Odia Gk- ସବୁଦିନ କିଏ ନୂଆଶାଢୀ ପିନ୍ଧେ ? 100 ରୁ 99 ହେଲେ ଫେଲ…

ବନ୍ଧୁଗଣ, ଆଜି ଆମ୍ଭେ ଏଭଳି କିଛି ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ, ଯାହା ଛାତ୍ର ଛାତ୍ରୀ ଙ୍କ ପାଇଁ ଉପଯୁକ୍ତ ଅଟେ । ଏହି ପ୍ରଶ୍ନ ଉତ୍ତର କୁ ଆଧାର କରି ସେମାନେ ଆଗାମୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିବେ । ଏବଂ IAS ତଥା କୌଣସି ସରକାରୀ ଚାକିରୀ ନିମନ୍ତେ ପ୍ରସ୍ତୁତି କରୁଥିଲେ ଏହି ବିବରଣୀ ଆପଣଙ୍କ କାର୍ଯ୍ୟରେ ଲାଗିପାରିବ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- ଖାଇବାକୁ ଦେଲେ ବଞ୍ଚେ ପିଇବାକୁ ଦେଲେ ମରେ ?

ଉତ୍ତର;- ନିଆଁ ।

୨;- ଗୋଟିଏ ଗାଡି ଚାରୋଟି ପାଇଲଟ ?

ଉତ୍ତର;- କୋକେଇ ।

୩;- ଜଣେ ଲୋକ ୩ ଟଙ୍କାରେ ନଡିଆ କିଣି, ୨ ଟଙ୍କାରେ କିଛି ଦିନ ବିକିଲା ପରେ, ସେ କେମିତି ଲକ୍ଷପତି ହେଲା ?

ଉତ୍ତର;- ସେ ଆଗରୁ କୋଟିପତି ଥିଲା ।

୪;- ଆଗ ବାପା ଜନ୍ମ ନା ପୁଅ ଜନ୍ମ ?

ଉତ୍ତର;- ପୁଅ ଜନ୍ମ ହେଲା ପରେ ବାପା ଡାକିବ ।

୫;- ଆଜିକାଲି ଲୋକ କ’ଣ ମାଗଣାରେ ବେସୀ ମାରୁଛନ୍ତି ?

ଉତ୍ତର;- ମିଶକଲ ।

୬;- ତିନି ଅକ୍ଷର ନାମ ତାହାର ଓଲଟା କିମ୍ବା ସିଧା ଲେଖ ହେବ ସମାନ ?

ଉତ୍ତର;- କଟକ ।

୭;- କାହାର ଜନ୍ମଦିନ ପ୍ରତିବର୍ଷ ଆସେନାହିଁ ?

ଉତ୍ତର;- ଫେବୃୟାରୀ ୨୯ ଅଧିବର୍ଷ ।

୮;- ବଙ୍କା ବଙ୍କା ମାମୁଁ ତୁମେ ଯାଉଛ କେଣିକି, ଦାନ୍ତ କିଲ୍ଲା ଭଣଜା ପଚାରୁ କାହିଁକି ଏହାର ମାନେ କ’ଣ ?

ଉତ୍ତର;- ସାପ, କପାତୁଳା ।

୯;- ସବୁଦିନ କିଏ ନୂଆଶାଢୀ ପିନ୍ଧେ ?

ଉତ୍ତର;- ପିଜୁଳି ଗଛ ।

୧୦;- ହାତ ନାହିଁ କି ମୁଣ୍ଡ ନାହିଁ କିନ୍ତୁ ମୁଣ୍ଡରେ ବସେ ?

ଉତ୍ତର;- ଟୋପି ।

୧୧;- ଗରିବ ଲୋକେ ଫିଙ୍ଗି ଦିଅନ୍ତି, ଧନୀ ଲୋକ ସାଇତି ରଖନ୍ତି, ତାହା କଣ ?

ଉତ୍ତର;- ସିଙ୍ଗାଣି ।

୧୨;- ଆପଣଙ୍କ ଦୋଷ ନଥିଲେ ମଧ୍ୟ ସେ ଆପଣଙ୍କୁ ବାନ୍ଧି ରଖେ ?

ଉତ୍ତର;- ବେଲ୍ଟ ।

୧୩;- କିଏ ମନା କରିଲେ ମଧ୍ୟ ପିଛା ଛାଡେ ନାହିଁ ?

ଉତ୍ତର;- ଛାଇ ।

୧୪;- ଝିଅ ବୋହୁମାନେ କ’ଣ ବର୍ଷକୁ ଥରେ କିଣନ୍ତି କିନ୍ତୁ ବ୍ୟବହାର କରନ୍ତି ନାହିଁ ?

ଉତ୍ତର;- ରାକ୍ଷୀ ।

୧୫;- ସକାଳେ ୪ ଟି ଗୋଡ, ଦ୍ଵିପ୍ରହରରେ ୨ ଟି ଗୋଡ, ସନ୍ଧ୍ୟାରେ ୩ ଟି ଗୋଡ, ସେ କିଏ ?

ଉତ୍ତର;- ମଣିଷ, ଶିଶୁ ଅବସ୍ଥା ରେ ସକାଳ ଅବସ୍ଥା, ଯାହାକି ୪ ଟି ଗୋଡ, ଅର୍ଥାତ ଦୁଇଟି ହାତ ଏବଂ ଦୁଇଟି ଆଣ୍ଠୁରେ ଚାଲିଥାଏ । ଦ୍ଵିପ୍ରହାର ଅର୍ଥାତ ଯୌବନ ଅବସ୍ଥା ରେ ଦୁଇଟି ଗୋଡରେ ଚାଲିଥାଏ । ଏବଂ ସନ୍ଧ୍ୟା ଅବସ୍ଥା ଯାହାକି ୩ ମୁଣ୍ଡିଆ ଅଥବା ବାର୍ଦ୍ଧକ୍ୟ ଅବସ୍ଥାରେ ଯାହାକି ଦୁଇଟି ଆଣ୍ଠୁ ଏବଂ ଗୋଟିଏ ମୁଣ୍ଡ ।

୧୬;- ମାମୁଁ ଘରେ ଗୋଠେ ଗାଈ ରାତି ପାହିଲେ ମୋତେ ନାହିଁ ?

ଉତ୍ତର;- ତାରା ।

୧୭;- ଆକାଶରୁ ପଡିଲା ଟୋକାଟିଏ ତାହା ମୁଣ୍ଡରେ ପଡିଲା ଟୋପିଟିଏ ?

ଉତ୍ତର ;-ତାଳ ।

୧୮;- କବାଟ ପଡିଲେ ଦୁନିଆ ଅନ୍ଧାର, କବାଟ ଖୋଲିଲେ ଦୁନିଆ ସୁନ୍ଦର ?

ଉତ୍ତର;- ଆଖିପତା ।

୧୯;- ୩ ଟି ଅକ୍ଷରେ ନାମଟି ତାର, ୯ ରୁ ଆରମ୍ଭ ୯ ରୁ ଶେଷ ଦେଖୁଥାଏ ସାରା ଦୁନିଆ ଦୃଶ୍ୟ ?

ଉତ୍ତର;- ନୟନ (ଆଖି) । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *