‘ଦୋ ଜିସ୍ମ ଏକ ଜାନ’ ନାମରେ ପରିଚିତ ସୋହଣା କୁ ମିଳିଲା ଚାକିରୀ ତ ସୋହଣାକୁ ଏମିତି ସାହାର୍ଯ୍ୟ କରିବ ମୋହଣା, ମନ କିଣିନେବ ଏହି 2 ଭାଇଙ୍କ କାହାଣୀ !

ବନ୍ଧୁଗଣ ପ୍ରକୃତିର ଅନେକ ଚମତ୍କାର ରହିଛି ଓ ସେଥିମଧ୍ୟରୁ ଗୋଟେ ହେଉଛନ୍ତି ସୋହଣା ଏବଂ ମୋହଣା ନାମକ ଦୁଇ ଭାଇ । ଏହି ଦୁଇ ଭାଇ ଗୋଟିଏ ଶରୀରରରେ ଦୁଇଟି ଜୀବନ ଅଟନ୍ତି । ଗୋଟେ ସମୟରେ ଏହି ଦୁଇଜଣଙ୍କ ଶାରୀରିକ ରଚନା ପାଇଁ ଏମାନଙ୍କ ଘର ଲୋକ ମାନେ ଏମାନଙ୍କୁ ଅଧିକ ସପୋର୍ଟ କରିନଥିଲେ । ହେଲେ ବନ୍ଧୁଗଣ ଆଜି ସୋହଣା ଓ ମୋହଣା ନ୍ଯାଯ ଗୋଡରେ ଛିଡା ହୋଇଛନ୍ତି ।

ବର୍ତ୍ତମାନ ଏହି ଦୁଇଜଣଙ୍କୁ ଚାକିରି ମିଳିଛି । ମିଡିଆ ରିପୋର୍ଟସ ଅନୁସାରେ ଏହି ଦୁଇଜଣ ବର୍ତ୍ତମାନ ପଞ୍ଜାବ ଷ୍ଟେଟ ପାୱାର କର୍ପୋରେସନ ଲିମିଟେଡରେ କାମ କରିବାକୁ ଯାଉଛନ୍ତି । ଏହି ଚାକିରିଟି ସୋହଣାଙ୍କୁ ମିଳିଛି ହେଲେ ମୋହଣା ସମସ୍ତ ପରିସ୍ଥିତିରେ ତାଙ୍କର ସାଥ ଦେବେ । ମିଡିଆ ରିପୋର୍ଟସ ଅନୁସାରେ ଗତ ସୋମବାର ଦିନ ଡେନ୍ଟାଲ କଲେଜ ପାଖରେ ଥିବା ବିଜୁଳିଘରରେ ମେଣ୍ଟେନାନ୍ସ କର୍ମଚାରୀ ରୂପେ ସୋହଣାଙ୍କୁ ଚାକିରି ମିଳିଛି ।

କାମ ଅନୁସାରେ ପ୍ରତି ମାସରେ ସୋହଣାଙ୍କୁ ୨୦ ହଜାର ଟଙ୍କା ଦରମା ମିଳିବ । ବନ୍ଧୁଗଣ ଅଧିକାରୀ ମାନେ ଏହି ଦୁଇଜଣଙ୍କ ଚାକିରି ପାଇଁ ବହୁତ ଅଧିକ ଚିନ୍ତିତ ଥିଲେ ସେମାନେ ବୁଝି ପାରୁ ନଥିଲେ କାହାକୁ ଚାକିରି ଦେବା ଉଚିତ । ଏହା ପରେ ପାୱାରକାମ ପ୍ରବନ୍ଧ ସୋହଣାଙ୍କୁ ଚାକରି ଦେଲେ ଓ ମୋହଣା ନିଜ ଭାଇର ସାଥ ଦେବେ । ବନ୍ଧୁଗଣ ସୋହଣା ଓ ମୋହଣା ଏହି ବର୍ଷ ଜୁଲାଇ ମାସରେ ଇଲୋକଟ୍ରୋନିକ୍ସ ଡିପ୍ଲୋମା କରିଥିଲେ ।

ଏହା ପରେ ସେମାନେ ପାୱାରକମରେ ଜେଇ ପଦବୀ ପାଇଁ ଆବେଦନ କରିଥିଲେ । ଏହା ପରେ ସୋହଣାଙ୍କୁ ଚାକିରି ମିଳିଗଲା । ବନ୍ଧୁଗଣ ଏହା ପୂର୍ବରୁ ପୂର୍ବତ୍ତମ ମୁଖ୍ୟମନ୍ତ୍ରୀ ଅମରେନ୍ଦର ସିଂହ ସୋହଣା ଓ ମୋହଣାଙ୍କୁ ଚାକିରି ଦେବା ପାଇଁ ଘୋଷଣା କରିଥିଲେ । ପାୱାରକମ ଅନୁସାରେ ସ୍ପେଶିଆଲ କେସ ଆଧାରରେ ସୋହଣାଙ୍କୁ ଚାକିରି ଦିଆଯାଇଛି । ୨ ବର୍ଷ କାମ କରିବା ପରେ ସୋହଣାଙ୍କୁ ପ୍ରମୋଶନ ମିଳିବ ।

ବନ୍ଧୁଗଣ ୨୪ ଜୁନ ୨୦୦୩ ମସିହାରେ ଦିଲ୍ଲୀର ସୁଚେତା କୃପାଳିନୀ ହସ୍ପିଟାଲରେ ସୋହଣା ଓ ମୋହଣାଙ୍କ ଜନ୍ମ ହୋଇଥିଲା । ଦିବ୍ୟାଙ୍ଗ ହୋଇଥିବାରୁ ସେତେବେଳେ ସୋହଣା ମୋହଣାଙ୍କ ମା କାମିନି ଓ ବାପା ସୁରଜିତ କୁମାର ସେମାନଙ୍କୁ ଆପଣାଇବାକୁ ମନା କରିଦେଇଥିଲେ । ଡାକ୍ତର କହିଥିଲେ ଏହି ଦୁଇଜଣଙ୍କୁ ଅଲଗା କରିହେବ ନାହିଁ ଯଦି ଏମିତି ହେବ ତା ହେଲେ ଏମାନେ ବଞ୍ଚି ପାରିବେ ନାହିଁ ।

ମା ବାପା ନ ଅପଣାଇବାରୁ ଏମାନଙ୍କୁ ପିଙ୍ଗଳବାଡା ସଂସ୍ଥା ନେଇ ଆସିଥିଲା । ପିଙ୍ଗଳବାଡାର ପ୍ରମୁଖ ଡାକ୍ତର ଇନ୍ଦ୍ରଜିତ କୌର ଏମାନଙ୍କ ନାମ ସୋହଣା ଓ ମୋହଣା ରଖିଥିଲେ । ବହୁତ କଷ୍ଟ ଓ ସଂଘର୍ଷ କରି ଏମାନେ ନିଜ ପାଦରେ ଛିଡା ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସୋହଣା ଓ ମୋହଣାଙ୍କ କଥା କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *