ବିଶ୍ଵକପରେ ଇଂଲଣ୍ଡଠୁ ହାରିବାର 5 କାରଣ କହିଲେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ…

ବନ୍ଧୁଗଣ, ସେମିଫାଇନାଲ ରେ ଇଂଲଣ୍ଡ ଠାରୁ ୧୦ ୱିକେଟ ରେ ହାରି ଟି-20 ବିଶ୍ଵକପ ରୁ ଭାରତ ବିଦା ହେବା ଘଟଣା ବେସୀ ପୁରୁଣା ହୋଇ ନାହିଁ । ମାତ୍ର ଏହିଭଳି ଶୋଚନୀୟ ପରାଜୟ କୁ ଗ୍ରହଣ କରିପାରୁନାହାଁନ୍ତି ଦେଶବାସୀ । କାରଣ ଏକଦା ଆଇସିସି ତାଲିକାରେ ଏକ ନମ୍ବର ଟି-20 ଦଳ ଭାରତ ପାଖରେ ରହିଛି ଯେ କୌଣସି ଦଳ କୁ ହରାଇବାର ସମସ୍ତ ସାମର୍ଥ୍ୟ । ତଥାପି ଟି-20 ବିଶ୍ଵକପ ରେ ଟିମ ଇଣ୍ଡିଆ ଯେପରି ପ୍ରଦର୍ଶନ କରିଛି, ଏହାକୁ ନେଇ ବିଭିନ୍ନ ଜାଗାରୁ ସମାଲୋଚନା ର ସ୍ଵର ତୀବ୍ର ହେବାରେ ଲାଗିଛି ।

ଏହିଭଳି ଏକ ସମୟରେ ଭାରତ ର ପରାଜୟ ସମ୍ପର୍କରେ ମୁହଁ ଖୋଲିଛନ୍ତି ପୂର୍ବତନ ଅଧିନାୟକ ତଥା କ୍ୟାପଟେନ କୁଲ ଭାବରେ ପରିଚିତ ମହେନ୍ଦ୍ର ସିଂ ଧୋନୀ । ସେ କହିଛନ୍ତି ଏହା ପରାଜୟ ନୁହେଁ ବରଂ ଏହା ଏକ ଆଇନା ଯାହା ଭାରତୀୟ ଦଳ ଯଥେଷ୍ଟ ଆଗରୁ ଦେଖିବାକୁ ଥିଲା । ଭାରତର ଏହି ପରାଜୟ ୧୪୦ କୋଟି ଭାରତୀୟ ଙ୍କ ମନ ଭାଙ୍ଗିଦେଇଥିଲା । ମାତ୍ର ଏହା ପଛରେ କୌଣସି ଗୋଟିଏ କାରଣ ନଥିଲା ବରଂ ୫ ଟି କାରଣ ରହିଅଛି ।

ତେବେ ଆସନ୍ତୁ ଜାଣିନେବା ଧୋନୀ କହିଥିବା ସେହି କାରଣ ସମ୍ବନ୍ଧରେ । ପ୍ରଥମ କାରଣ ହେଲା ଟିମ ଇଣ୍ଡିଆ ର ଓପନିଂ ଯୋଡିର ପ୍ରଦର୍ଶନ । ସଂପୂର୍ଣ୍ଣ ଟୁର୍ନାମେଣ୍ଟ ରେ ଏହିଯୋଡି ସଫଳ ହୋଇପାରିନାହିଁ । ମାତ୍ର ସେମିଫାଇନାଲ ରେ ଭଲ ଖେଳିବାର ଆବଶ୍ୟକତା ଥିଲା । ଦ୍ଵିତୀୟ କାରଣ ହେଉଛି ମିଡଲ ଅଡର ବ୍ୟାଟିଂ ସୂର୍ଯ୍ୟ କୁମାର ଯାଦବ ଯଦି ସବୁ ମ୍ୟାଚରେ ଭଲ ଖେଳୁଛନ୍ତି, ତେବେ ଏହା ହେଉଛି ସେମିଫାଇନାଲ ।

ଏଠାରେ ଜୋସ ଅପେକ୍ଷା ହୋସ ର ଅଧିକ ଆବଶ୍ୟକତା ରହିଥିଲା । ଋଷଭ ପନ୍ଥ ଙ୍କୁ କହିଛନ୍ତି ତାଙ୍କ ପାଇଁ ଏହା ସମୟ ଥିଲା ନିଜକୁ ପ୍ରାମାଣ କରିବାର । ପରାଜୟ ର ତୃତୀୟ ତଥା ସବୁଠାରୁ ବଡ କାରଣ ହେଉଛି ଭାରତୀୟ ବୋଲିଂ ଆଟାକ । ବିପକ୍ଷ ଦଳ କୁ ଅଟକାଇବାକୁ ହେଲେ ପାୱାର ପ୍ଲେ ରେ ୱିକେଟ ନେବା ବହୁତ ଜରୁରୀ । ମାତ୍ର ୧୦ ଓଭର ପର୍ଯ୍ୟନ୍ତ ଇଂଲଣ୍ଡ ର ଓପନିଂ ଯୋଡି ଉପରେ ସାମାନ୍ୟ ପ୍ରଭାବ ପକାଇପାରିନଥିଲେ ।

ଏହା ସେମିଫାଇନାଲ ମ୍ୟାଚ ପାଇଁ ଆପଣଙ୍କ ପ୍ରସ୍ତୁତି ଉପରେ ପ୍ରଶ୍ନ ଉଠୁଛି । ଚତୁର୍ଥ କାରଣ ହେଲା ଯେ ଯଦି ବା ୱିକେଟ ମିଳିଲା ନାହିଁ ସେମାନଙ୍କୁ ଅଧିକ ରନ ମଧ୍ୟ କରିବାର ଦେବା ନଥିଲା । ବିପକ୍ଷ ଦଳକୁ ଅତିରିକ୍ତ ରନ ମିଳିବା ଦ୍ଵାରା ଇଣ୍ଡିଆ ଟିମ ର ମନୋବଳ ହ୍ରାସ ପାଇଲା ଏବଂ ଏହା ପରାଜୟ ଆଡକୁ ନେଇ ଗଲା । ପଞ୍ଚମ ତଥା ଶେଷ କାରଣ ହେଲା ଜସପ୍ରିତ ବୁମରା ଙ୍କ ଅନୁପସ୍ଥିତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *