ- ମାମୁ ଘରେ ଗୋଠେ ଗାଈ ରାତି ପାହିଲେ ମୋଟେ ନାହିଁ ?

Leave a Reply

Your email address will not be published. Required fields are marked *