ପ୍ରାୟତଃ ମୁଣ୍ଡ ବ୍ୟଥା ହେଉଛି ତ ନଜର ଅନ୍ଦାଜ କରନ୍ତୁ ନାହିଁ, ହୋଇଥାଏ ଏହି ବଡ ରୋଗର ସଂକେତ

ଆପଣମାନେ ପ୍ରାୟତଃ ଦେଖିଥିବେ କି ଶରୀରରେ ପ୍ରାୟତଃ ସମୟରେ ବିଭିନ୍ନ ପ୍ରକାରର ରୋଗ ନଜର ଆସିଥାଏ । ଯେଉଁଥିରୁ କିଛି ରୋଗ କିଛି ଦିନରେ ଭଲ ହୋଇଯାଏ ତ ଅନ୍ୟ କିଛି ରୋଗ ବହୁତ ଦିନ ପର୍ଯ୍ୟନ୍ତ ରହିଯାଏ । କିନ୍ତୁ ଏମିତି କିଛି ରୋଗ ଅଛି ଯାହା ରୋଗର ଶ୍ରେଣୀରେ ନ ଆସି ମଧ୍ୟ ବହୁତ ସମୟ ପର୍ଯ୍ୟନ୍ତ ଆପଣଙ୍କ ଶରୀରରେ ରହିଥାଏ । ଯେମିତି କି ମୁଣ୍ଡ ବିନ୍ଧା ।

ଯଦି ଆପଣଙ୍କୁ ପ୍ରାୟତଃ ମୁଣ୍ଡ ବିନ୍ଧା ହେଉଛି ଯେମିତି କି ବେଳେ ବେଳେ ଅଧିକ ମୁଣ୍ଡ ବିନ୍ଧା କିମ୍ବା ଅଳ୍ପ ମୁଣ୍ଡ ବିନ୍ଧା, ଅଚାନକ ଆଲୋକ ଦେଖିବା ପରେ କିମ୍ବା ଅଧିକ ଆବାଜ କାନରେ ବାଜିବା ଦ୍ଵାରା ମୁଣ୍ଡ ବିନ୍ଧା ହେଉଛି ତେବେ ଏହା ଏକ ବଡ ରୋଗର ସଂକେତ ଅଟେ । କିନ୍ତୁ ସାଧାରଣତଃ ଆପଣ ଏହିଭଳି ମୁଣ୍ଡ ବିନ୍ଧାକୁ ସାଧାରଣ ମୁଣ୍ଡବିନ୍ଧା ଭାବି ସାଧାରଣ ଔଷଧ ଖାଇ ଏହାକୁ ନଜର ଅନ୍ଦାଜ କରି ଦିଅନ୍ତି ।

କିନ୍ତୁ ଆପଣଙ୍କୁ କହିଦେଉଛୁ କି ଏହି ଲକ୍ଷଣ ବ୍ରେନ ଟ୍ୟୁମର ଭଳି ରୋଗର ସଂକେତ ବି ହୋଇପାରେ । ଏହିଭଳି ସମସ୍ୟାରୁ ବଞ୍ଚିବା ପାଇଁ ଆପଣଙ୍କୁ ଅଧିକ ସାବଧାନ ରହିବାର ଆବଶ୍ୟକତା ହୋଇଥାଏ । ବ୍ରେନ ଟ୍ୟୁମର ମସ୍ତିଷ୍କରେ ଥିବା କୋଶିକା ଗୁଡିକର ଅସାମାନ୍ୟ ଉପାୟରେ କିମ୍ବା ଅନିୟନ୍ତ୍ରିତ ବଢିବା କାରଣରୁ ହୋଇଥାଏ । କେତେ ଥର ଏମିତି ବି ହୋଇଥାଏ କି କିଛି ଏମତି କୋଶିକା ଅଛି ଯାହା ନିଜେ ନିଜେ ବଢିବାକୁ ଲାଗନ୍ତି କିମ୍ବା ସୃଷ୍ଟି ହୋଇ ଯାଆନ୍ତି । ଯାହା ବହୁତ ଭୟଙ୍କର ହୋଇଥାଏ ।

ଏହିଭଳି କୋଶିକା ଯେତେବେଳେ ବହୁତ ବଡ ହୋଇଯାଏ ତେବେ ତାକୁ ଟ୍ୟୁମର କୁହାଯାଏ । ଆପଣଙ୍କ ପାଇଁ ଏହା ଜାଣିବା ବହୁତ ଆବଶ୍ୟକ ଅଟେ କି ବ୍ରେନ ଟ୍ୟୁମର ମସ୍ତିଷ୍କ ଭିତରେ ହିଁ ଆରମ୍ଭ ହୋଇଥାଏ ଓ ଏହା ପରେ ଏହା ଧୀରେ ଧୀରେ କରି ପୁରା ଶରୀରରେ ବ୍ୟାପିଯାଏ । ଆପଣଙ୍କୁ କହିଦେଉଛୁ କି ବ୍ରେନ ଟ୍ୟୁମର ରୋଗ କାହାକୁ ବି କୌଣସି ବୟସରେ ବି ହୋଇ ପାରିବ ।

କିନ୍ତୁ ବୈଜ୍ଞାନିକମାନେ ବହୁତ ରିସର୍ଚ ଇତ୍ୟାଦି ସତ୍ତ୍ଵେ ବି ଆଜି ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ନାହିଁ କି ଏହା ମସ୍ତିଷ୍କରେ କେଉଁ କାରଣ ଯୋଗୁ ହୋଇଥାଏ । କିନ୍ତୁ ଏହି ସବୁ ମଧ୍ୟରେ ଗୋଟିଏ କଥା ସାମ୍ନାକୁ ଆସିଛି କି ବ୍ରେନ ଟ୍ୟୁମର ପଛରେ ଜେନେଟିକ କାରଣର ବହୁତ ମହତ୍ୱପୂର୍ଣ୍ଣ ଭୂମିକା ଅଛି । ମୁଣ୍ଡ ବିନ୍ଧା, ଚାଲିବାରେ ସନ୍ତୁଳନ ନ ରହିବା କିମ୍ବା ଭୁଲିଯିବା ଇତ୍ୟାଦି ଏହାର ମୁଖ୍ୟ ଲକ୍ଷଣ ଅଟେ ।

ଆପଣଙ୍କୁ କହିଦେଉଛୁ କି ଅଧିକ ମୋବାଇଲ ଫୋନ ଓ କିମ୍ବା ଅନ୍ୟ ଇଲେକ୍ଟ୍ରୋନିକ ଗ୍ୟାଜେଟ ବ୍ୟବହାର କରିବା ଦ୍ଵାରା ବି ଏହି ରୋଗ ହୋଇପାରେ । ତେବେ ଏହି ରୋଗ ପାଇଁ ରେଡିଓଥେରେପୀ, କେମୋଥେରେପୀ, ସର୍ଜରୀ, ଔଷଧ ଇତ୍ୟାଦି ଦ୍ଵାରା ଚିକତ୍ସା କରାଯାଇ ପାରିବ ।

Leave a Reply

Your email address will not be published. Required fields are marked *